Posted inRasifala

ରାଶିଫଳ: ରବିବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟ ସ୍ଥାନରେ ରହିଥିବାରୁ କର୍ମାରମ୍ଭର ଯୋଜନା ଫଳବତୀ ହେବ। କର୍ମକ୍ଷେତ୍ରରେ ନରମ କଥା କହି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଆହ୍ବାନକ୍ରମେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେବାର ସୂଚନା ରହିଛି।
ବୃଷ
ବୃଷ
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ଆଜିର ଚିନ୍ତାଧାରା ଓ କାମକୁ ବ୍ୟାପକ କରିପାରନ୍ତି। ପ୍ର୍ର୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା କିମ୍ବା ବିବାଦୀୟ କ୍ଷେତ୍ରରେ ବିଜୟ ପ୍ରାପ୍ତି ଅବଶ୍ୟମ୍ଭାବୀ। ପରିସ୍ଥିତିକୁ ସାମ୍ନା କରିପାରିଲେ ସଫଳତା ପାଇପାରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ହତଚକିତ ହୋଇପାରନ୍ତି।
ମିଥୁନ
ମିଥୁନ
ଧନାଧିପତି ସପ୍ତମ ଭାବରେ ଅବସ୍ଥାନ କରିଥିବାରୁ ଅଭିଳଷିତ ଦିଗରୁ ଧନପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ତଥା ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସା ପାଇପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପାରୁ ଦୂରଯାତ୍ରାର ସୁଯୋଗ ମିଳିବାର ସମ୍ଭାବନା ରହିଛି। ଜମିଜମା କାରବାର କିମ୍ବା କଚେରି ମାମଲା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବ।
କର୍କଟ
କର୍କଟ
ଆଜି ଚନ୍ଦ୍ରଙ୍କ ତୃତୀୟସ୍ଥ ଶନି ଅଷ୍ଟମ ଭାବରେ ଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଲାଭ ଭାବରେ ଅନ୍ୟ ଗ୍ରହମାନଙ୍କ ସହ ରବିଙ୍କ ସମାବେଶ ଶୁଭସ୍ବରୂପ ଅର୍ଥ, ସମ୍ମାନ, ପ୍ରଶଂସା ସହ କାର୍ଯ୍ୟସିଦ୍ଧି କରାଇବ। ସହକର୍ମୀଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ସି˚ହ
ସି˚ହ
କର୍ମଭାବସ୍ଥ ଗ୍ରହମାନେ କର୍ମୋନ୍ନତି ସହ ପାରିବାରିକ ଜୀବନକୁ ସମୃଦ୍ଧ କରିବେ। ଅଚଳ ବାଣିଜ୍ୟ, ବ୍ୟବସାୟକୁ ପୁନଶ୍ଚ ସଜାଡ଼ିବାର ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାକୁ ପଡ଼ିପାରେ। ନିଜ ପରିସରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।
କନ୍ୟା
ଧନସ୍ଥାନ ବୁଧ ଦୃଷ୍ଟ ଏବଂ ଧନାଧିପତି ସ୍ବଗୃହସ୍ଥ ଯୋଗୁଁ ଆର୍ଥିକ ସମସ୍ୟା କ୍ରମଶଃ ଦୂରୀଭୂତ ହୋଇଯିବ। କର୍ମକ୍ଷେତ୍ରରେ ହସ୍ତା ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନଜନିତ ଉତ୍ସାହିତ ରହିବେ। ମନ କୁହାଇଲା ଭଳି କଥା କହି ଅନ୍ୟକୁ ଆପଣାର କରି ଖୁସି ରହିପାରନ୍ତି। ପୂର୍ବପରିକଳ୍ପିତ ଯୋଜନା ମୁତାବକ ସଫଳତା ହାସଲ କରିପାରନ୍ତି।
ତୁଳା
ତୁଳା
କେନ୍ଦ୍ର କୋଣାଧିପ ସ୍ବଗୃହୀ ଯୋଗୁ ସବୁ ସୁବିଧା ହାସଲ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି। ଚିତ୍ରା ନକ୍ଷତ୍ର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରିଆସିବ। ମାଲି ମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ର୍ରତିଦ୍ୱନ୍ଦ୍ୱୀ ରହିଥିଲେ ମଧ୍ୟ କାମରେ କୌଣସି ଅସୁବିଧା ହେବନାହିଁ। ପୁରୁଣା ସ୍ବାସ୍ଥ୍ୟ ସମସ୍ୟା ମନରେ ଗଭୀର ରେଖାପାତ କରିପାରେ। ବୃହସ୍ପତି ଏବଂ ଶନି ସୁବିଧାଜନକ ସ୍ଥିତିରେ ଥିବାରୁ ସମସ୍ୟା ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଏବଂ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ଧନୁ
ଧନୁ
ସମସ୍ୟା ସମାଧାନ କ୍ଷେତ୍ରରେ ନରମି ରହିବା ଭଲ ହେବ। କେନ୍ଦ୍ରସ୍ଥ ରାହୁ ସହ ମଙ୍ଗଳ ରହିଥିବାରୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାର ଆପୋସ ସମାଧାନ ଘଟିଲେ ମଧ୍ୟ ଖଳ ଲୋକଙ୍କ ଗୁଜବକୁ ରୋକିପାରିବେ ନାହିଁ। ଆର୍ଥିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, ସାମାଜିକ ସଂସ୍ଥିତି ପ୍ରାୟତଃ ମନ୍ଦ ହେବନି।
ମକର
ମକର
ଦୈନନ୍ଦିନର ସମସ୍ୟା ଓ ଜଞ୍ଜାଳକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ। ସମସ୍ୟା, ଅବଦମିତ ଇଚ୍ଛା, ଅସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ ବନ୍ଧୁଙ୍କ ଅନାଦର ଯୋଗୁ ବ୍ୟଥିତ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିପାରେ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
ଆଜି ଆର୍ଥିକ ଉନ୍ନତି, ପାରିବାରିକ ସହୃଦୟତା ଏବଂ ବନ୍ଧୁଙ୍କ ସାହାଯ୍ୟ ଲାଭକରି କୃତକୃତ୍ୟ ହୋଇପାରନ୍ତି। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅତୀତର ମୂଲ୍ୟହୀନ କଥାରୁ ଅଶାନ୍ତ ରହିପାରନ୍ତି। କେତେକ ବ୍ୟକ୍ତିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ

ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ପାଇବା କଷ୍ଟକର ହେବ। ଶୁକ୍ର ପ୍ରଭାବରୁ ଆମତ୍ୀୟମାନେ ପାଖେଇ ଆସିବେ ଏବଂ ଆପଣଙ୍କ କାମ ଅଟକିବ ନାହିଁ। ସକାଳୁ ସକାଳୁ ତରବରିଆ ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆଲୋଚନା, ସଭା ସମିତିରେ ପ୍ରଶଂସିତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ଭଲ ସମ୍ପର୍କ ରହିଥିବା ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ। ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା ଶିକ୍ଷା କ୍ଷେତ୍ରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri