Posted inRasifala

ରାଶିଫଳ: ରବିବାର, ମେ ୨୬ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟ ସ୍ଥାନରେ ରହିଥିବାରୁ କର୍ମାରମ୍ଭର ଯୋଜନା ଫଳବତୀ ହେବ। କର୍ମକ୍ଷେତ୍ରରେ ନରମ କଥା କହି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ବନ୍ଧୁଙ୍କ ଆହ୍ବାନକ୍ରମେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ମାନମନାନ୍ତର ଦେଖାଦେବାର ସୂଚନା ରହିଛି।
ବୃଷ
ବୃଷ
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରି ଆଜିର ଚିନ୍ତାଧାରା ଓ କାମକୁ ବ୍ୟାପକ କରିପାରନ୍ତି। ପ୍ର୍ର୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା କିମ୍ବା ବିବାଦୀୟ କ୍ଷେତ୍ରରେ ବିଜୟ ପ୍ରାପ୍ତି ଅବଶ୍ୟମ୍ଭାବୀ। ପରିସ୍ଥିତିକୁ ସାମ୍ନା କରିପାରିଲେ ସଫଳତା ପାଇପାରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇ ହତଚକିତ ହୋଇପାରନ୍ତି।
ମିଥୁନ
ମିଥୁନ
ଧନାଧିପତି ସପ୍ତମ ଭାବରେ ଅବସ୍ଥାନ କରିଥିବାରୁ ଅଭିଳଷିତ ଦିଗରୁ ଧନପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ତଥା ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସା ପାଇପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପାରୁ ଦୂରଯାତ୍ରାର ସୁଯୋଗ ମିଳିବାର ସମ୍ଭାବନା ରହିଛି। ଜମିଜମା କାରବାର କିମ୍ବା କଚେରି ମାମଲା ଚିନ୍ତାଜନକ ସ୍ଥିତିରେ ପହଞ୍ଚିବ।
କର୍କଟ
କର୍କଟ
ଆଜି ଚନ୍ଦ୍ରଙ୍କ ତୃତୀୟସ୍ଥ ଶନି ଅଷ୍ଟମ ଭାବରେ ଥିବାରୁ ଅର୍ଥ ସମ୍ପର୍କୀୟ ବିବାଦର ସମ୍ମୁଖୀନ ହୋଇପାରନ୍ତି। ଲାଭ ଭାବରେ ଅନ୍ୟ ଗ୍ରହମାନଙ୍କ ସହ ରବିଙ୍କ ସମାବେଶ ଶୁଭସ୍ବରୂପ ଅର୍ଥ, ସମ୍ମାନ, ପ୍ରଶଂସା ସହ କାର୍ଯ୍ୟସିଦ୍ଧି କରାଇବ। ସହକର୍ମୀଙ୍କ ନିକଟରୁ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ସି˚ହ
ସି˚ହ
କର୍ମଭାବସ୍ଥ ଗ୍ରହମାନେ କର୍ମୋନ୍ନତି ସହ ପାରିବାରିକ ଜୀବନକୁ ସମୃଦ୍ଧ କରିବେ। ଅଚଳ ବାଣିଜ୍ୟ, ବ୍ୟବସାୟକୁ ପୁନଶ୍ଚ ସଜାଡ଼ିବାର ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହେବାକୁ ପଡ଼ିପାରେ। ନିଜ ପରିସରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି।
କନ୍ୟା
ଧନସ୍ଥାନ ବୁଧ ଦୃଷ୍ଟ ଏବଂ ଧନାଧିପତି ସ୍ବଗୃହସ୍ଥ ଯୋଗୁଁ ଆର୍ଥିକ ସମସ୍ୟା କ୍ରମଶଃ ଦୂରୀଭୂତ ହୋଇଯିବ। କର୍ମକ୍ଷେତ୍ରରେ ହସ୍ତା ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନଜନିତ ଉତ୍ସାହିତ ରହିବେ। ମନ କୁହାଇଲା ଭଳି କଥା କହି ଅନ୍ୟକୁ ଆପଣାର କରି ଖୁସି ରହିପାରନ୍ତି। ପୂର୍ବପରିକଳ୍ପିତ ଯୋଜନା ମୁତାବକ ସଫଳତା ହାସଲ କରିପାରନ୍ତି।
ତୁଳା
ତୁଳା
କେନ୍ଦ୍ର କୋଣାଧିପ ସ୍ବଗୃହୀ ଯୋଗୁ ସବୁ ସୁବିଧା ହାସଲ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି। ଚିତ୍ରା ନକ୍ଷତ୍ର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିପାରନ୍ତି। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବା ସାଙ୍ଗକୁ ପରିବାରରେ ଶାନ୍ତି ଫେରିଆସିବ। ମାଲି ମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅନେକ ପ୍ର୍ରତିଦ୍ୱନ୍ଦ୍ୱୀ ରହିଥିଲେ ମଧ୍ୟ କାମରେ କୌଣସି ଅସୁବିଧା ହେବନାହିଁ। ପୁରୁଣା ସ୍ବାସ୍ଥ୍ୟ ସମସ୍ୟା ମନରେ ଗଭୀର ରେଖାପାତ କରିପାରେ। ବୃହସ୍ପତି ଏବଂ ଶନି ସୁବିଧାଜନକ ସ୍ଥିତିରେ ଥିବାରୁ ସମସ୍ୟା ନିୟନ୍ତ୍ରଣ କରିବାରେ ସମର୍ଥ ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଏବଂ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ଧନୁ
ଧନୁ
ସମସ୍ୟା ସମାଧାନ କ୍ଷେତ୍ରରେ ନରମି ରହିବା ଭଲ ହେବ। କେନ୍ଦ୍ରସ୍ଥ ରାହୁ ସହ ମଙ୍ଗଳ ରହିଥିବାରୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାର ଆପୋସ ସମାଧାନ ଘଟିଲେ ମଧ୍ୟ ଖଳ ଲୋକଙ୍କ ଗୁଜବକୁ ରୋକିପାରିବେ ନାହିଁ। ଆର୍ଥିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି, ସାମାଜିକ ସଂସ୍ଥିତି ପ୍ରାୟତଃ ମନ୍ଦ ହେବନି।
ମକର
ମକର
ଦୈନନ୍ଦିନର ସମସ୍ୟା ଓ ଜଞ୍ଜାଳକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ। ସମସ୍ୟା, ଅବଦମିତ ଇଚ୍ଛା, ଅସମ୍ପୂର୍ଣ୍ଣ କାର୍ଯ୍ୟ ଏବଂ ବନ୍ଧୁଙ୍କ ଅନାଦର ଯୋଗୁ ବ୍ୟଥିତ ହେବେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ପଡ଼ିପାରେ। କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
ଆଜି ଆର୍ଥିକ ଉନ୍ନତି, ପାରିବାରିକ ସହୃଦୟତା ଏବଂ ବନ୍ଧୁଙ୍କ ସାହାଯ୍ୟ ଲାଭକରି କୃତକୃତ୍ୟ ହୋଇପାରନ୍ତି। ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ଅତୀତର ମୂଲ୍ୟହୀନ କଥାରୁ ଅଶାନ୍ତ ରହିପାରନ୍ତି। କେତେକ ବ୍ୟକ୍ତିଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟାକୁ ନେଇ ଚିନ୍ତିତ ହେବେ।
ମୀନମୀନ

ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ପାଇବା କଷ୍ଟକର ହେବ। ଶୁକ୍ର ପ୍ରଭାବରୁ ଆମତ୍ୀୟମାନେ ପାଖେଇ ଆସିବେ ଏବଂ ଆପଣଙ୍କ କାମ ଅଟକିବ ନାହିଁ। ସକାଳୁ ସକାଳୁ ତରବରିଆ ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଆଲୋଚନା, ସଭା ସମିତିରେ ପ୍ରଶଂସିତ ହେବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri