Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବିରୋଧୀ ପକ୍ଷ ଦୁର୍ବଳ ରହିବେ ଯଦ୍ଦ୍ବାରା କି ଆପଣଙ୍କ କାର୍ଯ୍ୟସାଧନ ପାଇଁ କିଛି ଅସୁବିଧା ରହିବ ନାହିଁ। କୃତ୍ତିକା ନକ୍ଷତ୍ର ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। କଠୋର ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ସାମାନ୍ୟ ବଚସା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ତଥାପି ସମାଧାନ ସକାଶେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ମୃଗଶିରା ନକ୍ଷତ୍ର କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ଅତୁଟ ରହିବା ସହ କର୍ମ ପ୍ରେରଣା ବୃଦ୍ଧି ପାଇବ। ଆର୍ଦ୍ରା ନକ୍ଷତ୍ର ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ବାଧ୍ୟବାଧକତାରେ ଅନିଚ୍ଛା ସତ୍ତ୍ୱେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବହୁତ ଦିନରୁ ରହିଥିବା ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
କର୍କଟ
କର୍କଟ
ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଅଶ୍ଳେଷା ନକ୍ଷତ୍ର ସକାଶେ ଈର୍ଷାପରାୟଣ ବ୍ୟକ୍ତି ଗୋଡ଼ଟାଣି ଅପଦସ୍ଥ କରିବାର ମଉକା ଖୋଜିପାରନ୍ତି। ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ, ମାତ୍ର ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କନ୍ଦଳ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ବିଭିନ୍ନ କାରଣରୁ ନିଜର ପରିବେଶ ଶାନ୍ତିପ୍ରଦ ହୋଇ ନ ପାରେ। ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହେବାର ଆଶଙ୍କା ଦେଖାଦେବ। ଆଲୋଚନା ପରିସରରେ ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ନିଜର ଦକ୍ଷତା ହେତୁକ ପ୍ରଶଂସା ପାଇପାରନ୍ତି।
କନ୍ୟା
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସୁବିଧା ସୁଯୋଗ ହାସଲ କରି କାମ କରିବା ପାଇଁ ଅନୁକୂଳ ସୁଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ପରୋକ୍ଷଶତ୍ରୁତା କାରଣରୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାରୁ ବନ୍ଧୁ ପ୍ରଶଂସା କରିବେ।
ତୁଳା
ତୁଳା
ଆଜି ପରିବାରରେ ବାକ୍‌ସଂଯମ କରିପାରିଲେ ଉପକୃତ ହେବେ। ଚିତ୍ରା ନକ୍ଷତ୍ର ଚେଷ୍ଟାକରୁଥିବା କାମଟିକୁ ଶେଷ କରିପାରିବେନି। ଏଥିପାଇଁ କୈଫିୟତ ଦେବାକୁ ପଡ଼ିପାରେ। ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପର କାରଣ ପାଲଟିଯିବ। ବିଶିଷ୍ଟ ବ୍ୟକ୍ତିଙ୍କ ବାହୁଛାୟାତଳେ ଆଶ୍ରୟନେବା ହେତୁ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ବିଛା
ବିଛା
ପ୍ରତିବନ୍ଧକ ଲାଗି ରହିବା ଯୋଗୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ। ଅନୁରାଧା ନକ୍ଷତ୍ରର ବକେୟା ପାଇବାକୁ କେନ୍ଦ୍ରକରି କଳହ କିମ୍ବା ସମସ୍ୟା ଉପୁଜିପାରେ। ସ୍ବାର୍ଥସାଧନ ଆଶା ନ ଦେଖି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। କିନ୍ତୁ ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। କେତେକ ବିବାଦୀୟ ପରିବେଶର ପରିଣାମ ବିଷୟରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ। ନିଜ ଚତୁଃପାର୍ଶ୍ୟସ୍ଥ ନିମ୍ନବର୍ଗର ବ୍ୟକ୍ତିବିଶେଷ ବିରୁଦ୍ଧାଚରଣ କରିପାରନ୍ତି। ପରିବାରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ଆଜି ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଠାତ୍‌ ପରିବାରରୁ କେହି ଅସୁସ୍ଥ ହେବା କାରଣରୁ ସାମୟିକ ଦୁଶ୍ଚିନ୍ତା ବଢ଼ିପାରେ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ପୁନଶ୍ଚ ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଶ୍ରବଣା ନକ୍ଷତ୍ର ଆଜି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ପୂର୍ବରୁ ପ୍ରତିଶ୍ରୁତି ପାଇଥିବା ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଅନ୍ଧକାର ମଧ୍ୟରେ ଆଶାର ଆଲୋକ ଦେଖିପାରନ୍ତି। ଶତଭିଷା ନକ୍ଷତ୍ର ପାରିବାରିକ କ୍ଷେତରେ ମଧ୍ୟ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଆନୁଷ୍ଠାନିକ କାମ, ସଭାସମିତି, କଳା, ସାହିତ୍ୟ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ।
ମୀନମୀନ

ଏକାଧିକ କାମର ଚିନ୍ତା ମୁଣ୍ଡରେ ଭରି ରହିଥିବାରୁ ମାନସିକ ଶାନ୍ତି ପାଇପାରିବେ ନାହିଁ। ରେବତୀ ନକ୍ଷତ୍ରର ପରିବାର ଭିତରେ ଘଟିଯାଉଥିବା ଘଟଣା ଗୁଡିକ ଅସାଧାରଣ ମନେହେବ। ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କର ବିଚଳିତ ରହିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri