Posted inRasifala

ରାଶିଫଳ: ବୁଧବାର, ଫେବୃଆରୀ ୨୬ ତାରିଖ – Daily Horoscope

ମେଷ
ଆଜି ଏକାଦଶ ସ୍ଥାନରେ ତିନୋଟି ଗ୍ରହ ଥିବାରୁ ସାମଗ୍ରିକ ସୁଖ, ସମ୍ମାନ ଲାଭରେ ସମର୍ଥ ହେବେ। ପରିସ୍ଥିତିବଶତଃ ଆଶଙ୍କା କରୁଥିବା ବିବାଦୀୟ ଘଟଣାରେ ସେମିତି କିଛି ହେବ ନାହିଁ। ଆତ୍ମୀୟଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଚିନ୍ତିତ ହେବେ। ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ବୃଷ
ବୃଷ
ଆଜି ରାହୁ ଓ ଶୁକ୍ରଙ୍କ ସ୍ଥିତି ପ୍ରଭାବରୁ ଶିକ୍ଷା, ସନ୍ତାନ, ସମ୍ପର୍କକୁ କେନ୍ଦ୍ରକରି ଦୁଶ୍ଚିନ୍ତା ସୃଷ୍ଟି ହେବ। କଳା ସାହିତ୍ୟ ଓ ବାଣିଜ୍ୟ, ପରିବହନରେ ସମସ୍ୟା ସମାଧାନ ହେବ। ସରକାରୀ ସ୍ତରରୁ ଦୀର୍ଘ ପ୍ରତୀକ୍ଷା ପରେ ଆଶା କରୁଥିବା ଖବରଟି ଆଜି ପାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ, ଚୁକ୍ତିପତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। କର୍ମରେ ନିୟୋଜିତ ରହିବା ଭଲ।
ମିଥୁନ
ମିଥୁନ
ବୁଧ କୁମ୍ଭ ରାଶିସ୍ଥ ଯୋଗୁ କୌଣସି ଅସୁବିଧା ନ ଥିଲେ ମଧ୍ୟ ଶାରୀରିକ ଅସୁସ୍ଥତା ସବୁ କାମକୁ ବିଗାଡ଼ି ଦେବ। ନିଜେ କିଛି କରି ନ ପାରିବା ସହିତ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କୌଣସି ବିବାଦୀୟ କଥା ଚିନ୍ତାକରି ଅଯଥା ଅନ୍ୟମନସ୍କ ରହିପାରନ୍ତି। ପାରିବାରିକ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସମ୍ଭାବନା ରହିଛି।
କର୍କଟ
କର୍କଟ
ଆଜିର ଚନ୍ଦ୍ର ରାଶିକୁ ଦେଖୁଥିବାରୁ ଯେଉଁ କାମରେ ହାତ ଦେବେ ତାହା ସମାପନ ହୋଇପାରିବ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା, ଗାଡ଼ି ମରାମତି, ଜମିଜମା କିଣା, ବିକା ପ୍ରତି ଆଗ୍ରହ ବଢ଼ିପାରେ। ବାରମ୍ବାର ଅସଫଳ ହେତୁ ମନ ଅସ୍ଥିର ରହିବ। ବନ୍ଧୁଙ୍କ କାମ ସକାଶେ ବାହାରକୁ ଯିବାକୁ ପଡ଼ିପାରେ।
ସି˚ହ
ସି˚ହ
ରାଶିକୁ ରବି ଅବଲୋକନ କରୁଥିବାରୁ ଆପଣଙ୍କ ଶାଳୀନତାପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆକର୍ଷିତ କରିବ। ବାଧ୍ୟବାଧକତାବଶତଃ କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ମଘା ନକ୍ଷତ୍ର ଆତ୍ମୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ।
କନ୍ୟା
ଭାଗ୍ୟସ୍ଥାନରେ ବୃହସ୍ପତିଥିବାରୁ ପରିବାରରୁ ଆଦର, ବାହାର ଲୋକଙ୍କଠାରୁ ସମ୍ମାନ, ବ୍ୟବସାୟରେ ଉନ୍ନତି, କର୍ମକ୍ଷେତ୍ରରେ ପ୍ରଗତିର ସୂଚନା ରହିଛି। ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିପାରନ୍ତି। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ଅନ୍ୟଦ୍ୱାରା ପ୍ରରୋଚିତ ହୋଇ କାମକଲେ ଅପଦସ୍ଥ ହେବାର ଆଶଙ୍କାକୁ ଏଡ଼ିହେବ ନାହିଁ।
ତୁଳା
ତୁଳା
ଆଜି ଶୁକ୍ରଯୁକ୍ତ ରାହୁ ହେତୁ ପାଇବେ ଯେମିତି ଖର୍ଚ୍ଚ ମଧ୍ୟ କରିବେ ସେମିତି। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବାକୁ ପଡ଼ିପାରେ। ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତା, କଳା, ସଙ୍ଗୀତ କ୍ଷେତ୍ରରୁ ସୁଫଳ ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ଏକଜିଦିଆ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି।
ବିଛା
ବିଛା
ଆଜି ଅନୁକୂଳ ଗ୍ରହସ୍ଥିତିରୁ ପ୍ରତ୍ୟେକ କ୍ଷେତ୍ରରେ ସୁଖ,ସୁବିଧା ଓ ସମ୍ମାନ ଲାଭକରି ଉପକୃତ ହେବେ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀଙ୍କ ସହ ବିବାଦ ହୋଇପାରେ। ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯାଇପାରେ। ଶତ୍ରୁତା କରୁଥିବା ଲୋକମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
ଦୁଃସ୍ଥାନସ୍ଥ ଗୁରୁଙ୍କ ଯୋଗୁ କାମ ଶୃଙ୍ଖଳିତ ହେବାରେ ପ୍ରତିବନ୍ଧକ ଆସିପାରେ। ତଥାପି ଉତ୍ତରାଷାଢା ନକ୍ଷତ୍ର ଅଯାଚିତ ଭାବରେ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ନିଜର ଅସୁସ୍ଥ ମାନସିକତା କାରଣରୁ ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
ମକର
ମକର
ଆପଣଙ୍କର କୌଣସି ଅସୁବିଧା ନ ଥିଲେ ମଧ୍ୟ ମୂଲ୍ୟହୀନ କଥାକୁ ଗୁରୁ୍‌ତ୍ୱ ଦେଇ ମାନସିକ ଚାପରେ ରହିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ପୂରଣ ହେବ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବାରେ କୌଶଳପୂର୍ଣ୍ଣ କାର୍ଯ୍ୟକଳାପ ସହାୟକ ହେବ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
କୁମ୍ଭ
କୁମ୍ଭ
କର୍ମାଧିପ କୋଣଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ସମସ୍ୟାକୁ ସୁଧାରି ନେବେ। ବ୍ୟବସାୟରେ ନୂତନ ଦିଗନ୍ତ ସୃଷ୍ଟି ହେବ ଏବଂ ଆଶାର ଆଲୋକ ଦେଖିବେ। ବିବାଦୀୟ କଥାରେ ମୁଣ୍ଡ ପୂରାଇଲେ ସମସ୍ୟା ଭିତରକୁ ଟାଣିହୋଇପାରନ୍ତି। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରି ଖୁସି ରହିବେ।
ମୀନମୀନ

ବୃହସ୍ପତିଙ୍କ ନବମକୁ ଦୃଷ୍ଟିଥିବାରୁ ଆଜି ପୂର୍ବଦିନଗୁଡ଼ିକ ଅପେକ୍ଷା ଭଲ ରହିବ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାରିବାରିକ ସ୍ଥିତିରେ ସମସ୍ୟା ସମାଧାନ ସକାଶେ ବ୍ୟସ୍ତ ହୋଇପଡ଼ିବେ। ଅଫିସରେ ଥିବା ସମୟରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri