Posted inRasifala

ରାଶିଫଳ: ବୁଧବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ
ଆପଣ ଆଜି ଯାହା ପାଇବାକୁ ଆଶା କରିଛନ୍ତି ତାହା ସହଜ ଓ ସୁବିଧାରେ ପାଇଯିବେ । ବ୍ୟବସାୟ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସାଧାରଣ ବାଧାପ୍ରାପ୍ତ ହୋଇପାରେ। କଠିନ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ପରିସ୍ଥିତି ଯାହା ହେଉନା କାହିଁକି, ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବାକୁ ଚାହିଁବେ। ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ। ଅତୀତ ଘଟଣାକୁ କେନ୍ଦ୍ରକରି ପଡ଼ୋଶୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ଆଶଙ୍କା ରହିଛି। ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ଯୁକ୍ତିଯୁକ୍ତ କଥା କହି ପ୍ରତ୍ୟେକ କ୍ଷେତ୍ରକୁ ସାଧାରଣ ଅବସ୍ଥାକୁ ଆଣିବାରେ ସମର୍ଥ ହେବେ। ପ୍ରଶାସନ, ପ୍ରକାଶନ, ରାଜନୀତି ଓ ଆନୁଷ୍ଠାନିକ କାମ ଉନ୍ନତମାନର ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ, ଉଚ୍ଚ ସମ୍ମାନ ଓ ପ୍ରଶଂସା ପାଇବେ। ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି । ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ। ନୂତନ କର୍ମାରମ୍ଭ ପୂର୍ବରୁ ଗୁରୁଜନମାନଙ୍କ ପରାମର୍ଶ ଗ୍ରହଣ କରିବା ଭଲ ହେବ।
ସି˚ହ
ସି˚ହ
ସାମାଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି। କିନ୍ତୁ ଉଚ୍ଚ ସ୍ତରରେ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ଛୁଟି ଆସିବ। ଜମିଜମା, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ର ପାଇଁ ମଧ୍ୟମ ପ୍ରକାରର ସ୍ଥିତି ରହିପାରେ। କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ।
କନ୍ୟା
ଦୀର୍ଘ ଦିନର ଅପୂରଣୀୟ ଆଶା ମନକୁ ଆନ୍ଦୋଳିତ କରିବ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଆଜି ଯାନବାହନ, ବିବାଦୀୟ ସ୍ଥାନକୁ ଏକାକୀ ଯାତ୍ରା କରିବାଠିକ୍‌ ହେବନାହିଁ। କଳା, କାରିଗରୀ, ସାହିତ୍ୟ, ସଙ୍ଗୀତ, ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ତୁଳା
ତୁଳା
ଆଜି ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟ କଲେ ସଫଳ ହେବେ। ଖର୍ଚ୍ଚଭାର ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକୀୟ ଅର୍ଥ ବିଭିନ୍ନ ସୂତ୍ରରୁ ପାଇବାରେ ଅସୁବିଧା ହେବ ନାହିଁ। ପ୍ରତ୍ୟୁଷଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟରେ ସମସ୍ୟା ସମାଧାନ ସକାଶେ ବିଳମ୍ବ ଘଟିପାରେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ପ୍ରଶାସନିକ ସ୍ତରରେ ସୁଫଳ ପାଇବେ।
ବିଛା
ବିଛା
ଆର୍ଥିକ ସ୍ଥିତିର ଦୁରବସ୍ଥା ପ୍ରତିଟି କ୍ଷେତ୍ରରେ ଅଗ୍ରଗତିର ପଥରୋଧ କରିପାରେ। ପାରିବାରିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତି ଶାନ୍ତ ରହି ନ ପାରେ । କ୍ରୀଡ଼ା, କଳା,ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ । ପରିବହନରେ ଉନ୍ନତି କରିବେ ଓ ସଭାସମିତିରେ ପ୍ରଶଂସିତ ହେବେ।
ଧନୁ
ଧନୁ
ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ନିକଟସ୍ଥ ପଡୋଶୀମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ ପରଖି ନେବା ଭଲ ହେବ । ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
ମକର
ମକର
ଆଜିର ପ୍ରତ୍ୟୁଷରେ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ରପ୍ତାନି କାରବାର, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଜମିଜମା, ଯାନବାହନ, ନିର୍ମାଣ, ପରିବହନ ପ୍ରଭୃତି ମଧ୍ୟମ ପ୍ରକାରର ରହିବ।
କୁମ୍ଭ
କୁମ୍ଭ
ଆଜି ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହୋଇପାରନ୍ତି। ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିବେ। ମାଲିମକଦ୍ଦମା, ଜମିଜମା ବିବାଦ, ଅର୍ଥନୈତିକ କାର୍ଯ୍ୟ, ଯୋଗାଯୋଗ, ଭ୍ରମଣ ପ୍ରଭୃତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ କିଛି ବ୍ୟାଙ୍କ ଜମା ମଧ୍ୟ କରିବାର ସମ୍ଭାବନା ରହିଛି।
ମୀନମୀନ
କୌଣସି ଆନୁଷ୍ଠାନିକ କର୍ମଭିତ୍ତିରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡ଼ିପାରେ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ଆଲୋଚନା, ସାହିତ୍ୟ, ସଙ୍ଗୀତ ଓ ଚଳଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri