Posted inRasifala

ରାଶିଫଳ: ବୁଧବାର, ମେ ୨୧ ତାରିଖ – Daily Horoscope

ମେଷ
ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ କାର୍ଯ୍ୟହାନି ଓ ପ୍ରାପ୍ତିରେ ନୈରାଶ୍ୟହେତୁ ମନ ବିଷାଦିତ ରହିବ। ଶୁକ୍ରଙ୍କ ସୁପ୍ରଭାବରୁ ପାରିବାରିକ ଜୀବନ ହସଖୁସିରେ କଟିବ। ଶିଳ୍ପ, ବାଣିଜ୍ୟ, ପରିବହନରେ ଶିଥିଳତା ଦେଖାଦେଲେ ମଧ୍ୟ ଲାଭ କିଛି ଊଣା ହେବନି। ନିଜର ସମ୍ପର୍କୀୟ ବ୍ୟକ୍ତି ବିଶେଷଙ୍କ ଅନାଦର ଭାବ ମନରେ ଭାବାନ୍ତର ସୃଷ୍ଟି କରିପାରେ।
ବୃଷ
ବୃଷ
ଏକାଦଶସ୍ଥ ଶୁକ୍ର ଆପଣଙ୍କ ସମସ୍ତ ସୁଖାଭିଳାଷକୁ ପୂରଣ କରିବାରେ ସମର୍ଥ ହେବେ। ଚନ୍ଦ୍ରଙ୍କ ସ୍ଥିତି ଏବଂ ମଙ୍ଗଳଙ୍କ ଦୃଷ୍ଟିରୁ କର୍ମକ୍ଷେତ୍ର ଶାନ୍ତିପ୍ରଦ ହୋଇ ନ ପାରେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ସ୍ବାଭାବିକ କରିବା ମାନସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସାହିତ୍ୟ, ସାମ୍ବାଦିକତା, ଯୋଗାଯୋଗ ଓ ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇପାରନ୍ତି।
ମିଥୁନ
ମିଥୁନ
ରବି ଦ୍ୱାଦଶରେ ରହିଥିବାରୁ ପ୍ରିୟଜନଙ୍କ ଚକ୍ଷୁଶୂଳର କାରଣ ହେବାର ସୂଚନା ରହିଛି। ସରକାରୀ ସ୍ତରରେ କୌଣସି ସମସ୍ୟା ହେତୁକ ଧନହାନିର ଆଶଙ୍କାକୁ ଏଡି ହେବ ନାହିଁ। ପ୍ଲଟିଂ କାରବାର କ୍ଷେତ୍ରରେ ସଫଳତା ପାଇବାର ବହୁତ ସମ୍ଭାବନା ରହିଛି। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରି କାମ ହାସଲରେ ସମର୍ଥ ହୋଇପାରନ୍ତି।
କର୍କଟ
କର୍କଟ
କର୍ମାଧିପ ରାଶିରେ ରହିଥିବାରୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଅଶାନ୍ତ ରଖିପାରନ୍ତି। ଅଭାବ ନ ଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅର୍ଥର ଅଭାବ ପରିଲକ୍ଷିତ ହେବ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସୁଧାରି ନେବାର ପ୍ରଯନତ୍ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି।
ସି˚ହ
ସି˚ହ
ବୁଧ ଭାଗ୍ୟସ୍ଥାନରେ ଅବସ୍ଥାନ କରିଥିବାରୁ ବନ୍ଧୁଙ୍କ ସାହାଯ୍ୟରୁ ଉପକୃତ ହେବେ। ମଙ୍ଗଳଙ୍କ ଦୁର୍ବଳତାଜନିତ ପ୍ରତ୍ୟେକ ପରିସ୍ଥିତିର ସଫଳ ମୁକାବିଲା କରିବାରେ ପଛେଇ ଯାଇପାରନ୍ତି। ସଭାସମିତିରେ ପ୍ରିୟଜନଙ୍କୁ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଜମଜିମା, କଚେରି ମାମଲା, ପରିବହନ, ବ୍ୟବସାୟ କ୍ଷେତ୍ରରୁ ଉପକୃତ ହୋଇପାରନ୍ତି।
କନ୍ୟା
ଧନସ୍ଥାନ ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି ସଙ୍ଗକୁ ଜ୍ଞାନର ଗରିମାରେ ସମ୍ମାନିତ ହେବେ। ଖର୍ଚ୍ଚଭାର ବୃଦ୍ଧି ଯୋଗୁ ଚିନ୍ତାପ୍ରକଟ କରିବେ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗାଡ଼ିମୋଟର, ଯାନ୍ତ୍ରିକଜିନିଷ କିମ୍ବା ଘର ସାଜସଜ୍ଜାରେ ବ୍ୟସ୍ତ ରହିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ କିମ୍ବା ପରିବହନରେ ସମସ୍ୟାର ସମାଧାନ ହୋଇଯିବ।
ତୁଳା
ତୁଳା
ଶନି ଓ ଗୁରୁଙ୍କ ଶୁଭପ୍ରଭାବ ଋଣମୋଚନ, ସତ୍‌ସଙ୍ଗର ସାନ୍ନିଧ୍ୟ, ଆଧ୍ୟାମତ୍ିକ ପରିବେଶର ସୁଯୋଗ ପ୍ରଦାନ କରିବ। ପାରିବାରିକ ପ୍ରତିରୋଧ କିମ୍ବା ବୃଦ୍ଧ ପିତାଙ୍କ ସ୍ବାସ୍ଥ୍ୟହାନି ମାନସିକ ସ୍ଥିତିକୁ ଦୋହଲାଇ ଦେବ। ଗୁରୁଜନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। କର୍ମକ୍ଷେତ୍ରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧିପାଇବାର ସୂଚନା ରହିଛି।
ବିଛା
ବିଛା
ଭାଗ୍ୟାଧିପ ଚନ୍ଦ୍ର ଦେବଗୁରୁଙ୍କ ଦୃଷ୍ଟିରୁ ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ସଫଳତା ମିଳି ନ ପାରେ। ତଥାପି ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ସ୍ଥଗିତ କାମର ପୁନରୁଦ୍ଧାର କରିପାରନ୍ତି। ଦୀର୍ଘଦିନରୁ କ୍ଷୁଣ୍ଣ ହୋଇଥିବା ସମ୍ପର୍କ ପୁନଶ୍ଚ ଫେରି ପାଇବାର ଆଶା ରହିଛି। ବନ୍ଧୁଙ୍କର ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମନସ୍ତାପ କରିପାରନ୍ତି।
ଧନୁ
ଧନୁ
ରାଶିପ୍ରତି ଶନିଙ୍କ ଦୃଷ୍ଟି ପ୍ରତ୍ୟେକ କ୍ଷେତ୍ରରେ ଅଯଥା ଅଶାନ୍ତ ବାତାବରଣର ପରିସ୍ଥିତି ସୃଷ୍ଟି କରିପାରେ। ସକାଳୁ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମାନସିକ ସୁସ୍ଥତା ଅଭାବରୁ ସୁଖଦ ପରିସ୍ଥିତି ମଧ୍ୟ ଉପଭୋଗ୍ୟ ହେବନାହିଁ। ଅବଶ୍ୟ ବୈଷୟିକ ସୁଖସମୃଦ୍ଧି ଓ ବନ୍ଧୁମିଳନଜନିତ ମନ ନିୟନ୍ତ୍ରିତ ରହିପାରେ।
ମକର
ମକର
କର୍ମାଧିପ ଶୁକ୍ର୍ର ଆପଣଙ୍କୁ ସମସ୍ତ ସୁଖ, ସୌଭାଗ୍ୟ ପ୍ରଦାନ କରିବାର ପରିବେଶରେ ରଖିପାରନ୍ତି। ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବାରେ ଅଗ୍ରଣୀ ହେବେ। ଆର୍ଥିକ ସ୍ଥିତି ମଧ୍ୟ ମନ୍ଦ ହେବନି, କିନ୍ତୁ ଋଣ ଭାର ବୃଦ୍ଧି କାରଣରୁ ଚିନ୍ତା କରିବେ। ପ୍ରତୀକ୍ଷାର ଅବସାନ ଘଟିବ ଏବଂ କୌଣସି ଖବର ପାଇ ଖୁସି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ରବିଙ୍କ ଶୁଭ ସଂସ୍ଥାନରୁ ପାରିବାରିକ କ୍ଷେତ୍ରରେ ପ୍ରାଧାନ୍ୟତା ଅକ୍ଷୁଣ୍ଣ ରହିବ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଦୁଶ୍ଚିନ୍ତାର କାରଣ ହେବ। ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବା ନିଷ୍ପତ୍ତି ନେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ପ୍ରଶଂସିତ ଓ ପୁରସ୍କୃତ ହୋଇପାରନ୍ତି।
ମୀନମୀନ

ରାଶିରେ ତିନୋଟି ପାପଗ୍ରହ ଥିବାରୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ କଷ୍ଟକର ହୋଇପାରେ। ଅଭାବ ନ ଥିଲେ ମଧ୍ୟ କ୍ରମଶଃ ଆବଶ୍ୟକତା ବୃଦ୍ଧି ପାଉଥିବାର ଅନୁଭବ କରିପାରନ୍ତି। ବ୍ୟବସାୟ,ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ବନ୍ଧୁ ମିଳନରୁ ଆନନ୍ଦିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri