Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ
କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସବୁ ସୁବିଧା ଥିଲେ ମଧ୍ୟ ଖଳ ଲୋକଙ୍କ ପରୋକ୍ଷ ଶତ୍ରୁତା କାରଣରୁ ପାରିବାରିକ ଶାନ୍ତି ବ୍ୟାହତ ହେବ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରଶଂସାକୁ ସହି ନ ପାରି ଅପପ୍ରଚାର କରିପାରନ୍ତି। ହିତୈଷୀ ବନ୍ଧୁଙ୍କ ପରାମର୍ଶରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ବୃଷ
ବୃଷ
କୌଣସି ଭୁଲ୍‌ ନ କରି ନିନ୍ଦିତ ହେବାର ଗୁଜବ ଶୁଣି ମନ ଭଲ ରହି ନ ପାରେ। ସାହିତ୍ୟ, ସଙ୍ଗୀତ, କଳା କ୍ଷେତ୍ରରେ ସମସ୍ୟା ସମାଧାନର ମାର୍ଗ ଖୋଲିଯାଇପାରେ। ସହଯୋଗ ଅଭାବଜନିତ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବାରେ ବିଳମ୍ବ ଘଟିବ। ବିବାଦଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝମେଲା ଆସିପାରେ।
ମିଥୁନ
ମିଥୁନ
ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ସୁନା ଜିନିଷ ହଜି ଯିବାର ସମ୍ଭାବନା ରହିଛି। ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇ ଯିବେ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ। ଆଜିର କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକୂଳ ସ୍ଥିତିର ସାମ୍ନା କରିବା ସହିତ ବିତର୍କର ବାତାବରଣ ସୃଷ୍ଟି ହେବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ବିଶେଷ ଉନ୍ନତି ଘଟିବାରୁ ସାମୟିକ ଖୁସୀ ରହିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାତ୍ମିକ ଆଲୋଚନା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାମୟିକ ଭାବରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ରୋଗପୀଡ଼ା ବୃଦ୍ଧି କାରଣରୁ ସାମାନ୍ୟ ଶାରୀରିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଅର୍ଥସଂକଟ ଲାଗି ରହୁଥିବାରୁ ବଦଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ।
କନ୍ୟା
ପାରିବାରିକ କ୍ଷେତ୍ରରେ ବୃଥା ତର୍କ ଓ ବିବାଦ ଅଶାନ୍ତିର କାରଣ ହେବ। ସାହାଯ୍ୟ କରିବାକୁ କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇ ପାରନ୍ତି। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ଆମତ୍ୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ କିନ୍ତୁ ବନ୍ଧୁ ସୁସ୍ଥତା ଫେରି ପାଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ସଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ପାରିବାରିକ ଜୀବନକୁ ଉପଭୋଗ୍ୟ କରାଇବ। ପୂର୍ବାଲୋଚନା ଭିତ୍ତିକ କୌଣସି ଦୁଃସମ୍ବାଦ ପାଇ ମନ ବିଷାଦିତ ହୋଇପାରେ। ଆଜିର ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ। ପାରିବାରିକ ବିଷୟକୁ କେନ୍ଦ୍ରକରି ପଡ଼ୋଶୀଙ୍କ ସହିତ ସମସ୍ୟା ଲାଗି ରହିବ।
ବିଛା
ବିଛା
ସାଧାରଣ କଥାକୁ କେନ୍ଦ୍ର୍ରକରି ପାରିବାରିକ ଦ୍ୱନ୍ଦ୍ୱ ହେତୁ ମାନସିକ ସ୍ତରରେ ବିଚଳିତ ବୋଧ କରିବେ। ଉଚ୍ଚ ଆଶା ଧରି ଆଗେଇବା ପାଇଁ ଚେଷ୍ଟା କରିବେ କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ନ ହୋଇପାରେ। ଫେରନ୍ତା ବାଟରେ ନୀଚମନୋଭାବାପନ୍ନ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
ଧନୁ
କେତେକ ବ୍ୟତିକ୍ରମ ମଧ୍ୟରେ ଆଜି ମିଶ୍ରିତ ଫଳ ଅନୁଭବ କରିବେ। ଉପଯୁକ୍ତ ପରାମର୍ଶ ଏବଂ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ଆଣ୍ଠୁଗଣ୍ଠି ବାତ ଜନିତ ରୋଗରେ କଷ୍ଟ ପାଇବେ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି।
ମକର
ମକର
ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନେ ପୂର୍ବ ରାଗକୁ ଶୁଝାଇବାକୁ ଯାଇ ସମସ୍ୟା ସୃଷ୍ଟି କରିପାରନ୍ତି। ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ପଡ଼ୋଶୀ କେହି ପ୍ରତିବାଦ କରିପାରନ୍ତି। ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ବ୍ୟବସାୟ ମାନ୍ଦା ନ ହେଲେ ମଧ୍ୟ ବିଶେଷ ଲାଭ ହେବ ନାହିଁ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସଂଘର୍ଷପୂର୍ଣ୍ଣ ବାତାବରଣ ମଧ୍ୟରେ କାମ କରିବାକୁ ପଡ଼ିପାରେ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ପ୍ରତିହତ କରିପାରନ୍ତି। ସାମାଜିକ ସ୍ତରରେ ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ।
ମୀନମୀନ

ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସି ହୋଇଯିବ। ବନ୍ଧୁଙ୍କ ଆଗରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହି ସମାଲୋଚିତ ହେବେ। ଜଣେ ଅତିପ୍ରିୟ ମିତ୍ରଙ୍କର ବ୍ୟବହାର ମନରେ ଦୁଃଖଦେଇପାରେ । ପରିଜନଙ୍କ ସହିତ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରିବେ।v


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri