Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବିରୋଧୀ ପକ୍ଷ ଦୁର୍ବଳ ରହିବେ ଯଦ୍ଦ୍ବାରା କି ଆପଣଙ୍କ କାର୍ଯ୍ୟସାଧନ ପାଇଁ କିଛି ଅସୁବିଧା ରହିବ ନାହିଁ। କୃତ୍ତିକା ନକ୍ଷତ୍ର ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। କଠୋର ଶ୍ରମ ଓ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ସାମାନ୍ୟ ବଚସା କାରଣରୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। ତଥାପି ସମାଧାନ ସକାଶେ ତରବରିଆ ପଦକ୍ଷେପ ନେଲେ ବେଶି ହଇରାଣ ହେବେ। ମୃଗଶିରା ନକ୍ଷତ୍ର କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହୋଇପାରନ୍ତି। ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ଅତୁଟ ରହିବା ସହ କର୍ମ ପ୍ରେରଣା ବୃଦ୍ଧି ପାଇବ। ଆର୍ଦ୍ରା ନକ୍ଷତ୍ର ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ବାଧ୍ୟବାଧକତାରେ ଅନିଚ୍ଛା ସତ୍ତ୍ୱେ ଦୂରଯାତ୍ରା କରିବାକୁ ପଡ଼ିପାରେ। ବହୁତ ଦିନରୁ ରହିଥିବା ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
କର୍କଟ
କର୍କଟ
ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଅଶ୍ଳେଷା ନକ୍ଷତ୍ର ସକାଶେ ଈର୍ଷାପରାୟଣ ବ୍ୟକ୍ତି ଗୋଡ଼ଟାଣି ଅପଦସ୍ଥ କରିବାର ମଉକା ଖୋଜିପାରନ୍ତି। ଆକସ୍ମିକ ଭାବେ ଦୂରଯାତ୍ରା କରିବାକୁ ପଡ଼ିପାରେ, ମାତ୍ର ଅଜଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କନ୍ଦଳ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ବିଭିନ୍ନ କାରଣରୁ ନିଜର ପରିବେଶ ଶାନ୍ତିପ୍ରଦ ହୋଇ ନ ପାରେ। ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହେବାର ଆଶଙ୍କା ଦେଖାଦେବ। ଆଲୋଚନା ପରିସରରେ ବନ୍ଧୁଙ୍କ ଦ୍ୱାରା ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ନିଜର ଦକ୍ଷତା ହେତୁକ ପ୍ରଶଂସା ପାଇପାରନ୍ତି।
କନ୍ୟା
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସୁବିଧା ସୁଯୋଗ ହାସଲ କରି କାମ କରିବା ପାଇଁ ଅନୁକୂଳ ସୁଯୋଗ ପାଇବେ। ସାମାଜିକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ପରୋକ୍ଷଶତ୍ରୁତା କାରଣରୁ ଚିନ୍ତା କରିଥିବା କାମଗୁଡ଼ିକ ବାସ୍ତବରେ ଓଲଟା ହେବ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବାରୁ ବନ୍ଧୁ ପ୍ରଶଂସା କରିବେ।
ତୁଳା
ତୁଳା
ଆଜି ପରିବାରରେ ବାକ୍‌ସଂଯମ କରିପାରିଲେ ଉପକୃତ ହେବେ। ଚିତ୍ରା ନକ୍ଷତ୍ର ଚେଷ୍ଟାକରୁଥିବା କାମଟିକୁ ଶେଷ କରିପାରିବେନି। ଏଥିପାଇଁ କୈଫିୟତ ଦେବାକୁ ପଡ଼ିପାରେ। ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପର କାରଣ ପାଲଟିଯିବ। ବିଶିଷ୍ଟ ବ୍ୟକ୍ତିଙ୍କ ବାହୁଛାୟାତଳେ ଆଶ୍ରୟନେବା ହେତୁ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ।
ବିଛା
ବିଛା
ପ୍ରତିବନ୍ଧକ ଲାଗି ରହିବା ଯୋଗୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହଯିବ। ଅନୁରାଧା ନକ୍ଷତ୍ରର ବକେୟା ପାଇବାକୁ କେନ୍ଦ୍ରକରି କଳହ କିମ୍ବା ସମସ୍ୟା ଉପୁଜିପାରେ। ସ୍ବାର୍ଥସାଧନ ଆଶା ନ ଦେଖି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। କିନ୍ତୁ ଆପଣଙ୍କ କାର୍ଯ୍ୟଦକ୍ଷତା କାରଣରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ।
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ରର ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। କେତେକ ବିବାଦୀୟ ପରିବେଶର ପରିଣାମ ବିଷୟରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରିବେ। ନିଜ ଚତୁଃପାର୍ଶ୍ୟସ୍ଥ ନିମ୍ନବର୍ଗର ବ୍ୟକ୍ତିବିଶେଷ ବିରୁଦ୍ଧାଚରଣ କରିପାରନ୍ତି। ପରିବାରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।
ମକର
ମକର
ଆଜି ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ହଠାତ୍‌ ପରିବାରରୁ କେହି ଅସୁସ୍ଥ ହେବା କାରଣରୁ ସାମୟିକ ଦୁଶ୍ଚିନ୍ତା ବଢ଼ିପାରେ। ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ ପୁନଶ୍ଚ ଆଜିର ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଶ୍ରବଣା ନକ୍ଷତ୍ର ଆଜି କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ପୂର୍ବରୁ ପ୍ରତିଶ୍ରୁତି ପାଇଥିବା ଜଣେ ବନ୍ଧୁଙ୍କ ସହଯୋଗରୁ କାମ ହାସଲ କରିବେ। ଅନ୍ଧକାର ମଧ୍ୟରେ ଆଶାର ଆଲୋକ ଦେଖିପାରନ୍ତି। ଶତଭିଷା ନକ୍ଷତ୍ର ପାରିବାରିକ କ୍ଷେତରେ ମଧ୍ୟ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଆନୁଷ୍ଠାନିକ କାମ, ସଭାସମିତି, କଳା, ସାହିତ୍ୟ, ଭ୍ରମଣ ରାଜନୀତି, ପ୍ରଶାସନ ପାଇଁ ଭଲ।
ମୀନମୀନ

ଏକାଧିକ କାମର ଚିନ୍ତା ମୁଣ୍ଡରେ ଭରି ରହିଥିବାରୁ ମାନସିକ ଶାନ୍ତି ପାଇପାରିବେ ନାହିଁ। ରେବତୀ ନକ୍ଷତ୍ରର ପରିବାର ଭିତରେ ଘଟିଯାଉଥିବା ଘଟଣା ଗୁଡିକ ଅସାଧାରଣ ମନେହେବ। ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କର ବିଚଳିତ ରହିବେ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri