ଆଜି ଦ୍ୱିତୀୟଭାବସ୍ଥ ମଙ୍ଗଳଜନିତ ବ୍ୟବହାରରେ କଠୋରତାଜନିତ ମତାନ୍ତର କିମ୍ବା କଳହ ଘଟିପାରେ। ଅବଶ୍ୟ ମନ ଭିତରର ଉତ୍ତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ସହ ବାକ୍ୟାଳାପ କରିପାରିଲେ ଉପକୃତ ହେବେ। ମୁହଁ ସାମ୍ନାରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇପାରନ୍ତି।
ପରିବାରର ବ୍ୟତିକ୍ରମ କିମ୍ବା ଯାତ୍ରା, ବାଣିଜ୍ୟ ସମ୍ବନ୍ଧୀୟ ସମସ୍ୟା ସକାଶେ ମନ ଭଲ ରହିନପାରେ। ସହକର୍ମୀ ଅଥବା ପାଖ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବା ଫଳରେ କୌଣସି କାମ ଅଟକି ରହିବ ନାହିଁ। ମଙ୍ଗଳଜନିତ ଆଲୋଚନା କ୍ଷେତ୍ରରେ ବ୍ୟସ୍ତତା ଯୋଗୁ କେତେକ କାମ ଠିକ୍ ସମୟରେ ସମ୍ପନ୍ନ ନ ହୋଇପାରେ।
ରାଶିରେ ରବି ଓ ବୁଧଙ୍କ ସ୍ଥିତି ଆପଣଙ୍କୁ ବନ୍ଧୁ ଏବଂ ପାରିବାରିକ ସହଯୋଗରୁ କାର୍ଯ୍ୟସାଧନ କରିବେ। ଦ୍ୱିତୀୟସ୍ଥ ପଣ୍ଡିତଗ୍ରହଙ୍କ ପ୍ରଭାବରେ ବ୍ୟକ୍ତିବିଶେଷଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। ରାଜନୀତି , ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
ଆଜିର ଘାତଚନ୍ଦ୍ର କେତୁଯୁକ୍ତ ହେତୁ ଶାରୀରିକ ଏବଂ ମାନସିକ ସ୍ଥିତି ପ୍ରତି ସଜାଗ ରହିବା ଭଲ। ରାଶିରେ ଶୁଭଗ୍ରହ ଯୋଗୁ ପ୍ରତ୍ୟେକ ପରିସ୍ଥିତିକୁ ସୁଧାରି ନେବାରେ ଅସୁବିଧା ହେବନି। ବ୍ୟୟାଧିପତିଙ୍କ ପ୍ରଭାବରେ ପରିସ୍ଥିତିବଶତଃ ବନ୍ଧୁଙ୍କ ପାଇଁ ଖର୍ଚ୍ଚାନ୍ତ ହେବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ପାପଗ୍ରହଯୁକ୍ତ ବ୍ୟୟାଧିପତି ଯୋଗୁ ଆଜି ପରିସ୍ଥିତି ଅନୁଯାୟୀ ଅପବ୍ୟୟଜନିତ ମନସ୍ତାପ କରିପାରନ୍ତି। ଆନୁଷ୍ଠାନିକ କାମ ଓ ସଭାସମିତିରେ ତଥା ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ପୂର୍ବକ କିତେକାଂଶରେ ଟେନସନ୍ ଦୂର ହୋଇପାରେ।
କର୍ମାଧିପତି କର୍ମ ସ୍ଥାନରେ ରବିଯୁକ୍ତ କାରଣରୁ ସ୍ଥାନାନ୍ତରଜନିତ ବ୍ୟସ୍ତତା ବଢ଼ିଯିବ। ପାରିବାରିକ, ବ୍ୟବସାୟିକ ତଥା କର୍ମାରମ୍ଭ ପାଇଁ ଦିନଟି ମନ୍ଦ ହେବନି। ନିଜ ପରିସରରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ସ୍ବତନ୍ତ୍ର ଭାବରେ ନିମନ୍ତ୍ରିତ ହୋଇ କୌଣସି ସାଂସ୍କୃତିକ କାର୍ଯ୍ୟରେ ଯୋଗଦେଇପାରନ୍ତି।
କର୍ମସ୍ଥାନରେ ଷଷ୍ଠାଧିପତି ଯୁକ୍ତ ଯୋଗୁ କର୍ମଜଞ୍ଜାଳ ବୃଦ୍ଧି ଓ ସ୍ବାସ୍ଥ୍ୟହାନି ଘଟିପାରେ। ବ୍ୟକ୍ତିଗତ କାରଣକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କଠାରୁ ଦୂରତା ରଖି କାମ କରିବା ଭଲ ହେବ। ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କାକୁ ଦୂରେଇବାରେ ସମର୍ଥ ହେବେ।
ଷଷ୍ଠାଧିପତି ତୃତୀୟଭାବକୁ ଅବଲୋକନ କରୁଥିବାରୁ ବନ୍ଧୁ କିମ୍ବା ସହକର୍ମୀଙ୍କ ଆବଶ୍ୟକ ସହଯୋଗ ପାଇନପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ଆପଣ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ। ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ପାଇବେ।
ଅଷ୍ଟମାଧିପତି ପାପଗ୍ରହଯୁକ୍ତ ହୋଇ ନବମସ୍ଥ ଯୋଗୁ ସହକର୍ମୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ରହିପାରନ୍ତି। ମନ ଭଲ ନ ଥିବା କାରଣରୁ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଅବଶ୍ୟ କର୍ମକ୍ଷେତ୍ରରେ କୌଣସି କାମ ଅଟକି ରହିବ ନାହିଁ। ଯାତ୍ରା, ବାଣିଜ୍ୟ ପ୍ରଭୃତି ଗତାନୁଗତିକ ରୀତିରେ ଆଗକୁ ଆଗକୁ ଗଡ଼ିଚାଲିବ।
ସପ୍ତମାଧିପତି ଚନ୍ଦ୍ରଙ୍କ ଅଶୁଭତ୍ୱ କାରଣରୁ ଯାତ୍ରାରେ ସମସ୍ୟା ଏବଂ ପରିବାରରେ ମନାନ୍ତରର ସୂଚନା ରହିଛି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କୁ ସହଯୋଗ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ସନ୍ତାନହେତୁକ ଚିନ୍ତା ଦୂରହେବ।
ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ସ୍ବଗୃହୀ ଶୁକ୍ର ପ୍ରଭାବରୁ ବନ୍ଧୁ ସମ୍ପର୍କ, ପରିବହନ, ବିବାଦୀୟ ପରିସ୍ଥିତି, ସଭାସମିତି ଓ ଆନୁଷ୍ଠାନିକ କାମରେ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ସମସ୍ୟା ସମାଧାନ ସକାଶେ ନିଜର ବନ୍ଧୁମାନଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି।
ଦୈହିକ ସୁସ୍ଥତା ସାଙ୍ଗକୁ ବନ୍ଧୁଙ୍କ ସହଯୋଗ ସହାୟକ ହେବ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ଅସ୍ଥିର ରହିବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେପରି କିଛି ହେବନି। ଦୁର୍ବଳ ଓ ପାପଗ୍ରସ୍ତ ଧନାଧିପତି କାରଣରୁ ପରିସ୍ଥିତିବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇନେବାକୁ ବାଧ୍ୟ ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates