Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ
ଚିନ୍ତାଧାରା ବିକ୍ଷିପ୍ତ ରହିବା କାରଣରୁ କୌଣସି କାମ ଶୃଙ୍ଖଳିତ ହୋଇପାରିବନାହିଁ। ପିଲାମାନଙ୍କ ସ୍ବାସ୍ଥ୍ୟହାନି ଏବଂ ଶିକ୍ଷା ସମ୍ପର୍କିତ ସମସ୍ୟା ମାନସିକ ସ୍ଥିତିକୁ ବିଷାଦିତ କରି ରଖିବ। ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ନିଜ ପରିସରରେ ବିବାଦୀୟ ଘଟଣାରେ ପାଟି ଖୋଲିବା ଠିକ୍‌ ହେବନାହିଁ।
ବୃଷ
ବୃଷ
ସମୟ ଓ ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବେ। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ବ୍ୟସ୍ତତା ମଧ୍ୟ ବଢ଼ିଯିବ। ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ମିଥୁନ
ମିଥୁନ
ସମସ୍ତ ସୁବିଧା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ କାମ ନ ହେବା କାରଣରୁ ବ୍ୟସ୍ତ ହେବେ। ଋଣ ଭାରରେ ଅତିଷ୍ଠ ହେବା କାରଣରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ହଠାତ୍‌ କୌଣସି ହୃଦୟବାନ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିପାରେ। ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବେ। ଅନ୍ୟମନସ୍କ ରହି ବିଭିନ୍ନ ପ୍ରକାରର ସମସ୍ୟାକୁ ଡାକି ଆଣି ପାରନ୍ତି। ଘରର ବରାଦ ଜିନିଷ ଭୁଲ୍‌ ବଶତଃ ଭୁଲିଯିବେ ଓ ପରିବାରରେ ଏଥିପାଇଁ ଝଗଡ଼ା ଲାଗିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ ଓ ସଙ୍ଗୀତ ଆସରରେ ନିଜକୁ ହଜାଇ ଦେଇପାରନ୍ତି।
ସି˚ହ
ସି˚ହ
କୌଣସି ନୂତନ କାମର ଯୋଜନା କରିବେ ଓ ସଫଳତା ମଧ୍ୟ ପାଇବେ। ବନ୍ଧୁଙ୍କ ସହ ଆଲୋଚନା, ଖେଳ, ମଉଜ ମଜଲିସ୍‌ରେ ସମୟ କଟାଇପାରନ୍ତି। ସହକର୍ମୀଙ୍କ ଘରୋଇ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ, ଯାହାକି ସମସ୍ୟାର କାରଣ ହୋଇପାରେ। ମନୋରଞ୍ଜନ କାର୍ଯ୍ୟକ୍ରମ କିମ୍ବା ସଭାସମିତିରେ ସଫଳତା ହାସଲ କରିବେ।
କନ୍ୟା
ଅନ୍ୟ ଦ୍ୱାରା ପରିଚାଳିତ ହୋଇ ସ୍ଥଗିତ କାମକୁ କରିଚାଲିବେ କିନ୍ତୁ ନିଜ ଇଚ୍ଛାରେ ନୁହେଁ। ଆଜି ଏକ ଭିନ୍ନ ପରିସ୍ଥିତିରେ ବାନ୍ଧବୀଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବା ସଙ୍ଗକୁ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିନେବେ। ବନ୍ଧୁଙ୍କ ସହାୟତାରେ ବସ୍ତ୍ରଭୂଷଣ ଓ ଧାତୁ ଅଳଙ୍କାର ପ୍ରାପ୍ତି ଯୋଗ ରହିଛି।
ତୁଳା
ତୁଳା
ମନରେ ବିଭିନ୍ନ ପ୍ରକାରର ଚିନ୍ତା ଉଙ୍କି ମାରିବ କିନ୍ତୁ କିଛି ଅସୁବିଧା ହେବନି। କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହଯୋଗ ଅବଶ୍ୟ ମିଳିବ। ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବିଛା
ବିଛା
କୌଣସି କାମରେ ବ୍ୟସ୍ତତା ବଢ଼ିଯାଇପାରେ କିନ୍ତୁ କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରଞ୍ଜନ ଜିନିଷ କ୍ରୟ କରିବେ। ପାରିବାରିକ ସମସ୍ୟା ସମାଧାନରେ ସଫଳ ହେବେ।
ଧନୁ
ଧନୁ
ଆଜି ହଠାତ୍‌ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁଙ୍କ ମାଧ୍ୟମରେ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି। ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇପାରନ୍ତି।
ମକର
ମକର
ପାରିବାରିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବ। ଆଜିର ଫେରିବା ବାଟରେ ବନ୍ଧୁଙ୍କ ସହ ସାଧାରଣ ବଚସା ହୋଇପାରେ।
କୁମ୍ଭ
କୁମ୍ଭ
ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁ ସ୍ମରଣ କରି ଅନୁତାପ କରିବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଗତକାଲିର ଯୋଜନା ମୁତାବକ କାର୍ଯ୍ୟରେ ସଫଳତା ପାଇବେ। ଆକସ୍ମିକ ଭାବରେ ଧାରକରଜ କରିବାକୁ ପଡିପାରେ।
ମୀନମୀନ

କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। କର୍ମକ୍ଷେତ୍ରରେ ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ସ୍ବାସ୍ଥ୍ୟ ପ୍ରତି ଅବହେଳା ନ କରି ସାବଧାନତା ଅବଲମ୍ବନ କରନ୍ତୁ। ରାଜନୈତିକ ପୃଷ୍ଠପୋଷକତାରୁ ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri