ମେଷ

ଆଜି ରାଶ୍ୟାଧିପତି ଦଶମ ସ୍ଥାନରେ ଆପଣଙ୍କୁ କର୍ମୋନ୍ନତି ଓ ବକେୟା ଅର୍ଥ, ସାମାଜିକ ସମ୍ମାନ ପ୍ରଦାନ କରିବେ। ଚତୁର୍ଥାଧିପତି ଶନିଙ୍କ ସହ ଦୁଃସ୍ଥାନରେ ଥିବାରୁ ପରିବାରରେ ମତାନ୍ତର ସୃଷ୍ଟି ହେବ। ଯାତ୍ରାକାଳୀନ ଅଜଣା ଲୋକଟିକୁ ସାହାଯ୍ୟ କରିବାକୁ ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ବୃଷ

ରାଶ୍ୟାଧିପତିଙ୍କ ଏକାଧିକ ଗ୍ରହ ସମ୍ପର୍କଜନିତ ଟେନ୍ସନ ବୃଦ୍ଧି କରିବ। କାମ ଚାପରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ। ଛୋଟ କଥାକୁ ବଡ଼ ଆକାରରେ ଚିନ୍ତାକରି ପରିବାରରେ କଳହ ଲାଗିପାରେ । ଚେଷ୍ଟା କରୁଥିବା ବ୍ୟକ୍ତିଗତ କାମରେ ସଫଳତା ପାଇବା ସହ ବୈଷୟିକ ଅଭିବୃଦ୍ଧି ଘଟିବ।
ମିଥୁନ

ପାପଗ୍ରହ କବଳରେ କବଳିତ ରାଶ୍ୟାଧିପ ବିଭିନ୍ନ ସମସ୍ୟା ଜାଲରେ ଛନ୍ଦି ହୋଇପାରନ୍ତି। ସମ୍ପର୍କୀୟଙ୍କ ଦ୍ୱାରା ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଜନକଲ୍ୟାଣ କାମ କରି ଆଦୃତ ହେବେ। ନିର୍ମାଣାଧୀନ କାମ, ଯାନ୍ତ୍ରିକ ଜିନିଷର ମରାମତି ଏବଂ ବୈବାହିକ ସମ୍ବନ୍ଧରେ ଫଳପ୍ରଦ ଆଲୋଚନା କରିପାରନ୍ତି।
କର୍କଟ

କେନ୍ଦ୍ରକୋଣାଧିପଙ୍କ ଦୃଷ୍ଟିଜନିତ କର୍ମକ୍ଷେତ୍ରରେ ବହୁତ ଦିନର ଆଶା ଓ ଅଭିଳାଷ ପୂରଣ ହେବ। ବ୍ୟକ୍ତିଗତ କାର୍ଯ୍ୟରେ ଅନିମନ୍ତ୍ରିତ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଯାତ୍ରାକାଳରେ ଯାନବାହନ ଚାଳନାରେ ସତର୍କ ରୁହନ୍ତୁ। ପାରିବାରିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେପରି କିଛି ହେବନି।
ସି˚ହ

ସ୍ୱରାଶିସ୍ଥ ଚନ୍ଦ୍ର ଆପଣଙ୍କୁ ଖର୍ଚ୍ଚାନ୍ତ କରାଇ ଅସ୍ଥିରତା ମଧ୍ୟରେ ସମୟ କଟାଇବେ। ବିଶେଷ ଭ୍ରମଣ ହେତୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ବିବାଦୀୟ ଘଟଣାରେ ଆତ୍ମୀୟମାନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଇଚ୍ଛା ନ ଥାଇ ମଧ୍ୟ ଘର ଅପେକ୍ଷା ବାହାରେ ବେଶି ସମୟ କଟାଇବାକୁ ପଡ଼ିବ।
କନ୍ୟା

କର୍ମାଧିପତି ଶନି ଗୃହରେ ଅବସ୍ଥାନ କରିଥିବାରୁ ସାମାନ୍ୟ ବିଳମ୍ବରେ କାମ ହାସଲ କରିବେ। ସାମାଜିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ସ୍ବାର୍ଥହାନିର ଆଳ ଦେଖାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ତୁଳା

ମଙ୍ଗଳ ଓ ରାହୁଙ୍କ ସ୍ଥାନ ପ୍ରଭାବରେ କର୍ମକ୍ଷେତ୍ରରେ ସାହସିକତା ପ୍ରଦର୍ଶନ କରି ପ୍ରଶଂସିତ ହେବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ । ବନ୍ଧୁଙ୍କ ନିକଟରୁ ଦ୍ରବ୍ୟଲାଭରୁ ଖୁସି ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସୁପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ଆାତ୍ମତୃପ୍ତି ଲଭିବେ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ।
ବିଛା

କର୍ମସ୍ଥାନସ୍ଥ ଭାଗ୍ୟାଧିପତି ହେତୁ ମନ ଚାହିଁଲା ଭଳି କାମ କରିବା ସହ ଆଶା ପୂରଣ ହେବ। ଆଜି ଯାହା କରନ୍ତୁନା କାହିଁକି, ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ ଏକଥା ସତ୍ୟ ଯେ, ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସବୁ ଭଲ ହେଲେ ମଧ୍ୟ ଘରୋଇ କଳହକୁ ନେଇ ଅଶାନ୍ତି ଦେଖାଦେଇପାରେ।
ଧନୁ

ଆଜିର ଗ୍ରହସ୍ଥିତି ଅନୁସାରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ନିଜ ନିଜର ସ୍ବାର୍ଥସାଧନ ମାନସରେ ନିଜ ଲୋକମାନେ ଦାଉ ସାଧିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।
ମକର

ଗ୍ରହସ୍ଥିତିର ଅନୁକୂଳତା ପ୍ରତ୍ୟେକ କାମ ସକାଶେ ସୁଫଳଦାୟୀ ରହିବ। ଯାହା ଚାହୁଁଛନ୍ତି ବନ୍ଧୁଙ୍କୁ ନିଃସଙ୍କୋଚରେ ନ କହିଲେ ସୁଯୋଗକୁ ଭବିଷ୍ୟତରେ ପାଇବେ ନାହିଁ। ସ୍ଥଗିତ କାମକୁ ପୂରା ଦମରେ କରିବାର ନିଷ୍ପତ୍ତି ନେଇ କୃତକାର୍ଯ୍ୟ ହେବେ। ମାନସିକ ଅସ୍ଥିରତା ମଧ୍ୟରେ ଭୋଗବିଳାସ, ବନ୍ଧୁଦର୍ଶନ, ଦ୍ରବ୍ୟଲାଭରୁ ଖୁସି ହୋଇପାରନ୍ତି।
କୁମ୍ଭ

ଆନୁଷ୍ଠାନିକ କ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାର ସୁଯୋଗ ପାଇ ଖୁସି ହେବେ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବାରୁ ମନ ଭଲ ରହିବ। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି।
ମୀନ
ପରିବାର ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। କେତେକ ଘଟଣାରେ ପିଲାଙ୍କ କାର୍ଯ୍ୟକଳାପ ପସନ୍ଦଯୋଗ୍ୟ ହୋଇ ନ ପାରେ। ବନ୍ଧୁଗହଣରେ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ରାଜନୀତି, କଳା, ସାହିତ୍ୟ, ସଭାସମିତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ।
👉 Follow Dharitri – Odisha’s No.1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.