Categories: Rasifala

ରାଶିଫଳ: ସୋମବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ
ଆଜି ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ପରିବାର ସକାଶେ ସୁଖ, ସୌଭାଗ୍ୟକାରକ ହେବେ। ଶାନ୍ତି ଓ ସହାବସ୍ଥାନ ଜୀବନଯାତ୍ରା ପାଇଁ ପ୍ରୀତିପ୍ରଦାୟକ ରହିବ। ସଭାସମିତି, ବନ୍ଧୁଗହଣରେ କର୍ମାରମ୍ଭ ଓ ଆଲୋଚନା ପାଇଁ ସୁସ୍ଥ ପରିବେଶ ସୃଷ୍ଟିହେବ। ଆଜିର ଯାତ୍ରା, ସନ୍ତାନଙ୍କ କୃତିତ୍ୱ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ କ୍ଷେତ୍ରରୁ ସଫଳତା ପାଇବେ।
ବୃଷ
ରାଶ୍ୟାଧିପତିଙ୍କ ସ୍ଥିତି ଶୁକ୍ରଙ୍କ ଯୋଗୁ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ମନ ଚାହୁଁଥିବା ପ୍ରକାରେ କାର୍ଯ୍ୟ ହାସଲ କରିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବାକୁ ବାଧ୍ୟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ ବ୍ୟବସାୟ, ଋଣ ପରିଶୋଧ, ସମସ୍ୟା ସମାଧାନ, ସୁସମ୍ପର୍କ ରକ୍ଷା ଅପୂର୍ଣ୍ଣ ରହିଯିବ।
ମିଥୁନ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତାଜନିତ ମାନସିକ ଅସ୍ଥିରତା ଲାଗି ରହିବ। ଅନ୍ୟକୁ ସାହାଯ୍ୟ କରି ପ୍ରଶଂସା ବଦଳରେ ଅଧିକ କାମର ବରାଦ ପାଇବେ। ଆର୍ଥିକ ପରିସ୍ଥିତି ଉତ୍କୃଷ୍ଟ ରହିବନାହିଁ। ଶୁକ୍ର ଯୁକ୍ତ ଚନ୍ଦ୍ର ଯୋଗୁ ପରିବାର, ପରିବହନ, ପ୍ରଶାସନ, ପ୍ରକାଶନ, ରାଜନୀତି ଓ ଆନୁଷ୍ଠାନିକ କାମ କେତେକାଂଶରେ ଭଲ ରହିବ।
କର୍କଟ
ଲାଭଭାବସ୍ଥ ଚନ୍ଦ୍ର ଅଭିଳାଷ ପୂରଣ ସାଙ୍ଗକୁ ଶାରୀରିକ ସୁସ୍ଥତା ଏବଂ ମାନସିକ ଅସ୍ଥିରତା ଦୂର କରିବ। ପ୍ରଶାସନିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବା ସହ ସାମାଜିକ ସ୍ତରରେ ପ୍ରଶଂସା ପାଇବେ। ଅର୍ଥ ସମ୍ପର୍କୀୟ ଆଲୋଚନା, ରାଜନୈତିକ ବିତର୍କ, ଆନୁଷ୍ଠାନିକ କାର୍ଯ୍ୟ ଏବଂ ନୂତନ ବନ୍ଧୁସମ୍ପର୍କରୁ ଖୁସି ରହିବେ।
ସି˚ହ
ଆଜି ଧାର୍ମିକ କାର୍ଯ୍ୟରେ ବନ୍ଧୁ ମିଳନ, ବସ୍ତ୍ରଭୂଷଣ ଲାଭ, ସଭାସମିତିରେ ସମ୍ମାନ ସାଙ୍ଗକୁ ପାରିବାରିକ ଶାନ୍ତି ଅକ୍ଷୁଣ୍ଣ ରହିବ। ଶାରୀରିକ ସୁସ୍ଥତା ସହ ବନ୍ଧୁଙ୍କ ପରାମର୍ଶ ହେତୁ ପ୍ରତିଯୋଗିତାରେ ସଫଳତା ପାଇବାର ସୂଚନା ମଧ୍ୟ ରହିଛି। ଶନିଙ୍କ କୁପ୍ରଭାବରେ ସାମାଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି।
କନ୍ୟା
ଚନ୍ଦ୍ର ଏବଂ ବୁଧଙ୍କ ଶୁଭପ୍ରଭାବରୁ ସହଜାତ ସୁଲଭ ଗୁଣ ଯୋଗୁ ବନ୍ଧୁମାନଙ୍କ ପ୍ରୀତିଭାଜନ ହେବେ। ଅର୍ଥର ଅଭାବ ରହିବନାହିଁ ଏବଂ ବନ୍ଧୁମିଳନ ସହ ମିଷ୍ଟାନ୍ନଲାଭ,ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ମଧ୍ୟ ଲାଭକରିବେ। ଦୀର୍ଘ ଦିନର ଅପୂରଣୀୟ ଆଶା ମନକୁ ବାରମ୍ବାର ଆଲୋଡନ କରିବା କାରଣରୁ ସାମୟିକ ଅଶାନ୍ତ ରହିପାରନ୍ତି।
ତୁଳା
ଆଜି ନିଜ କାର୍ଯ୍ୟକୁ ପଛକୁ ପକାଇ କର୍ମକ୍ଷେତ୍ରରେ ସ୍ଥଗିତ ରହିଥିବା କାର୍ଯ୍ୟକୁ ପ୍ରାଧାନ୍ୟ ଦେବେ। ପରିବାରର ଖର୍ଚ୍ଚଭାର ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକ ଅର୍ଥ ବିଭିନ୍ନ ସୂତ୍ରରୁ ପାଇବାରେ ଅସୁବିଧା ହେବ ନାହିଁ। ସରକାରୀ ଆଦେଶପ୍ରାପ୍ତ ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ସାହିତ୍ୟରେ ସମସ୍ୟା ସମାଧାନ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ।
ବିଛା
ରାଶିପ୍ରତି ଚନ୍ଦ୍ର ଓ ଶୁକ୍ରଙ୍କ ପ୍ରତ୍ୟକ୍ଷ ଦୃଷ୍ଟି କାର୍ଯ୍ୟସିଦ୍ଧି ସହ ସାମାଜିକ ସ୍ତରରେ ସମ୍ମାନ ଓ ପ୍ରଶଂସା ପାଇ ଖୁସି ହେବେ। ଆର୍ଥିକ ସ୍ଥିତିର ଦୁରବସ୍ଥା ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ ଦୂରହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ଆଇନ ସହାୟତା ଲାଭକରି କ୍ରୀଡ଼ା, କଳା, ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହେବେ ।
ଧନୁ
ଗୁରୁଙ୍କ କୃପାରୁ ସୁଯୋଗ ହାତକୁ ଆସିବ କିନ୍ତୁ ଶନିଙ୍କ କ୍ରୂର ଦୃଷ୍ଟିରେ ତାହା ଅଟକି ରହିବ କିମ୍ବା ଫେରିଯାଇପାରେ। ସହକର୍ମୀଙ୍କଠାରୁ କୌଣସି ଉଦ୍‌ବେଗ ସୃଷ୍ଟିକାରୀ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା ଏବଂ ସାଂସ୍କୃତିକ କ୍ଷେତ୍ର ବିଶେଷ ଉନ୍ନତ ରହିବ।
ମକର
ରାଶ୍ୟାଧିପ ଶନିଙ୍କ ଦୁର୍ବଳତାଜନିତ ନିଜର କାର୍ଯ୍ୟ, ଚିନ୍ତାଧାରା ନୈରାଶ୍ୟଜନକ ରହିବ। ସକାଳୁ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ଅବଶ୍ୟ ପାଇବେ। ଉପର ଅଧିକାରୀ ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସାପୂର୍ବକ ଅନୁକମ୍ପା ପ୍ରଦର୍ଶନ କରିପାରନ୍ତି। ରପ୍ତାନି, ଏଜେନ୍ସି, ସାମ୍ବାଦିକତା କ୍ଷେତ୍ର ପ୍ରଭୃତି ମଧ୍ୟମ ପ୍ରକାରର ରହିପାରେ।
କୁମ୍ଭ
କର୍ମକ୍ଷେତ୍ର ସରଗରମ ରହିବା ଯୋଗୁ ମାନସିକ ଉଦ୍‌ବେଗ ବୃଦ୍ଧି ଆପଣଙ୍କ ସୁଖ,ସନ୍ତୋଷକୁ ଛଡାଇ ନେଇପାରେ। କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି। କର୍ମାରମ୍ଭ, ମାଲିମକଦ୍ଦମା, ଜମିଜମା, ଅର୍ଥନୈତିକ କାର୍ଯ୍ୟକ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବାର ସମ୍ଭାବନା ରହିଛି।
ମୀନ
ଆଜି ପରିସ୍ଥିତି ପ୍ରତି ସଜାଗ ରହି କାମକଲେ ସମସ୍ୟାମୂଳକ ପରିସ୍ଥିତିରୁ ରକ୍ଷା ପାଇବେ। ଆନୁଷ୍ଠାନିକ କର୍ମ, ସାଂଗଠନିକ ଆଲୋଚନା, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ସାଧନା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇପାରନ୍ତି। ସାମାଜିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିଙ୍କ ନିମନ୍ତ୍ରଣ ପାଇ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.