Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୧ ତାରିଖ – Daily Horoscope

ମେଷ
ନୂଆ ବର୍ଷର ପହିଲି ସକାଳରେ ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଏବଂ ଭାଗ୍ୟସ୍ଥ ମଙ୍ଗଳ ଯୋଗୁ ମନରେ ପ୍ରସନ୍ନତା ଭରିଯିବ। ଦ୍ୱାଦଶରେ ରାହୁ ଭ୍ରମଣ ସୁଯୋଗ, ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ମାନସିକ ସ୍ଥିତିକୁ ହଲ୍‌ଚଲ୍‌ କରିପାରେ। ବୁଧ ଓ ଶୁକ୍ର ଅର୍ଥଲାଭ, କଳା, ସାହିତ୍ୟ, ବ୍ୟବସାୟରେ ଉନ୍ନତି କରାଇବ। ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ରଙ୍କ ଦୃଷ୍ଟିରେ ରାଶି ହେତୁ ଦିନଟି ଉପଭୋଗ୍ୟ ରହିବ। ବନ୍ଧୁଙ୍କ ସହାନୁଭୂତି ସହିତ ବୈଷୟିକ ସୁଖ, ସମୃଦ୍ଧି, ଶିଳ୍ପ, ବ୍ୟବସାୟରୁ ଲାଭବାନ୍‌ ହେବେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଏକପ୍ରକାର ଆମତ୍ସନ୍ତୋଷ ଲାଭ କରିପାରନ୍ତି। କେତୁଙ୍କ କୁପ୍ରଭାବରୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମିଥୁନ
ମିଥୁନ
ବୁଧ, ଶୁକ୍ର ଓ ରବି, ମଙ୍ଗଳଙ୍କ ପ୍ରଭାବରୁ ରହୁଥିବା ପରିବେଶରେ ବୟସ୍କ ବ୍ୟକ୍ତିଙ୍କ ଅନୁଗ୍ରହ ଦୁଃସ୍ଥ ମାନସିକ ସ୍ଥିତିକୁ ହାଲୁକା କରିଦେବ। ଚତୁର୍ଥସ୍ଥ କେତୁ ଯୋଗୁ ଆର୍ଥିକ ଓ ପାରିବାରିକ ଦିଗଟି ଭଲ ରହି ନ ପାରେ। ସ୍ବାସ୍ଥ୍ୟ, ବନ୍ଧୁ ସମ୍ପର୍କ ଓ ଶତ୍ରୁତା ବିଷୟରେ ଚିନ୍ତା ବୃଦ୍ଧି ପାଇବ। ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ ମଉଜ ମଜଲିସରେ ସମୟ ଅତିବାହିତ କରିବେ, କିନ୍ତୁ ଶନି ଦୃଷ୍ଟିରେ ଥିବାରୁ ଅନ୍ତିମ ସମୟରେ ମତାନ୍ତର ଘଟିପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ବାଣିଜ୍ୟ, ପରିବହନ, ପ୍ରଶାସନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି। ସନ୍ତାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।
ସି˚ହ
ସି˚ହ
ଆଜି ମଙ୍ଗଳ ଓ ଦେବଗୁରୁ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ଯୋଗ ପ୍ରଭାବରୁ ସ୍ବାସ୍ଥ୍ୟ, ଶିକ୍ଷା, ଲୋକସମ୍ପର୍କ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ସକାରାମତ୍କ ମନୋଭାବର ପ୍ରତିଫଳନ ପ୍ରତ୍ୟେକ କ୍ଷେତ୍ରରୁ ପାଇବେ। ସ୍ଥଗିତ କାମ ପାଇଁ କୈଫିୟତ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ଦୁଃସ୍ଥାନସ୍ଥ ଚନ୍ଦ୍ର ହେତୁ ଅର୍ଥବ୍ୟୟ କରି ମଧ୍ୟ କାର୍ଯ୍ୟ ହାସଲ ନ ହେବା କାରଣରୁ ମନସ୍ଥାପ କରିବେ। ସ୍ତ୍ରୀଙ୍କ ସହ ବୁଝାମଣାର ଅଭାବ, ସାମାଜିକ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ ସାଙ୍ଗକୁ ଯାତ୍ରା ଓ ପରିବହନ ସମ୍ପର୍କରେ ଚିନ୍ତା ବଢ଼ିଯିବ। ସଭାସମିତିରେ, ଆଲୋଚନା ଅବସରରେ,ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଏକାଦଶସ୍ଥ ଚନ୍ଦ୍ର ଓ କେନ୍ଦ୍ରସ୍ଥ ବୃହସ୍ପତି ହେତୁ ପରିବାରର ଅନୁରକ୍ତି, ବନ୍ଧୁଙ୍କ ସହାନୁଭୂତି ଯୋଗୁ ମାନସିକ ସ୍ଥିତି ହାଲୁକା ରହିବ। ଆଜି ଯେଉଁ କାମରେ ହାତଦେବେ ସେଥିରେ ସଫଳତା ହାସଲ କରିବେ। ବନ୍ଧୁଗହଣରେ ଅଧିକାଂଶ ସମୟ ଅତିବାହିତ ହେବ। ରାହୁଙ୍କ ପ୍ରଭାବରୁ ଦୂରଯାତ୍ରା ଓ ଅପବ୍ୟୟ କରି ଅନୁତପ୍ତ ହୋଇପାରନ୍ତି।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତିରୁ ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ପ୍ରଫୁଲ୍ଲତା ଦିନତମାମ ଅନୁଭବରେ ଆସିବ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରି ଖୁସି ରହିପାରନ୍ତି।
ଧନୁ
ଧନୁ
ନିଜ ରାଶିରେ ଗୁରୁ ଓ ମଙ୍ଗଳଙ୍କ କ୍ଷେତ୍ର ବିନିମୟ ଯୋଗ ସଂଘଟିତ ହୋଇଥିବାରୁ କାର୍ଯ୍ୟସିଦ୍ଧି ସହ ଅର୍ଥ ଓ ସମ୍ମାନ ଲାଭ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଏବଂ ଆତ୍ମୀୟଙ୍କ ପ୍ରିୟଭାଜନ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ପ୍ରସ୍ତାବ ସ୍ଥିରୀକୃତ ହେବ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
କେନ୍ଦ୍ରସ୍ଥ ବୃହସ୍ପତି ସଫଳତାର ମାର୍ଗକୁ ଉନ୍ମୁକ୍ତ ରଖିବେ। କର୍ମାଧିପ ଏକାଦଶସ୍ଥ ଯୋଗୁ ସାମାଜିକ, ଆର୍ଥିକ, ରାଜନୈତିକ ଓ ପାରିବାରିକ କ୍ଷେତ୍ର ସମସ୍ୟାମୁକ୍ତ ରହିବ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ସାଧାରଣ ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ଏବଂ ଚତୁର୍ଥଭାବ ବୁଧ ଓ ଶୁକ୍ର ଦୃଷ୍ଟିରେ ଥିବାରୁ ବନ୍ଧୁବର୍ଗ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରିୟଭାଜନ ହେବେ। ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, କର୍ମାରମ୍ଭ ସକାଶେ ଫଳପ୍ରଦ ଆଲୋଚନା କରିବେ।
ମୀନମୀନ

ଧନସ୍ଥାନରେ ବୃହସ୍ପତି ଚନ୍ଦ୍ରଙ୍କ କୋଣଭାବରେ ଥିବାରୁ ଏକାଧାରରେ ଅର୍ଥ, ସମ୍ମାନ ଓ ବନ୍ଧୁବର୍ଗଙ୍କ ସଦିଚ୍ଛା ଲାଭ କରିବେ। କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri