Posted inRasifala

ରାଶିଫଳ: ସୋମବାର, ମେ ୨୦ ତାରିଖ – Daily Horoscope

ମେଷ
ଆଜି ଅଶ୍ୱିନୀ ନକ୍ଷତ୍ର ସକାଶେ ଅନ୍ୟମନସ୍କତା ଯୋଗୁ କେତେକ ବ୍ୟତିକ୍ରମ ଆଶଙ୍କା ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପାରିବାରିକ କ୍ଷେତ୍ରରେ ଆର୍ଥିକ ଅଭାବକୁ ପୂରଣ କରିବା ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଅପରିଚିତ ବ୍ୟକ୍ତି ଜଣକ ସକାଶେ କିମ୍ବା ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ।
ବୃଷ
ବୃଷ
ଅନ୍ୟମାନଙ୍କ ଭୁଲ ସକାଶେ ନିଜକୁ ଦାୟୀ ହେବାକୁ ପଡ଼ିପାରେ, କିନ୍ତୁ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। କୃତିକା ନକ୍ଷତ୍ର ଅଭାବ ପୂରଣ ଦିଗରେ ସହକର୍ମୀଙ୍କୁ ଅନୁରୋଧ କରିପାରନ୍ତି। ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଆଲୋଚନା ଅବକାଶରେ ବନ୍ଧୁମାନଙ୍କ ଗହଣରେ ଅପ୍ରିୟ ସତ୍ୟ କହି ସମାଲୋଚିତ ହେବେ।
ମିଥୁନ
ମିଥୁନ
ଆଜି ଦିନର ପ୍ରଥମାର୍ଦ୍ଧଟି ଭଲରେ କଟିବା ବେଳେ ଦ୍ୱିତୀୟାର୍ଦ୍ଧରେ ସମସ୍ୟା ଆସିବ। ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ। ପୁରାତନ ରୋଗ ପୀଡ଼ା ବୃଦ୍ଧି ପାଇପାରେ। ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। କରଜ, ଭଡ଼ାସୂତ୍ରରୁ କିମ୍ବା ବନ୍ଧୁଙ୍କ ନିକଟରେ ରହିଥିବା ବକେୟା ଟଙ୍କା ପାଇପାରନ୍ତି।
କର୍କଟ
କର୍କଟ
ସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହୋଇପାରିବ। ଅଶ୍ଳେଷା ନକ୍ଷତ୍ର ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଶିଳ୍ପ, ବ୍ୟବସାୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବାକୁ ପଡ଼ିପାରେ।
ସି˚ହ
ସି˚ହ
ପରିସ୍ଥିିତିର ବିଷମତାକୁ ନେଇ ନକାରାମତ୍କ ଚିନ୍ତାଧାରା ସୃଷ୍ଟିହେବ। ସ୍ବାର୍ଥହାନି ଆଶଙ୍କାରେ ଆମତ୍ୀୟସ୍ବଜନ ଦୂରେଇ ଗଲେ ମଧ୍ୟ ନୂତନବନ୍ଧୁ ଓ ସହଯୋଗ କିଛି କମିବନାହିଁ। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ। ସାହିତ୍ୟଚର୍ଚ୍ଚା, ସଭାସମିତି, ସାମ୍ବାଦିକତା ଦିଗରୁ ସଫଳତା ମିଳିବ।
କନ୍ୟା
କୌଣସି ବ୍ୟକ୍ତି ଫୁସୁଲାଫୁସୁଲି କରି ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି। ଆଲୋଚନା କିମ୍ବା ସଭାସମିତିରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ନିଜର ଅବହେଳାରୁ ଅନ୍ୟ ବାଟରେ ବ୍ୟୟ ହେବ। ଚିତ୍ରା ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ତୁଳା
ତୁଳା
ଗତକାଲିର ଅସମ୍ପୂର୍ଣ୍ଣ ଘରକାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲାଭଳି କାମ କରିବେ। ଅନ୍ୟର ଅସୁବିଧା ଦୂର କରିବା ପାଇଁ ନିଜେ ହଇରାଣରେ ପଡ଼ିପାରନ୍ତି। ସ୍ବାତୀ ନକ୍ଷତ୍ରର ପ୍ରକାଶନ, ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଆଜି ନୂତନ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ଜ୍ୟେଷ୍ଠା ନକ୍ଷତ୍ରର କାମଗୁଡ଼ିକ ସୁବିଧାରେ ନ ହେବା କାରଣରୁ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଚାତୁର୍ଯ୍ୟତା ବଳରେ କିମ୍ବା କୁଟନୀତି ପ୍ରୟୋଗ କରି ଅସାଧ୍ୟ ସାଧନ କରିବେ।
ଧନୁ
ଧନୁ
ପାରିବାରିକ ଜୀବନରେ ବୁଝାମଣାର ଅଭାବ ଅଶାନ୍ତିର କାରଣ ହେବ। ମୂଳା ନକ୍ଷତ୍ର ସକାଶେ ଅବକାରୀ ବେପାରରେ ସମସ୍ୟା ଆଶଙ୍କା ଅଛି। ଖର୍ଚ୍ଚ ପରିମାଣ ବୃଦ୍ଧିପାଇଲେ ମଧ୍ୟ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ନ୍ୟାୟୋଚିତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ।
ମକର
ମକର
ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଶ୍ରବଣା ନକ୍ଷତ୍ରର ପରିବାରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ରାଜନୈତିକ କିମ୍ବା ସାଂସ୍କୃତିକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ଶତଭିଷା ନକ୍ଷତ୍ରର ବ୍ୟବସାୟ କିମ୍ବା ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ

ଆଜି ଉତ୍ତରଭାଦ୍ରବ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରିବେ। ପୁରାତନ ରୋଗର ପୀଡ଼ା ଅନୁଭବ ହୋଇପାରେ,ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ଅନ୍ୟର କଥାକୁ ସତ ମନେକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri