Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୧ ତାରିଖ – Daily Horoscope

ମେଷ
ନୂଆ ବର୍ଷର ପହିଲି ସକାଳରେ ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ଏବଂ ଭାଗ୍ୟସ୍ଥ ମଙ୍ଗଳ ଯୋଗୁ ମନରେ ପ୍ରସନ୍ନତା ଭରିଯିବ। ଦ୍ୱାଦଶରେ ରାହୁ ଭ୍ରମଣ ସୁଯୋଗ, ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ମାନସିକ ସ୍ଥିତିକୁ ହଲ୍‌ଚଲ୍‌ କରିପାରେ। ବୁଧ ଓ ଶୁକ୍ର ଅର୍ଥଲାଭ, କଳା, ସାହିତ୍ୟ, ବ୍ୟବସାୟରେ ଉନ୍ନତି କରାଇବ। ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇପାରିବ।
ବୃଷ
ବୃଷ
ରାଶ୍ୟାଧିପ ଶୁକ୍ରଙ୍କ ଦୃଷ୍ଟିରେ ରାଶି ହେତୁ ଦିନଟି ଉପଭୋଗ୍ୟ ରହିବ। ବନ୍ଧୁଙ୍କ ସହାନୁଭୂତି ସହିତ ବୈଷୟିକ ସୁଖ, ସମୃଦ୍ଧି, ଶିଳ୍ପ, ବ୍ୟବସାୟରୁ ଲାଭବାନ୍‌ ହେବେ। ସ୍ଥଗିତ କାମକୁ ତ୍ୱରାନ୍ବିତ କରି ଏକପ୍ରକାର ଆମତ୍ସନ୍ତୋଷ ଲାଭ କରିପାରନ୍ତି। କେତୁଙ୍କ କୁପ୍ରଭାବରୁ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମିଥୁନ
ମିଥୁନ
ବୁଧ, ଶୁକ୍ର ଓ ରବି, ମଙ୍ଗଳଙ୍କ ପ୍ରଭାବରୁ ରହୁଥିବା ପରିବେଶରେ ବୟସ୍କ ବ୍ୟକ୍ତିଙ୍କ ଅନୁଗ୍ରହ ଦୁଃସ୍ଥ ମାନସିକ ସ୍ଥିତିକୁ ହାଲୁକା କରିଦେବ। ଚତୁର୍ଥସ୍ଥ କେତୁ ଯୋଗୁ ଆର୍ଥିକ ଓ ପାରିବାରିକ ଦିଗଟି ଭଲ ରହି ନ ପାରେ। ସ୍ବାସ୍ଥ୍ୟ, ବନ୍ଧୁ ସମ୍ପର୍କ ଓ ଶତ୍ରୁତା ବିଷୟରେ ଚିନ୍ତା ବୃଦ୍ଧି ପାଇବ। ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ।
କର୍କଟ
କର୍କଟ
ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ ମଉଜ ମଜଲିସରେ ସମୟ ଅତିବାହିତ କରିବେ, କିନ୍ତୁ ଶନି ଦୃଷ୍ଟିରେ ଥିବାରୁ ଅନ୍ତିମ ସମୟରେ ମତାନ୍ତର ଘଟିପାରେ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ବାଣିଜ୍ୟ, ପରିବହନ, ପ୍ରଶାସନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇପାରନ୍ତି। ସନ୍ତାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।
ସି˚ହ
ସି˚ହ
ଆଜି ମଙ୍ଗଳ ଓ ଦେବଗୁରୁ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ଯୋଗ ପ୍ରଭାବରୁ ସ୍ବାସ୍ଥ୍ୟ, ଶିକ୍ଷା, ଲୋକସମ୍ପର୍କ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ସକାରାମତ୍କ ମନୋଭାବର ପ୍ରତିଫଳନ ପ୍ରତ୍ୟେକ କ୍ଷେତ୍ରରୁ ପାଇବେ। ସ୍ଥଗିତ କାମ ପାଇଁ କୈଫିୟତ ଦେବାକୁ ପଡ଼ିପାରେ। ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
ଦୁଃସ୍ଥାନସ୍ଥ ଚନ୍ଦ୍ର ହେତୁ ଅର୍ଥବ୍ୟୟ କରି ମଧ୍ୟ କାର୍ଯ୍ୟ ହାସଲ ନ ହେବା କାରଣରୁ ମନସ୍ଥାପ କରିବେ। ସ୍ତ୍ରୀଙ୍କ ସହ ବୁଝାମଣାର ଅଭାବ, ସାମାଜିକ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା, ବ୍ୟବସାୟ ସାଙ୍ଗକୁ ଯାତ୍ରା ଓ ପରିବହନ ସମ୍ପର୍କରେ ଚିନ୍ତା ବଢ଼ିଯିବ। ସଭାସମିତିରେ, ଆଲୋଚନା ଅବସରରେ,ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଏକାଦଶସ୍ଥ ଚନ୍ଦ୍ର ଓ କେନ୍ଦ୍ରସ୍ଥ ବୃହସ୍ପତି ହେତୁ ପରିବାରର ଅନୁରକ୍ତି, ବନ୍ଧୁଙ୍କ ସହାନୁଭୂତି ଯୋଗୁ ମାନସିକ ସ୍ଥିତି ହାଲୁକା ରହିବ। ଆଜି ଯେଉଁ କାମରେ ହାତଦେବେ ସେଥିରେ ସଫଳତା ହାସଲ କରିବେ। ବନ୍ଧୁଗହଣରେ ଅଧିକାଂଶ ସମୟ ଅତିବାହିତ ହେବ। ରାହୁଙ୍କ ପ୍ରଭାବରୁ ଦୂରଯାତ୍ରା ଓ ଅପବ୍ୟୟ କରି ଅନୁତପ୍ତ ହୋଇପାରନ୍ତି।
ବିଛା
ବିଛା
ଅନୁକୂଳ ଗ୍ରହସ୍ଥିତିରୁ ଶାରୀରିକ ସୁସ୍ଥତା ସାଙ୍ଗକୁ ମାନସିକ ପ୍ରଫୁଲ୍ଲତା ଦିନତମାମ ଅନୁଭବରେ ଆସିବ। କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭ କରିବେ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରି ଖୁସି ରହିପାରନ୍ତି।
ଧନୁ
ଧନୁ
ନିଜ ରାଶିରେ ଗୁରୁ ଓ ମଙ୍ଗଳଙ୍କ କ୍ଷେତ୍ର ବିନିମୟ ଯୋଗ ସଂଘଟିତ ହୋଇଥିବାରୁ କାର୍ଯ୍ୟସିଦ୍ଧି ସହ ଅର୍ଥ ଓ ସମ୍ମାନ ଲାଭ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଏବଂ ଆତ୍ମୀୟଙ୍କ ପ୍ରିୟଭାଜନ ହେବେ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ପ୍ରସ୍ତାବ ସ୍ଥିରୀକୃତ ହେବ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ।
ମକର
ମକର
କେନ୍ଦ୍ରସ୍ଥ ବୃହସ୍ପତି ସଫଳତାର ମାର୍ଗକୁ ଉନ୍ମୁକ୍ତ ରଖିବେ। କର୍ମାଧିପ ଏକାଦଶସ୍ଥ ଯୋଗୁ ସାମାଜିକ, ଆର୍ଥିକ, ରାଜନୈତିକ ଓ ପାରିବାରିକ କ୍ଷେତ୍ର ସମସ୍ୟାମୁକ୍ତ ରହିବ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ସାଧାରଣ ଯୁକ୍ତିତର୍କଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ଏବଂ ଚତୁର୍ଥଭାବ ବୁଧ ଓ ଶୁକ୍ର ଦୃଷ୍ଟିରେ ଥିବାରୁ ବନ୍ଧୁବର୍ଗ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରିୟଭାଜନ ହେବେ। ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, କର୍ମାରମ୍ଭ ସକାଶେ ଫଳପ୍ରଦ ଆଲୋଚନା କରିବେ।
ମୀନମୀନ

ଧନସ୍ଥାନରେ ବୃହସ୍ପତି ଚନ୍ଦ୍ରଙ୍କ କୋଣଭାବରେ ଥିବାରୁ ଏକାଧାରରେ ଅର୍ଥ, ସମ୍ମାନ ଓ ବନ୍ଧୁବର୍ଗଙ୍କ ସଦିଚ୍ଛା ଲାଭ କରିବେ। କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ଯାତ୍ରା, ବାଣିଜ୍ୟ, ପାରିବାରିକ ସୁଖ, ସମୃଦ୍ଧିକୁ ଋଦ୍ଧିମନ୍ତ କରିବ। ଏପରି କି ଏକାଧାରରେ ଅର୍ଥ, ସମ୍ମାନ, ସ୍ବାଗତ, ସମ୍ବର୍ଦ୍ଧନା ପାଇବାର ଯୋଗ ରହିଛି।…

ରାଶିଫଳ: ଗୁରୁବାର, ଜାନୁଆରୀ ୨୯ ତାରିଖ – Daily Horoscope

ମେଷ ଆପଣଙ୍କ ସହ ସବୁସମୟରେ ମିଶୁଥିବା ବନ୍ଧୁମାନେ ମୁହଁ ସାମ୍ନାରେ ମିଠାକଥା କହି ପଛରେ ଓଲଟା କଥା କହିବୁଲିବେ। କର୍ମାରମ୍ଭ ସକାଶେ ବିଜାତୀୟ ବନ୍ଧୁଙ୍କ ସହାୟତାରେ ଅର୍ଥ…

ରାଶିଫଳ: ବୁଧବାର, ଜାନୁଆରୀ ୨୮ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁ ନକ୍ଷତ୍ରରେ ଅବସ୍ଥାନ କରି ଭୁଲ୍‌ ବୁଝାମଣାରୁ ପାରିବାରିକ କିମ୍ବା ବନ୍ଧୁଙ୍କ ସହ ମନାନ୍ତର ସୃଷ୍ଟି କରିବ। ସମ୍ପର୍କୀୟଙ୍କ ବେପରୁଆ କଥା ମନକୁ…

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୨୭ ତାରିଖ – Daily Horoscope

ମେଷ ଆଜିର ଶ୍ରୀଚନ୍ଦ୍ର ଆପଣଙ୍କ ବୈଷୟିକ ଅଭିବୃଦ୍ଧି ସହିତ କୈାଣସି ପ୍ରତିରୋଧ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।…

ରାଶିଫଳ: ସୋମବାର, ଜାନୁଆରୀ ୨୬ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରସ୍ଥ ଚନ୍ଦ୍ର ଦୈହିକ ଓ ମାନସିକ ସୁସ୍ଥତା ରକ୍ଷା କରିବାରେ ଅସମର୍ଥ ହେବେ। ପାରିବାରିକ କ୍ଷେତ୍ରରେ ଅତ୍ୟଧିକ ଖର୍ଚ୍ଚ ଟେନ୍‍ସନର କାରଣ ହେବ।…

ରାଶିଫଳ: ରବିବାର, ଜାନୁଆରୀ ୨୫ ତାରିଖ – Daily Horoscope

ମେଷ କର୍ମସ୍ଥାନରେ ଉଚ୍ଚସ୍ଥ ମଙ୍ଗଳ ରାଜଯୋଗ ମଧ୍ୟସ୍ଥ ଯୋଗୁ ଆପଣଙ୍କୁ ମର୍ଯ୍ୟାଦାଜନକ ସ୍ଥିତିରେ ଆସୀନ କରାଇପାରେ। ହସଖୁସିରେ ପାରିବାରିକ ଜୀବନ କଟାଇବେ। ଅର୍ଥନୈତିକ ଅଭିବୃଦ୍ଧି , କଥନଶୈଳୀର…

ରାଶିଫଳ: ଶନିବାର, ଜାନୁଆରୀ ୨୪ ତାରିଖ – Daily Horoscope

ମେଷ ଆଜି ଶନିଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗ ଯୋଗୁ ବନ୍ଧୁ ପରିଜନ ସ୍ନେହ, ଶ୍ରଦ୍ଧା ଆଦର ପାଇ ଦୁଃଖ ଭୁଲିଯିବେ। କର୍ମକ୍ଷେତ୍ରରେ ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହେବ।…

ରାଶିଫଳ: ଶୁକ୍ରବାର, ଜାନୁଆରୀ ୨୩ ତାରିଖ – Daily Horoscope

ମେଷ ଆଜି ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri