Posted inRasifala

ରାଶିଫଳ: ସୋମବାର, ଫେବୃୟାରୀ ୨୧ ତାରିଖ – Daily Horoscope

ମେଷ
ଆଜି ବନ୍ଧୁମିଳନ ସହ ଧାର୍ମିକ କାର୍ଯ୍ୟ ମାନସିକ ଓ ଶାରୀରିକ ସ୍ତରରେ ଉନ୍ମାଦନା ଅନୁଭବ କରିବେ। ଆଜକୁ କେତେଦିନ ହେଲା ଯାହା ପାଇବା ପାଇଁ ଭାବୁଥିଲେ, ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବୃଷ
ବୃଷ
ଆଜିର ଗ୍ରହସ୍ଥିତି ସୁଖ ସୁବିଧା ପ୍ରଦାନ କରିବ। ଆର୍ଥିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ଓ ଫଳପ୍ରଦ ଆଲୋଚନା ପ୍ରୀତିଦାୟକ ରହିବ। ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ବିଭିନ୍ନ ଘରୋଇ ଝାମେଲା କାରଣରୁ ମନଟା ଭଲ ରହିନପାରେ। ବାଣିଜ୍ୟ ଓ ବ୍ୟବସାୟ, ପରିବହନ ତଥା ଲେଖାପଢ଼ା ଏବଂ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରି ନୂତନ ଦିଗ୍‌ଦର୍ଶନ ଦେବେ। ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ହୋଇଯିବ। ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁମାନଙ୍କର କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ କର୍ମମୁଖର ହେବେ।
କର୍କଟ
କର୍କଟ
ଅନ୍ୟମାନଙ୍କ ସେବାରେ ନିଜକୁ ନିୟୋଜିତ କରି ପଶ୍ଚାନ୍ତେ ମାନସିକ ଅଶାନ୍ତି ଅନୁଭବ କରିପାରନ୍ତି। ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି, ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ, ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅଫିସରେ ବାଧ୍ୟ ବାଧକତାରେ କେତେକ କାମ କରିବାକୁ ପଡ଼ିବ।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ କୌଶଳପୂର୍ଣ୍ଣ ଯୁକ୍ତିଯୁକ୍ତ କଥା କହି କାମ ହାସଲ କରିପାରିବେ। ପାରିବାରିକ ପରିସ୍ଥିତି ବିଶେଷ ଭଲ ନ ହେଲେ ମଧ୍ୟ ମନ୍ଦ ହେବନି। ବାରମ୍ବାର ଚେଷ୍ଟା କରିବା କାରଣରୁ ବନ୍ଧୁଙ୍କ ନିକଟରୁ ପରିଶେଷରେ କିଛି ପାଇବେ। କ୍ରୀଡ଼ା, ସାହିତ୍ୟ ଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ।
କନ୍ୟା
ଆଜିର ଗ୍ରହସ୍ଥିତି ଆପଣଙ୍କ ଦୈହିକ, ମାନସିକ ଓ ଶାରୀରିକ ସୁସ୍ଥତାକୁ ଅକ୍ଷୁଣ୍ଣ ରଖିବାରେ ସହାୟକ ହେବ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇବେ। ଖଳ ଲୋକଙ୍କ କଥାରେ ପଡ଼ି ହଇରାଣ ହେବେ। ଅବହେଳା ଯୋଗୁ କେତେକ କାମ ଲାଗି ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
ତୁଳା
ତୁଳା
କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ କଟିବ। ବନ୍ଧୁମିଳନ ଓ ରାଜନୈତିକ ସ୍ଥିତିର ସମୀକ୍ଷା ଅଗ୍ରଗତିରେ ସନ୍ତୋଷ ପାଇବେ। କୌଣସି ମୂଲ୍ୟବାନ୍‌ ଜିନିଷଟି ନ ପାଇ ବନ୍ଧୁଙ୍କ ଉପରେ ବର୍ଷିବେ। କୌଣସି ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ସାମୟିକ ବ୍ୟଥିତ କରିବାର ସୂଚନା ରହିଛି ।
ବିଛା
ବିଛା
କହିବି କହିବି ଭାବୁଥିଲେ ମଧ୍ୟ ନ କହିପାରିବା ଜନିତ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବେ। ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିପାରେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ପରୋକ୍ଷରେ ସମାଲୋଚିତ ହେବେ।
ଧନୁ
ଧନୁ
ପାରିବାରିକ ଓ କର୍ମକ୍ଷେତ୍ରରେ ଅସଂଗତି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବ ନାହିଁ। ବନ୍ଧୁଙ୍କୁ ବିନୟ ପୂର୍ବକ ପ୍ରିୟ କଥା କହି ଭୁଲ୍‌ ବୁଝାମଣା ହେତୁକ ସମସ୍ୟାକୁ ସୁଧାରି ନେବେ। ପଡ଼ୋଶୀମାନେ ସାହାଯ୍ୟ, ସହଯୋଗର ହାତ ବଢ଼ାଇପାରନ୍ତି। ଜମା ଭଲ ସମ୍ପର୍କ ନଥିବା ବ୍ୟକ୍ତିମାନେ ତିଳକୁ ତାଳ କରି ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି।
ମକର
ମକର
ପାରିବାରିକ ଅଶାନ୍ତି, ବନ୍ଧୁଙ୍କ ସହ ମତାନ୍ତର କାରଣରୁ ମନରେ ସରସତା ରହିବ ନାହିଁ। ପ୍ରତି କ୍ଷେତ୍ରରେ ସତର୍କତାର ସହ କାମ ନ କଲେ କଳହର ସମ୍ମୁଖୀନ ହୋଇ ପାରନ୍ତି। ପୁତ୍ରକନ୍ୟା ହେତୁକ ସମସ୍ୟା ସମାଧାନରୁ ଆଶ୍ୱସ୍ତି ଲଭିବେ। ରପତ୍ାନି କାରବାର, ନିର୍ମାଣ, ପରିବହନ, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଆଜି ଶାରୀରିକ, ସାମାଜିକ, ଗଣତାନ୍ତ୍ରିକ, ଆଇନ, ଅଦାଲତ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ଯାହା ଆଶା କରୁଥିଲେ କିମ୍ବା ଖୋଜୁଥିଲେ ତାହା ପାଇ ଖୁସି ହେବେ। ହଠାତ୍‌ ଜଣେ ବନ୍ଧୁ ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇପାରନ୍ତି।
ମୀନମୀନ
ସମସ୍ୟା ଓ ପ୍ରତିବନ୍ଧକକୁ ପଛକୁ ପକାଇ ବାସ୍ତବତାରେ ଉତ୍‌ଫୁଲ୍ଲିତ ରହିବେ। ଅଟକିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri