Posted inRasifala

ରାଶିଫଳ: ବୁଧବାର, ଜୁନ୍ ୧ ତାରିଖ – Daily Horoscope

ମେଷ
ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ହେବ। ସମାଜରେ ଆଦୃତି ଲାଭ ସଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକକୁ ଦୂରେଇବାରେ ସାହାଯ୍ୟ କରିବ। ବୃଥା ସନ୍ଦେହ କରିବା ଦ୍ୱାରା ଅଯଥା ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଆଜିର କଠିନଶ୍ରମ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିପାରେ। ଦୁର୍ବଳତା ଯୋଗୁ କୌଣସି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ପାରିବାରିକ କ୍ଷେତ୍ରରେ ସହମତି ଭିତ୍ତିରେ କାମ କରିବା ଭଲ ହେବ। ବ୍ୟବସାୟରେ ନୈରାଶ୍ୟଜନକ ସ୍ଥିତିରେ ରହିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ସାମଗ୍ରୀକ ଦୃଷ୍ଟିକୋଣରୁ ଆଜିର ଦିବସ ଆପଣଙ୍କ ସକାଶେ ଅନୁକୂଳ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁ ମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। କିନ୍ତୁ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ଆଲୋଚନା, ଗବେଷଣା, ଆନୁଷ୍ଠାନିକ କାମ ପ୍ରଭୃତିରୁ ସଫଳତା ଅବଶ୍ୟ ମିଳିବ।
କର୍କଟ
କର୍କଟ
ବୈଷୟିକ ସୁଖ, ସମୃଦ୍ଧି ସଙ୍ଗକୁ ସୃଜନୀଶକ୍ତିର ଅଭିବୃଦ୍ଧି କର୍ମକ୍ଷେତ୍ରକୁ ସରସ କରିବ। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ପଦ ପଦବୀ ଲାଭ ସଙ୍ଗକୁ ଲକ୍ଷ୍ୟ ହାସଲରେ ଅନୁଧାବିତ ହେବେ। ସାହିତ୍ୟଚର୍ଚ୍ଚା, ଉତ୍ସବାନୁଷ୍ଠାନ, ମନୋରଞ୍ଜନ, ପରିବହନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସି˚ହ
ସି˚ହ
ଭେଦଭାବ ଭୁଲି ଅନ୍ୟଙ୍କୁ ଆପଣେଇ ନେବାକୁ ଯଥାସାଧ୍ୟ ଚେଷ୍ଟାକରି ସଫଳ ହେବେ। ସମସ୍ୟାକୁ ବାଦ୍‌ ଦେଲେ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ କଟିବ। ଆଗାମୀ ସମୟରେ କେତେକ ଦୀର୍ଘ ମିଆଦୀ କାର୍ଯ୍ୟ ପାଇଁ ଖସଡ଼ା ପ୍ରସ୍ତୁତ କରିପାରନ୍ତି। ବନ୍ଧୁ ମିଳନ ଓ ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିବେ।
କନ୍ୟା
ଗତକାଲିଠାରୁ ଆପଣ ଯେଉଁ କାମ ହାତକୁ ନେଇଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ। ସାହିତ୍ୟ, ସାମ୍ବାଦିକତା, ଗବେଷଣା, ଏଜେନ୍ସିପରୁ ଖୁସି ରହିବେ। ପରିବାରରେ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇପାରେ।
ତୁଳା
ତୁଳା
ଆଜି ଆନୁଷଙ୍ଗିକ ସାହାଯ୍ୟ ଲାଭକରି କାର୍ଯ୍ୟକ୍ଷେତ୍ର ପ୍ରତି ଅନୁରକ୍ତି ବୃଦ୍ଧି ପାଇବ। ଖର୍ଚ୍ଚଭାର ବୃଦ୍ଧିହେତୁ ଆର୍ଥିକ ସମସ୍ୟା ଭିତରକୁ ଠେଲି ହୋଇଯାଇପାରନ୍ତି। ଭୁଲ୍‌ ବୁଝାମଣାଜନିତ ସାମୟିକ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେଇପାରେ। ପ୍ରଶାସନ, ମାଲିମକଦ୍ଦମା ସମ୍ପର୍କିତ ଫଳ ମଧ୍ୟମ ପ୍ରକାରର ଅନୁଭୂତ ହେବ।
ବିଛା
ବିଛା
ଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବା କ୍ଷେତ୍ରରେ ବ୍ୟତିକ୍ରମ ଆଶଙ୍କା ରହିଛି। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଆସିପାରେ। ଅର୍ଥନୈତିକ, ବ୍ୟବସାୟିକ, ସାଂଗଠନିକ, ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ମନ୍ଦ ନୁହେଁ। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ଧନୁ
ଧନୁ
ପାରିବାରିକ ଜୀବନରେ ଉଦାସୀନତା, ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ମାନସିକ ସ୍ଥିତି ଦ୍ୱନ୍ଦ୍ୱାମତ୍କ ରହୁଥିବାରୁ ଠିକ୍‌ ଭୁଲ୍‌ର ବିଚାର ନ କରି କାମ କଲେ ପ୍ରତାରିତ ହେବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ଆଗାମୀ ଅହିତକର ହୋଇପାରେ।
ମକର
ମକର
ଶାରୀରିକ ସୁସ୍ଥତା ଓ ସମ୍ପର୍କୀୟଙ୍କ ସାହାଯ୍ୟରେ ମନ ଉଦ୍‌ବେଳିତ ରହିବ। ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ କାମରେ ପଛକୁ ଫେରି ଚାହିଁବେ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଧନହାନି, ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
କୁମ୍ଭ
କୁମ୍ଭ
ଆଜିର କାମଗୁଡ଼ିକରେ ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ। ଆର୍ଥିକ କ୍ଷେତ୍ରରେ ଚୋରି, ଭିଜିଲାନ୍ସଜନିତ ଧନହାନିର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ମଧ୍ୟରେ କାମ କରିବେ। ପରିବାରରେ ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିପାରନ୍ତି।
ମୀନମୀନ
ଅନୁକୂଳ ବାତାବରଣ ସହ ମନ ଖୁସୀ ରହିବା ସଙ୍ଗକୁ ଅର୍ଥ ଓ ସମ୍ମାନ ମଧ୍ୟ ପାଇପାରନ୍ତି। ଆପଣଙ୍କ ପରାମର୍ଶକୁ ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଅସ୍ବୀକାର କରିବେ ନାହିଁ। ଉନ୍ନତ ଚିନ୍ତାଧାରା କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସନ୍ତାନଙ୍କ ଗୌରବରେ ନିଜେ ଗୌରବାନ୍ବିତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri