Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୧ ତାରିଖ – Daily Horoscope

ମେଷ
ନୂଆ ବର୍ଷର ପହିଲି ଦିନରେ ଚନ୍ଦ୍ର କର୍ମ ସ୍ଥାନରେ ଅବସ୍ଥାନକରି ବନ୍ଧୁମିଳନରେ ଆନନ୍ଦ ପ୍ରଦାନ କରିବେ। ଉତ୍ତମ ସ୍ବାସ୍ଥ୍ୟ, ଉନ୍ନତ ଚିନ୍ତାଧାରା, ସୁନ୍ଦର ପାରିବାରିକ ସ୍ଥିତି ସୁସ୍ଥ ମାନସିକତା ସୃଷ୍ଟି କରିବ। ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ପରିକଳ୍ପନା କରିବେ। ଅସଜଡ଼ା ପରିସ୍ଥିତିକୁ ସୁଧାରିବାର ପ୍ରଯତ୍ନ କରିପାରନ୍ତି।
ବୃଷ
ବୃଷ
କର୍ମଭାବସ୍ଥ ୨ ମିତ୍ର ଗ୍ରହ ଆପଣଙ୍କ ପରିଜନ ସହ ଯାତ୍ରା, ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ସୁସ୍ବାଦୁ ଭୋଜନାଦିର ପ୍ରବନ୍ଧ କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ସହଯୋଗରୁ ଉତ୍ସାହିତ ହେବେ। ସମ୍ପର୍କୀୟ ଦୂରେଇଯିବା ଭଳି ଅନୁଭବ କରିବେ। ବାଣିଜ୍ୟ, ମାଙ୍ଗଳିକ କାର୍ଯ୍ୟ, ଜମିଜମା ସମ୍ବନ୍ଧୀୟ ଆଲୋଚନା କରିପାରନ୍ତ।
ମିଥୁନ
ମିଥୁନ
ରବି ଓ ବୁଧଙ୍କ ସ୍ଥିତିଜନିତ ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ସନ୍ତୁଷ୍ଟ ହୋଇପାରିବେନି। ଅଟକି ରହିଯାଇଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିବା ସକାଶେ ଆଲୋଚନା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସାଙ୍ଗକୁ ବ୍ୟବସାୟିକ ସ୍ଥିତିକୁ ସଜାଡ଼ିନେବେ। ପ୍ରକାଶନ, ପ୍ରଶାସନ, ଏଜେନ୍ସିପ୍‌, ବାଣିଜ୍ୟ, ବ୍ୟବସାୟ ଦିଗର ସମୀକ୍ଷା କରିପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ଚନ୍ଦ୍ର ସପ୍ତମ ଅଷ୍ଟମାଧିପ ଶନି କ୍ଷେତ୍ରରେ ଅବସ୍ଥାନ କରୁଥିବାରୁ ମନରେ ଶିଥିଳତା ଅନୁଭବ କରିବେ। ପାରିବାରିକ ଅସ୍ଥିରତା ରହିଥିଲେ ମଧ୍ୟ ସମ୍ପର୍କୀୟଙ୍କ ସହଯୋଗରୁ ମନ ହାଲୁକା ରହିବ। ସଭାସମିତିରେ ଆଲୋଚନା, ସାଙ୍ଗଠନିକ ପ୍ରକ୍ରିୟା, ପ୍ରଶାସନିକ ତପତ୍ରତା, ଆନୁଷ୍ଠାନିକ କ୍ଷେତ୍ରରେ ଲୋକ ସମ୍ପର୍କ ଅକ୍ଷୁଣ୍ଣ ରହିବ।
ସି˚ହ
ସି˚ହ
ରାଶ୍ୟାଧିପ ଗୁରୁକ୍ଷେତ୍ରସ୍ଥ ଯୋଗୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ସଭାସମିତିକୁ ସ୍ବତନ୍ତ୍ରଭାବରେ ଆହୂତ ହୋଇ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରିପାରନ୍ତି। କର୍ମକ୍ଷେତ୍ରରେ ଉନ୍ନତ ଚିନ୍ତା ଓ ସୁପରିକଳ୍ପିତ ଯୋଜନାକୁ ବାସ୍ତବମୁଖୀ କରାଇବାରେ ସମର୍ଥ ହେବେ। ଭାବିଚିନ୍ତି କାମ କରିବା ସହ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି।
କନ୍ୟା
ଆଜି ଚନ୍ଦ୍ର ଓ ମଙ୍ଗଳଙ୍କ ପାରସ୍ପରିକ ଦୃଷ୍ଟିରୁ ବନ୍ଧୁଙ୍କ ବଦାନ୍ୟତା, ସହକର୍ମୀଙ୍କ ସହଯୋଗ ଏବଂ ପାରିବାରିକ ସହାନୁଭୂତି ପ୍ରାପ୍ତହେବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପ୍ରିୟଭାଜନ ହେବେ। ନିଜ ପରିସରରେ ବନ୍ଧୁ ଗହଣରେ ବିବାଦୀୟ ପରିସ୍ଥିତିକୁ ସୁଧାରିନେବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆଶାନୁଯାୟୀ ଅର୍ଥ ପ୍ରାପ୍ତି ହୋଇପାରେ।
ତୁଳା
ତୁଳା
ବୁଧ ଓ ବୃହସ୍ପତିଙ୍କ ଦୃଷ୍ଟି ବିନିମୟରୁ ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶରେ ନୂଆ ଯୋଜନା ପ୍ରସ୍ତୁତ କରିପାରନ୍ତି। ପରିବାରରେ ଦୁର୍ବଳ ମଙ୍ଗଳଙ୍କ କୁପ୍ରଭାବରେ କଠୋର ବାକ୍ୟାଳାପ ସାଙ୍ଗକୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ପରିସ୍ଥିତିକୁ ସଙ୍ଗିନ କରିପାରେ। ସମ୍ପତ୍ତିକୁ କେନ୍ଦ୍ରକରି ଭ୍ରାତୃବିବାଦ ଦେଖାଦେବ। ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ପ୍ରଶଂସା ପାଇବେ।
ବିଛା
ବିଛା
ଶୁକ୍ର ଓ ଶନିଙ୍କ ଚତୁର୍ଥାବସ୍ଥାନ ପରିବାର ଓ କର୍ମକ୍ଷେତ୍ର ସକାଶେ ଅନୁକୂଳ ଫଳ ପ୍ରଦାନ କରିବ। ସମ୍ପର୍କୀୟ କାର୍ଯ୍ୟରେ ସାହାଯ୍ୟ କରିବେ। କୌଣସି ନୂତନ କର୍ମାରମ୍ଭରୁ ଦିନଟିରେ କାର୍ଯ୍ୟବ୍ୟସ୍ତତା ବଢ଼ିଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ପ୍ରତ୍ୟୁଷ ଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ।
ଧନୁ
ଧନୁ
ରାଶ୍ୟାଧିପତି ଦୁଃସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟ ଗଡ୍‌ବଡ୍‌ ହେବା ସାଙ୍ଗକୁ ମାନସିକ ଅସ୍ଥିରତା ଦେଖାଦେବ। ତଥାପି କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ, ବନ୍ଧୁଙ୍କ ସହାନୁଭୂତି, ସମ୍ପର୍କୀୟଙ୍କ ସଦ୍‌ଭାବ ଊଣା ହେବନାହିଁ। ବୁଝାମଣାରେ ଉନ୍ନତି ସାଙ୍ଗକୁ ପରିବାରରେ ସୁଖ, ଶାନ୍ତି ଫେରି ଆସିବ। ସାମାଜିକ କାର୍ଯ୍ୟଦକ୍ଷତାକୁ ନେଇ ବନ୍ଧୁବର୍ଗ ପ୍ରଶଂସା କରିପାରନ୍ତି।
ମକର
ମକର
ନୂଆ ବର୍ଷରୁ ରାଶିରେ ଚନ୍ଦ୍ର ଅବସ୍ଥାନକରି ସୁଖ, ସମ୍ମାନ ସହ ଅଭିଳାଷ ପୂରଣ କରିବେ। ମନରେ ଉଙ୍କି ମାରୁଥିବା ନୂଆ ଭାବନାକୁ ବିଭିନ୍ନ ରଙ୍ଗରେ ରୂପାୟିତ କରିପାରନ୍ତି। ଆର୍ଥିକ ପରିସ୍ଥିତି ସୁଧାରିନେବା ସକାଶେ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବେ। ଆଲୋଚନା ପରିସରରେ ବାକ୍‌ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
କୁମ୍ଭ
କୁମ୍ଭ
ରାଶିରେ ଶୁକ୍ର ବିଳାସବ୍ୟସନ ମଧ୍ୟରେ ବୁଡ଼ାଇ ରଖିବା ସହ ମାନସିକ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରେ। ଷଷ୍ଠାଧିପଙ୍କ ପ୍ରଭାବରେ ଋଣଭାର ବୃଦ୍ଧି, ପରୋକ୍ଷ ଶତ୍ରୁତା ଓ କାର୍ଯ୍ୟହାନିଜନିତ ବ୍ୟସ୍ତତା ବଢ଼ିଯିବ। ମଜାମଉଜର ସୁଯୋଗ ପାଇପାରନ୍ତି। ଦୂରଯାତ୍ରା, ଜମିଜମା ବିବାଦ କିମ୍ବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
ମୀନମୀନ

ରାହୁଜନିତ କର୍ମଜଞ୍ଜାଳ ପରିସର ବୃଦ୍ଧିପାଉଥିବାରୁ ମାନସିକ ଅସ୍ଥିରତା ପରିଲକ୍ଷିତ ହେବ। ସ୍ବାସ୍ଥ୍ୟରେ ଉନ୍ନତି, କାମରେ ଅଗ୍ରଗତି ସାଙ୍ଗକୁ ପାରିବାରିକ ସମର୍ଥନରୁ ଆମତ୍ତୃପ୍ତି ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପ୍ରତିଶ୍ରୁତି ହାସଲକରି ସମସ୍ୟାର ସମାଧାନ ପାଇଁ ଆଶାୟୀ ହେବେ। ବ୍ୟବସାୟ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଦିଗ ମନ୍ଦ ହେବନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?