Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ
ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିବାକୁ ମନସ୍ଥ କରିପାରନ୍ତି। କର୍ମକ୍ଷେତ୍ରରେ ସହମତିରେ କାର୍ଯ୍ୟକରିବା ହିତକର ହେବ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାଜନିତ ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ବୃଷ
ବୃଷ
ବନ୍ଧୁମାନଙ୍କ ପରୋକ୍ଷ କାର୍ଯ୍ୟାବଳୀ ସାମୟିକ ଅସ୍ଥିରତାର କାରଣ ହୋଇପାରେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରି ପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍‌ଧ ହେବେ। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ପରିବାରର ଆବଶ୍ୟକତାକୁ ପାସୋରି ଦେଇପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ସାହାଯ୍ୟରୁ ନୂତନ କାମ ଆରମ୍ଭ ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ପୂର୍ବ ନିର୍ଦ୍ଧାରିତ ଯୋଜନାନୁସାରେ ସାଙ୍ଗସାଥୀ ମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ। ଶିକ୍ଷା, ପରୀକ୍ଷା ଓ ସାକ୍ଷାତ୍‌କାର ପ୍ରଭୃତି କ୍ଷେତ୍ରରେ ଶୀର୍ଷସ୍ଥାନ ଅଳଂକୃତ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସମସ୍ତ ପ୍ରକାରର ସୁବିଧା ହାସଲ କରି କାର୍ଯ୍ୟ ସାଧନ କରିବେ। ବାଣିଜ୍ୟ, ଶିଳ୍ପ, ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ପଡ଼ୋଶୀଙ୍କ ଅବଦାନ ରହିବ। ନିଜ ଜିଦ୍‌କୁ ପ୍ରାଧାନ୍ୟ ଦେଇ ପରିବାରରେ କଳହଜନିତ ବିତର୍କ ଲାଗିପାରେ। ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ସି˚ହ
ସି˚ହ
ଯେତେ ସୁବିଧା କଲେ ମଧ୍ୟ ଅନ୍ୟମାନଙ୍କ ଭୁଲ୍‌ଧାରଣା ହଠାତ୍‌ ବଦଳି ନ ପାରେ। ଯାତ୍ରା କାଳରେ ସତର୍କରେ ନ ଚଳିଲେ ବିବାଦରେ ପଡ଼ିପାରନ୍ତି। ସଭାସମିତିରେ, ସାହିତ୍ୟାଲୋଚନା, କଳାସଂସ୍କୃତି ସଙ୍ଗକୁ ବୈଷୟିକ କ୍ଷେତ୍ରରୁ ଉପକୃତ ହେବେ। ଆକସ୍ମିକ ଭାବରେ ପ୍ରବାସରେ ବନ୍ଧୁଙ୍କ ସାନ୍ନିଧ୍ୟଲାଭରୁ ଏକାନ୍ତତାବୋଧ ହ୍ରାସ ପାଇବ।
କନ୍ୟା
ଆଜି ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଜମିଜମା, ଗୃହସୀମା, କିମ୍ବା ଘରଭଡାକୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ଚିନ୍ତିତ ରହିପାରନ୍ତି ।
ତୁଳା
ତୁଳା
କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ପରିବାରରେ ଶାନ୍ତି ବଜାୟ ରଖିବା ସକାଶେ ସ୍ବାର୍ଥତ୍ୟାଗ ଜରୁରୀ ହୋଇପାରେ। କଳା, କ୍ରୀଫା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତ ହେବାର ସୌଭାଗ୍ୟ ଅର୍ଜନ କରିବେ । ସହକର୍ମୀଙ୍କ ସହାୟତାରେ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହୋଇପାରନ୍ତି।
ବିଛା
ବିଛା
ଆଜି ବନ୍ଧୁଙ୍କୁ ଆପଣେଇ ନେବା ସଙ୍ଗକୁ ଲକ୍ଷ୍ୟହାସଲରେ ଅସୁବିଧା ହେବନାହିଁ। ଯାତ୍ରା ସମୟରେ, ବନ୍ଧୁ ମିଳନରେ, ଆଲୋଚନା କିମ୍ବା ସଭା ସମିତିରେ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନ୍‌ସନ୍‌ ବଢ଼ିପାରେ। ଦୀର୍ଘଦିନ ପରେ ମକଦ୍ଦମାରେ ବିଜୟ ଆଶା ଯୋଗୁ ଉତ୍‌ଫୁଲ୍ଲିତ ହେବେ।
ଧନୁ
ଧନୁ
କୌଶଳପୂର୍ଣ୍ଣ କଥା ମାଧ୍ୟମରେ ବନ୍ଧୁଙ୍କୁ ମନାଇ, ଅର୍ଥ ପ୍ରଲୋଭନ ଦ୍ୱାରା କାମ ହାସଲ କରିପାରିବେ। ଆଜି ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ବନ୍ଧୁ ଓ ପରିଜନଙ୍କ ସହିତ ହଠାତ୍‌ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି। ଅର୍ଥସଙ୍କଟ ଯୋଗୁ ପରିବାରର ଖର୍ଚ୍ଚକାଟର ବ୍ୟବସ୍ଥା କରିପାରନ୍ତି।
ମକର
ମକର
ଆତ୍ମୀୟସ୍ଵଜନଙ୍କ ବେଖାତିର ଓ ଶ୍ରୁତିକଟୁ ବ୍ୟବହାରରୁ ଅସନ୍ତୁଷ୍ଟ ରହିବେ। ଶିଳ୍ପ, ବାଣିଜ୍ୟ, ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ ହେବେ। ଯାତ୍ରାକାଳୀନ ଯାନ ବାହନରେ ସତର୍କ ରହିବା ଭଲ ହେବ, ଅନ୍ୟଥା ସମସ୍ୟା ଆସିପାରେ। ସଭାସମିତିରେ ବନ୍ଧୁମାନଙ୍କ ସହ ମତ ପାର୍ଥକ୍ୟ କାରଣରୁ ଅଶାନ୍ତି ଉପୁଜିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଆପଣଙ୍କ କାମ ହାସଲରେ ବନ୍ଧୁଙ୍କ ବାଚନିକ ସାହାଯ୍ୟ ସାମାନ୍ୟ ସହାୟକ ହୋଇପାରେ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହିଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରୁ ଲାଭବାନ୍‌ ହେବେ।
ମୀନମୀନ

ସକାଳୁ ଦୀର୍ଘଦିନରୁ ଅପେକ୍ଷା କରିଥିବା ଶୁଭ ଖବର ପାଇ ଖୁସି ହେବେ। ସାମାଜିକ ସ୍ତରରେ ନିଜର ଲୋକ ମାନଙ୍କ ଚାଲି ଚଳନ ଓ ଆଚାର ବ୍ୟବହାରକୁ ନାପସନ୍ଦ କରିପାରନ୍ତି। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ବ୍ୟବସାୟରେ ଲାଭ ମିଳିବ, ମାତ୍ର ଋଣ ପରିଶୋଧ କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri