Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆଜିର କଲ୍ୟାଣ ଚନ୍ଦ୍ରଙ୍କ ସହିତ ବୁଧ ପ୍ରଭାବରୁ କାମଗୁଡିକ ଟିକିଏ ବିଳମ୍ବରେ ହିଁ ହେବ। ବ୍ୟବସାୟ,ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମ ତଥା ବାଣିଜ୍ୟ, ବ୍ୟବସାୟ ଓ ପ୍ରତିଯୋଗିତାରେ ସଫଳତା ଅନୁଭବ କରିବେ।
ବୃଷ
ବୃଷ
ରବିଙ୍କ ସ୍ବଗୃହସ୍ଥିତି କେତୁ ଯୁକ୍ତ କାରଣରୁ ପାରିବାରିକ ଜୀବନରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ବନ୍ଧୁଙ୍କ ସମସ୍ୟା ବିଷୟରେ ଚିନ୍ତାକରି ମାନସିକ ସ୍ଥିରତା ରହି ନ ପାରେ। କର୍ମକ୍ଷେତ୍ରର ବିଭିନ୍ନ ପ୍ରକାରର ସମସ୍ୟାକୁ ସମାଧାନ କରି ଆଶ୍ୱସ୍ତି ଅନୁଭବ କରିବେ। ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ।
ମିଥୁନ
ମିଥୁନ
ବୃହସ୍ପତିଙ୍କ ପ୍ରଭାବରେ ନୂଆ କରି ଆରମ୍ଭ କରିଥିବା କାମ ସୁବିଧାରେ ହୋଇଯିବ। ଅବଶ୍ୟ ପାପଗ୍ରହଯୁକ୍ତ ରାଶ୍ୟାଧିପତି କାରଣରୁ ଦୈହିକ ଅସୁସ୍ଥତା ମାନସିକ ଶାନ୍ତି ନଷ୍ଟକରିବାର ଆଶଙ୍କା ରହିଛି। ଋଣ ପରିଶୋଧର ଚିନ୍ତା ସାଙ୍ଗକୁ ଆର୍ଥିକ ପରିସ୍ଥିତି ଦୁଶ୍ଚିନ୍ତାର କାରଣ ହେବ। ପରିବାରରେ ପିଲାଙ୍କ ବିଷୟ ଚିନ୍ତାକରି ଅସ୍ଥିରତା ଅନୁଭବ କରିପାରନ୍ତି।
କର୍କଟ
କର୍କଟ
ସ୍ବଗୃହୀ ରାଶ୍ୟାଧିପ ଯୋଗୁ କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନି। ପରିବହନ, ଯାତ୍ରା, ନିର୍ମାଣ କାର୍ଯ୍ୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବ। ବନ୍ଧୁଙ୍କ କଥାରେ କେତେକ କାମ କରିବାକୁ ବାଧ୍ୟ ହେବେ। ଆକସ୍ମିକ ଭାବେ ନିଜ ଲୋକଙ୍କ ଉପରେ ରାଗି ବିନା କାରଣରେ ଶତ୍ରୁତା ସୃଷ୍ଟି କରିବାକୁ ପଡିପାରେ।
ସି˚ହ
ସି˚ହ
ରାଶ୍ୟାଧିପ କେତୁ ଯୁକ୍ତ ହେତୁ ସ୍ବାସ୍ଥ୍ୟ ଭଲ ରହିବା ସହ ସରକାରୀ ସୁବିଧା କିମ୍ବା ଅନୁକମ୍ପା ଲାଭ କରିବା କଷ୍ଟକର ହେବ। ବନ୍ଧୁଙ୍କ ସାହାଯ୍ୟରୁ ଅଟକିଥିବା କାମ ସମ୍ପନ୍ନ କରିବେ। ଜମିଜମା, ସଭାସମିତି, ଆନୁଷ୍ଠାନିକ କିମ୍ବା ପ୍ରତିଯୋଗିତାରେ ସଫଳ ହେବେ। ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୂଳ ହେବେ। ବ୍ୟବସାୟରେ ଲାଭବାନ ହେବେ।
କନ୍ୟା
ବିଶିଷ୍ଟବ୍ୟକ୍ତିଙ୍କ ସହଯୋଗରେ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହୋଇଯିବ। ବନ୍ଧୁଙ୍କ ସାହାଯ୍ୟରୁ ଅର୍ଥସଂକଟ ଦୂରେଇଯିବ। ପାରିବାରିକ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରିବା କାରଣରୁ ସାମୟିକ ଅଶାନ୍ତ ରହିବେ। ମଙ୍ଗଳଙ୍କ କୁପ୍ରଭାବରୁ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ସାମୟିକ ବ୍ୟାହତ କରିବାର ଆଶଙ୍କା ରହିଛି।
ତୁଳା
ତୁଳା
ତୃତୀୟ ଷଷ୍ଠାଧିପ ବୃହସ୍ପତି କର୍ମସ୍ଥାନରେ ରହିଥିବାରୁ ନିଜ ଲୋକ ବିରୁଦ୍ଧାଚରଣ କରିବେ। ଅସୁସ୍ଥତା ଯୋଗୁ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କଷ୍ଟକର ହେବ। ପ୍ରତିଯୋଗିତା, ମାଲି ମକଦ୍ଦମା ଓ ବିବାଦୀୟ ଘଟଣାରେ ବିଜୟଲାଭ ଅବଶ୍ୟମ୍ଭାବୀ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ।
ବିଛା
ବିଛା
ଶନିଙ୍କ ପ୍ରଭାବରେ ମନ ଚାହୁଁଥିବା କୌଣସି କାମ ନ ହେବାରୁ ଅସନ୍ତୁଷ୍ଟ ରହିପାରନ୍ତି। ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ନୂତନ ସ୍ଥାନ ପରିଦର୍ଶନ ସହିତ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି। କ୍ରୀଡ଼ା, କଳା ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏ ସମାଧାନ ହୋଇଯିବ।
ଧନୁ
ଧନୁ
ଦେବଗୁରୁଙ୍କ କୃପାରୁ କର୍ମକ୍ଷେତ୍ର ଏବଂ ପାରିବାରିକ କ୍ଷେତ୍ରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ପାଖ ପଡ଼ୋଶୀମାନେ ଈର୍ଷାପରାୟଣ ହୋଇ ବିଭିନ୍ନ ପ୍ରକାରର ଅପପ୍ରଚାର ଚଳାଇପାରନ୍ତି। ପରିବାରର ସହମତି ନେଇ କୌଣସି ନୂତନ କର୍ମାରମ୍ଭ ପାଇଁ ମନ ବଳାଇବେ।
ମକର
ମକର
ତିନୋଟି ଗ୍ରହ ରାଶିକୁ ଅବଲୋକନ କରୁଥିବାରୁ ଆଜି କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁଣ୍ଣ ରହିବ। ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିରେ ସମସ୍ୟା ସମାଧାନ ହୋଇଯିବ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ଦୁର୍ବଳ ଚନ୍ଦ୍ରଙ୍କ ସ୍ଥିତି ବିଭିନ୍ନ ସମସ୍ୟାରେ ଚିନ୍ତିତ କରାଇବ। ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ଚେଷ୍ଟା କରିପାରନ୍ତି। ରାହୁଙ୍କ ପ୍ରଭାବରୁ ବିବାଦୀୟ ଘଟଣା କିମ୍ବା କଚେରି ମାମଲାରେ ଆଶାଜନକ ଫଳ ପାଇବେ। ଆଜିର ଯାତ୍ରା, ବାଣିଜ୍ୟ ଓ ପରିବହନରେ ଆଶା ପୂରଣ ହୋଇପାରିବ।
ମୀନମୀନ

ଆଶା କରିଥିବା ଦିଗରୁ ଅର୍ଥ ଓ କର୍ମକ୍ଷେତ୍ରରେ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ସହକର୍ମୀଙ୍କ ଅଭିଯୋଗ କ୍ରମେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଋଣ ପରିଶୋଧ କରି ନ ପାରିବା ଓ ଖର୍ଚ୍ଚ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ। ଶୁକ୍ରଜନିତ, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri