Posted inRasifala

ରାଶିଫଳ: ରବିବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ର ନୀଚ ରାଶିରେ ଥିବାରୁ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‌ସନର କାରଣ ହେବ। ଆଲୋଚନା ପରିସରରେ ବନ୍ଧୁଙ୍କ ସହ ଯୁକ୍ତିତର୍କ ଦ୍ୱାରା ସମସ୍ୟା ସୃଷ୍ଟି ଆଶଙ୍କା ରହିଛି। ସ୍ଥଗିତ ରହିଯାଇଥିବା ଆନୁଷ୍ଠାନିକ କାମ ପାଇଁ ଅନ୍ୟମାନଙ୍କର ସାହାଯ୍ୟ ଅବଶ୍ୟ ପାଇବେ।
ବୃଷ
ବୃଷ
ଚନ୍ଦ୍ରଙ୍କ କେନ୍ଦ୍ରରେ ଗୁରୁ ଗଜକେଶରୀ ଯୋଗ ସୃଷ୍ଟି କରି ସାମଗ୍ରିକ ସୁଖ, ସୁବିଧା ପ୍ରଦାନ କରିବେ। ବିବାଦୀୟ ପରିସ୍ଥିତିରେ ବନ୍ଧୁ କିମ୍ବା ସହକର୍ମୀଙ୍କ ପରାମର୍ଶ କାର୍ଯ୍ୟ ହାସଲରେ ସହାୟକ ହେବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅଜଣା ଅଶୁଣା ବ୍ୟକ୍ତିମାନଙ୍କୁ ବିଶ୍ୱାସ କରି ପ୍ରତାରିତ ହୋଇପାରନ୍ତି।
ମିଥୁନ
ମିଥୁନ
ଷଷ୍ଠ ଏକାଦଶାଧିପତି ମଙ୍ଗଳ ରାଶିରେ ରହିଥିବାରୁ ଶତ୍ରୁବାଧା ମନକୁ ବିଚଳିତ କରିବ। ବନ୍ଧୁଙ୍କୁ ଆର୍ଥିକ ସାହାଯ୍ୟ କରି କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବ୍ୟୟବରାଦ କରିବାକୁ ପଡ଼ିପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ଧର୍ମକାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ରାଶ୍ୟାଧିପତି ଗୁରୁଦୃଷ୍ଟିରେ ଥିବାରୁ ପୁରାତନ ରୋଗ ଜନିତ ନିରୁତ୍ସାହିତ ହୋଇପାରନ୍ତି। ପରିବାରରେ ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ। ଭଡ଼ାସୂତ୍ରରୁ କିମ୍ବା ପାଇବାକୁ ଥିବା ବକେୟା ଟଙ୍କା ପାଇ ସାମୟିକ ଖୁସି ହେବେ। ଆତ୍ମୀୟମାନେ ଶତ୍ରୁଭାବ ପୋଷଣ କରୁଥିଲେ ମଧ୍ୟ ମୁହଁ ସାମ୍ନାରେ କିଛି କହି ନ ପାରନ୍ତି।
ସି˚ହ
ସି˚ହ
ଶତ୍ରୁ କ୍ଷେତ୍ରରେ ରାଶ୍ୟାଧିପତି ଅବସ୍ଥାନ କରିଥିବାରୁ ପାରିବାରିକ ସ୍ଥିତି କିମ୍ବା ଚେଷ୍ଟା କରୁଥିବା କାମ ବାଧାପ୍ରାପ୍ତ ହେବ। ଖର୍ଚ୍ଚ ପରିମାଣ ବଢ଼ିପାରେ। ନିକଟସ୍ଥ ବନ୍ଧୁ କିମ୍ବା ସହକର୍ମୀମାନେ ଅସହଯୋଗ ମନୋଭାବ ପୋଷଣ କରିବେ। ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ।
କନ୍ୟା
ଭାଗ୍ୟସ୍ଥାନରେ ବକ୍ରୀ ବୃହସ୍ପତି ଆପଣଙ୍କର ବହୁତ ଦିନର ଆଶା ଓ ଅଭିଳାଷକୁ ପୂରଣ କରିପାରିବ। ବନ୍ଧୁମିଳନ ସହ ଆନୁଷ୍ଠାନିକ କ୍ଷେତ୍ରରୁ ପୁରସ୍କୃତ ହେବାର ସୂଚନା ରହିଛି। ଅଫିସ୍‌ରୁ ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭ ସହ ଭ୍ରମଣଜନିତ ଆନନ୍ଦ ଅନୁଭବ କରିବେ।
ତୁଳା
ତୁଳା
ଶୁକ୍ର କୋଣଭାବରେ ଅବସ୍ଥାନ କରିଥିବାରୁ ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ କାମରେ ଲାଗିପଡ଼ିବେ। ସାମାଜିକ ସ୍ତରରେ ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଶିଷ୍ଟ ବ୍ୟକ୍ତିଙ୍କ ସାହାଯ୍ୟରୁ ମୂଲ୍ୟବାନ୍‌ ଦ୍ରବ୍ୟ ପାଇପାରନ୍ତି। କୌଣସି ବ୍ୟକ୍ତି ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବେ।
ବିଛା
ବିଛା
ମଙ୍ଗଳଙ୍କ ଦୁର୍ବଳତାଜନିତ ନିଜ ଲୋକଙ୍କ ଉପରେ ପୂର୍ଣ୍ଣ ଭରସା କରିବା ଠିକ୍‌ ନ ହୋଇପାରେ। ଅନ୍ୟର ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିପାରିବେ। ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରର ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ପ୍ରାପ୍ୟ ଲାଭର ଶେଷ ମୁହୂର୍ତ୍ତରେ କୌଣସି ବ୍ୟକ୍ତିଙ୍କ ବିରୋଧ ପରିସ୍ଥିତିକୁ ଓଲଟାଇ ଦେଇପାରେ। ଶନି ଓ ଶୁକ୍ରଙ୍କ ସଂଯୋଗରୁ ଅତୀତ ଘଟଣାକୁ ମନରେ ସ୍ଥାନ ଦେଇ ଶାନ୍ତିରେ ମଧ୍ୟ ଶୋଇ ପାରିବେ ନାହିଁ। ପୂର୍ବ ରାଗ ଶୁଝାଇବାକୁ ଯାଇ ନିଜ ଲୋକ ଧୋକା ଦେବେ। ବନ୍ଧୁଙ୍କ ପରାମର୍ଶରେ ଆରମ୍ଭ କରିଥିବା ଯୋଜନାରେ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ।
ମକର
ମକର
ଷଷ୍ଠ ଓ ଅଷ୍ଟମାଧିପତିଙ୍କ ରାଶ୍ୟାବସ୍ଥାନ ଯୋଗୁ ସମୟର ପ୍ରତିକୂଳ ପ୍ରଭାବରେ ଦେହ ଓ ମନ ସୁସ୍ଥ ରହିବ ନାହିଁ। ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ର ପାଇଁ ଅନୁକୂଳ ରହିବ ନାହିଁ। ଦୂରଦର୍ଶିତା ହେତୁ ପୂର୍ବରୁ ନିଜକୁ ସଜାଡ଼ି ନେବେ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଜମିଜମା କାରବାରରେ ଉପକୃତ ହେବେ।
କୁମ୍ଭ
କୁମ୍ଭ
କେନ୍ଦ୍ରସ୍ଥ ବୃହସ୍ପତି ପ୍ରଭାବରେ ସମସ୍ୟା ସମାଧାନ ପୂର୍ବକ କାର୍ଯ୍ୟହାସଲରେ ସମର୍ଥ ହେବେ। ଆକସ୍ମିକ ଭାବରେ ସମ୍ମାନ, ବନ୍ଧୁମିଳନ କିମ୍ବା ଉପଢୌକନାଦି ପାଇବା ଯୋଗ ରହିଛି। ଆତ୍ମୀୟଙ୍କ ବ୍ୟବହାର, ଚାଲିଚଳନ ଏପରିକି ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ଆଜିର ଯାତ୍ରା, ବ୍ୟବସାୟ, ସଭାସମିତିରେ ଲକ୍ଷ୍ୟ ହାସଲ ହୋଇପାରିବ।
ମୀନମୀନ

ଧନଭାଗ୍ୟାଧିପତିଙ୍କ ସ୍ଥାନାବସ୍ଥାନରୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବାର ଯୋଗ ରହିଛି। ସ୍ବାସ୍ଥ୍ୟ ସମସ୍ୟା, ପାରିବାରିକ ବୁଝାମଣା, ଏକଜିଦିଆ ମନୋବୃତ୍ତି ସମସ୍ୟାର କାରଣ ହୋଇପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଫଟୋଗ୍ରାଫି, ବ୍ୟବସାୟ ଓ ପରିବହନ ଦିଗରୁ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri