Posted inRasifala

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଆପଣ ଘର ଅପେକ୍ଷା ବାହାର ଲୋକଙ୍କ ସକାଶେ ବିଶେଷ ସମୟ ନେବେ। କାଯର୍‌ୟଗୁଡିକ ତ୍ୱରାନ୍ବିତ ହେବା ବଦଳରେ ହଠାତ୍‌ ଅଟକି ରହିଯାଇପାରେ। ଶିଳ୍ପ,ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ ଓ ଲାଭବାନ୍‌ ହେବେ। ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ ,ଅଳଙ୍କାରାଦି ପଦାର୍ଥ କିମ୍ବା ମୂଲ୍ୟବାନ ଜିନିଷ ଆଣି ପାରନ୍ତି।
ବୃଷ
ବୃଷ
ଆପଣ ନିଜ ପିଲା ମାନଙ୍କ ଉନ୍ନତ କାର୍ଯ୍ୟକଳାପ ପାଇଁ ଗୈାରବାନ୍ବିତ ହୋଇପାରନ୍ତି। କର୍ମ କ୍ଷେତ୍ର,ଯାନ ବାହାନ, ଦୋକାନବାଡ଼ି, ସଭାସମିତିରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ଆତ୍ମୀୟତା ଦେଖାଉଥିବା ଲୋକମାନେ ପରୋକ୍ଷଭାବେ ବିରୁଦ୍ଧାଚରଣ କରିପାରନ୍ତି। ବ୍ୟବସାୟ, ପରିବହନ,ମାଲି ମକଦ୍ଦମା,ରେ ସଫଳତା ହାସଲ କରିବେ।
ମିଥୁନ
ମିଥୁନ
ସକାଳୁ ସକାଳୁ ହଠାତ୍‌ କୈାଣସି ସମସ୍ୟାର ସମ୍ମୁଖୀନ ହୋଇ ମାନସିକ ଅସ୍ଥିରତା ଦେଖାଦେଇପାରେ। କୈାଣସି ବ୍ୟକ୍ତି ଦ୍ୱାରା ବାଧ୍ୟ ବାଧ୍ୟକତାରେ ଯାତ୍ରା କରିବାକୁ ପଡିପାରେ। ଅଫିସ୍‌ କାମରେ ଆଲୋଚନା ସରଗରମ ମଧ୍ୟରେ ଅସମାପ୍ତ ରହିବ। ପାରିବାରିିକ ସମସ୍ୟାର ସମାଧାନ ଜଣେ ବନ୍ଧୁଙ୍କ ହସ୍ତକ୍ଷେପ ଫଲରେ ସମ୍ଭବ ହେବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥାକହି ଜଟିଳ ପରିସ୍ଥିତିକୁ ସୁଧାରି ନେଇ ପାରିବେ। ଟଙ୍କା ପଇସା,ନେବା ଆଣିବା, କ୍ଷେତ୍ର ରେ ସତର୍କ ରହନ୍ତୁ,ନତୁବା ପରେ ଅନୁତାପ କରିବାକୁ ପଡିପାରେ । ପାରିବାରିକ କ୍ଷେତ୍ର, ଯାନ ବାହନ ଚଳାଚଳ, ଦୋକାନବାଡି ପ୍ରଭୃତିରେ କିଛିଟା ସମସ୍ୟା ଦେଖାଦେବ। ପୁରାତନ ରୋଗର ପୀଡା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ କିନ୍ତୁ ବିଭିନ୍ନ ସମସ୍ୟା ହେତୁ ମାନସିକ ସ୍ଥିତି ଭଲ ରହିନପାରେ। ଅଯାଚିତ ଭାବରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବେ। ପରିବାର ସକାଶେ ଆକସ୍ମିକ ଆଗନ୍ତୁକ ଦୁଃଶ୍ଚିନ୍ତାର କାରଣ ହୋଇ ପାରନ୍ତି। ପରିବହନ, ବ୍ୟବସାୟ ଓ ପ୍ରଶାସନିକ ସ୍ତରରେ ଆଶାଅନୁଯାୟୀ ଫଳ ପାଇବେ।
କନ୍ୟା
ଆଜିର ସବୁ କାମ ଗୁଡିକ ବହୁତ ବିଳମ୍ବରେ ସମ୍ପନ୍ନ ହେବ, ସେହି କାରଣରୁ ମନ ମଧ୍ୟ ସେତେଟା ଭଲ ରହିବ ନାହିଁ। ଦୀର୍ଘଦିନହେଲେ ଲାଗି ରହିଥିବା ରୋଗପୀଡା ଉପଶମ ହେବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିପାରନ୍ତି। ସାଂଗଠନିକ କାମ, ରାଜନୀତି ଓ ସଭାସମିତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। କ୍ରୀଡା, ଚଳଚ୍ଚିତ୍ର ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କୃତିତ୍ୱପ୍ରଦର୍ଶନ କରି ଚର୍ଚ୍ଚିତ ହେବେ। ସନ୍ତାନଙ୍କ ଉନ୍ନତି, ଶିକ୍ଷା, ସାକ୍ଷାତକାର, ଆନୁଷ୍ଠାନିକ ଆଲୋଚନା ପ୍ରଭୃତିରେ ସଫଳତା ପାଇବେ। ସାହିତ୍ୟସଭା, ଆନୁଷ୍ଟାନିକ କାମ, ରାଜନୈତିକ ସଂଗଠନ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ। ପ୍ରଶାସନ, ଗବେଷଣା, କୃଷି, ବାଣିଜ୍ୟରେ ମଧ୍ୟ ଚେଷ୍ଟା ସଫଳ ହେବ।
ବିଛା
ବିଛା
କାମ ସବୁ ଗଡ୍‌ବଡ୍‌ ହୋଇଯାଉଥିବାରୁ ସବୁ କଥାରେ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ନିଜର କ୍ରୋଧ ସମ୍ବରଣ ନକରି କଡା କଥା କହିବା କାରଣରୁ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି। ଶିଳ୍ପ, ବ୍ୟବସାୟ, ବାଣିଜ୍ୟରେ ମାଲପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ଉତମ ବୁଝାମଣା ଜନିତ ସୁଖସନ୍ତୋଷ ପାଇପାରିବେ।
ଧନୁ
ଧନୁ
ଆଜି ଯାହା ଭାବୁଛନ୍ତି ଶୀଘ୍ର କରିବା ଭଲ। ପ୍ରିୟ ବନ୍ଧୁଙ୍କ ଆଗରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଗଲେ ପରେ ପସ୍ତେଇବେ। କର୍ମ କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପ୍ରକାଶନ, ରାଜନୀତି, ପରିବହନ ଓ ଆଇନ ଅଦାଲତ କ୍ଷେତ୍ରରୁ ଉଚ୍ଚ ମାନର ଫଳ ପାଇବେ।
ମକର
ମକର
ଦିନଟି ବହୁମାତ୍ରାରେ ଅବ୍ୟବସ୍ଥା ଭିତରେ କଟିବ ବିଶେଷତଃ ଅର୍ଥାଭାବ ସମସ୍ୟାର ମୂଳ କାରଣ ହୋଇପାରେ। ନିଜଠାରୁ ସାନମାନଙ୍କ ମତକୁ ସମ୍ମାନ ଦେଲେ ସମାଲୋଚନାରୁ ରିହାତି ମିଳିବ। ବ୍ୟବସାୟୀ ମାନେ ଭଲ ବ୍ୟବସାୟ ହେବା କାରଣରୁ ଖୁସି ରହିବେ। ହିତୈଷୀ ମାନଙ୍କ ପରାମର୍ଶରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରର ବିବଦମାନ ସ୍ଥିତି କତେକାଂଶରେ ସମାଧାନ ଦିଗକୁ ଗତି କରିବ। ନିର୍ମାଣଧୀନ କାର୍ଯ୍ୟ ସକାଶେ ଅର୍ଥର ଆବଶ୍ୟକତା ହୋଇପାରେ। ସକାଳୁ ସକାଳୁ ମାଙ୍ଗଳିକ କାମ କିମ୍ବା ଧର୍ମାନୁଷ୍ଠାନ ଦିଗ ସକାଶେ ଖିଆପିଆ ଛାଡି ବୁଲିବେ। ଘରୋଇ ଆବଶ୍ୟକତା ପୂରଣ କ୍ଷେତ୍ରରେ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ।
ମୀନମୀନ
ଆଜି ଆପଣଙ୍କର ମନ ଭୁଲାଣିଆ କଥାରେ ଶତ୍ରୁମାନେ ମିତ୍ର ପାଲଟିଯିବେ। କିନ୍ତୁ ଭାବପ୍ରବଣତାବଶତଃ ଅସାବଧାନତା କିମ୍ବା ସତର୍କତା ଅଭାବରୁ ଧନ ହାନୀ ଘଟିପାରେ। ପରିବାରରେ, ପରିବହନ, ଗୃହ ନିର୍ମାଣରେ, ସଭା ସମିତିରେ କ୍ରମଶଃ ସ୍ଥିରତା ଫେରି ଆସିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହୟତାରୁ ଉପକୃତ ହୋଇ ପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri