Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ
ଶନିଦୃଷ୍ଟ ଚନ୍ଦ୍ର ଓ ମଙ୍ଗଳ ଯୋଗୁ ନିଜର ଅନ୍ୟମନସ୍କତା ଓ ଭୁଲ୍‌ ବୁଝାମଣାରୁ ପରିବାରରେ ଅଶାନ୍ତି ଉପୁଜିପାରେ। ସାମାନ୍ୟ ବିଳମ୍ବିତ ସମୟାନ୍ତରରେ କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ। ବ୍ୟବସାୟିକ ଦିଗଟି ବେଶ୍‌ ଭଲ ରହିବ, କିନ୍ତୁ କଠିନ ଶ୍ରମ କରିବାକୁ ପଡ଼ିପାରେ। ସ୍ଥଗିତ କାମ ପାଇଁ ପଦାଧିକାରୀ କୈଫିୟତ୍‌ ମାଗିପାରନ୍ତି।
ବୃଷ
ବୃଷ
ଶୁକ୍ରଙ୍କ ପ୍ରତି ଶନିଙ୍କ ପ୍ରତ୍ୟକ୍ଷଦୃଷ୍ଟିଜନିତ ସ୍ବାସ୍ଥ୍ୟ ସମସ୍ୟା ବଢ଼ିଯାଇପାରେ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହୋଇପାରନ୍ତି। ମୂଲ୍ୟବାନ୍‌ ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ। ପାରିବାରିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ହରାଇ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ।
ମିଥୁନ
ମିଥୁନ
ମୁଖଭାବରେ ରବି ଓ ବୁଧ ରହିଥିବାରୁ ନିଜ ଜିହ୍ବାକୁ ନିୟନ୍ତ୍ରଣ ମଧ୍ୟରେ ନ ରଖିଲେ କଳହ ଅବଶ୍ୟମ୍ଭାବୀ। ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ। ନିଜର ଫାଇଦା ହାସଲ ପାଇଁ ନିକଟ ସମ୍ପର୍କୀୟମାନେ ଫନ୍ଦିଫିକର କରିବା ଲାଗି ମନ ବଳାଇପାରନ୍ତି। ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ।
କର୍କଟ
କର୍କଟ
ବ୍ୟୟାଧିପ ରାଶିସ୍ଥ ଯୋଗୁ ଆଜି ପାଇବେ ଯେତିକି ତା’ଠାରୁ ଅଧିକ କିଛି ହରାଇବାକୁ ପଡ଼ିପାରେ। କଠୋର ପରିଶ୍ରମଜନିତ ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବ। ଆଜିର ସକାଳୁଆ ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ପରିବାରର ଆର୍ଥିକ ଅବନତିର ସମୀକ୍ଷାକରି ଚିନ୍ତିତ ରହିପାରନ୍ତି।
ସି˚ହ
ସି˚ହ
ଭାଗ୍ୟାଧିପ କର୍ମାଧିପ ଯୁକ୍ତଜନିତ ସୁଚିନ୍ତିତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ତପତ୍ର ହେବେ। ଉଦ୍ଦେଶ୍ୟ ପ୍ରଣୋଦିତ ବନ୍ଧୁମାନଙ୍କର ଛଳନାପୂର୍ଣ୍ଣ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇଲେ ମଧ୍ୟ ଆବଶ୍ୟକତା ଅପୂରଣ ରହିବ ନାହିଁ। ଉପରିସ୍ଥଙ୍କ ଅଦେଶାନୁସାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
କନ୍ୟା
ସପ୍ତମାଧିପତି ଦୁଃସ୍ଥାନରେ ଥିବାରୁ ଆଜିର ଯାତ୍ରାରେ ପ୍ରତିବନ୍ଧକ ଦେଖାଦେଇପାରେ। ଭାଇଙ୍କ ସମସ୍ୟାର ସମାଧାନ ପାଇଁ ଚିନ୍ତାଜନକ ସ୍ଥିତି ଉପୁଜିବ। ବ୍ୟବସାୟ କ୍ଷେତ୍ରରେ ଲାଭ କିଛି କମ୍‌ ନ ହେଲେ ମଧ୍ୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ହୋଇପାରେ। ପ୍ରଶାସନିକ ସ୍ତରରେ ସମସ୍ୟାର ଅନ୍ତ ଘଟିବା ସକାଶେ ଚେଷ୍ଟାକଲେ ଅବଶ୍ୟ ଉପକୃତ ହେବେ।
ତୁଳା
ତୁଳା
ଶନିଙ୍କ କୋଣଭାବ ମଣ୍ଡନ ହେତୁ ଆଜି ଆପଣଙ୍କ ସକାଶେ କୌଣସି କାମ ଅସାଧ୍ୟ ରହିବ ନାହିଁ। ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ପରିବାରରେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ଓ ସଚ୍ଚୋଟତା କାରଣରୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ନିକଟରେ ରହୁଥିବା ବ୍ୟକ୍ତିମାନେ ଶତ୍ରୁତା ଆଚରଣ କରିପାରନ୍ତି।
ବିଛା
ବିଛା
ଅଷ୍ଟମାଧିପତି କର୍ମସ୍ଥ ଯୋଗୁ ମନକୁ ପାଇଲା ଭଳି କାମ ନ ହେଉଥିବାରୁ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ଅସାବଧାନତାରୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ସଭାସମିତି, ପ୍ରଶାସନ, ପ୍ରକାଶନ, ଆଇନ ଓ ଅଦାଲତ କ୍ଷେତ୍ରରେ ଆଶ୍ୱସ୍ତି ଲାଭ କରିବେ। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
ତୃତୀୟସ୍ଥ ଶନିଙ୍କ ଯୋଗୁ ଧୈର୍ଯ୍ୟ ଧରିପାରିଲେ ଉପକୃତ ହେବେ। ପୂର୍ବରାଗ ଶୁଝାବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ବନ୍ଧୁମାନଙ୍କ ସହ ଆଲୋଚନା କାଳରେ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ମକର
ମକର
ଯେତେ ଉପାୟ ଅବଲମ୍ବନକଲେ ସୁଦ୍ଧା କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିବ ହିଁ ବଢ଼ିବ। ପାରିବାରିକ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଗୁରୁଚଣ୍ଡାଳ ଯୋଗ ପ୍ରଭାବରୁ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ଗୃହସୀମା, ଜମିଜମାରେ ସମସ୍ୟାମୁକ୍ତ ରହିବେ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ର ବିବାଦ ବହୁଳ ହେବା କାରଣରୁ ମାନସିକ ସ୍ଥିରତା ରକ୍ଷା କରିବା କଷ୍ଟକର ହେବ। ପୁରାତନ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଯୋଗାଯୋଗକଲେ ଉପକୃତ ହେବେ। ଷଷ୍ଠସ୍ଥ ବୁଧଙ୍କ ଯୋଗୁ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ତର୍କର ସମ୍ଭାବନା ରହିଛି।
ମୀନମୀନ

ବୁଧାଦିତ୍ୟ ଯୋଗରୁ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ସୁଚିନ୍ତିତ ନିଷ୍ପତ୍ତିକୁ ଅନ୍ୟମାନେ ସ୍ବାଗତ କରିବେ। ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ନିଶ୍ଚିତ ଉପକୃତ ହେବେ। ଅଂଶୀଦାର ବ୍ୟବସାୟୀଙ୍କ ସହ ମାନମନାନ୍ତର ଦେଖା ଦେଇପାରେ। ପରିବାରର ଆବଶ୍ୟକତା ଉପଲବ୍ଧି କରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri