Categories: Rasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ
ଆଜିର ଏକାଦଶ ଚନ୍ଦ୍ର ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତିକୁ ବିଷାଦିତ ରଖିବ । ପରିବହନରେ ଝଗଡା କିନ୍ତୁ ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ତଥା ଚଳଚ୍ଚିତ୍ର ପ୍ରଭୃତି ଶୁକ୍ରଙ୍କ ସ୍ବଗୃହୀ ପ୍ରଭାବରୁ ଉନ୍ନତ ରହିବ । ନୂତନ ଗୃହପୋକରଣ କ୍ରୟ କରିପାରନ୍ତି ।
ବୃଷ
ଦଶମ ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ଯାହାକି ଆପଣଙ୍କ ସକାଶେ ହିତକର ହେବ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ ।
ମିଥୁନ
ନବମସ୍ଥ ଚନ୍ଦ୍ର ଧାର୍ମିକକାର୍ଯ୍ୟ କିମ୍ବା ମାଙ୍ଗଳିକ କାମରେ ନିୟୋଜିତ କରି ହର୍ଷୋତ୍‌ଫୁଲ୍ଲ କରାଇବ । ଆପଣଙ୍କ ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସୀ ହୋଇଯିବେ । ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ଏପରିକି ବକେୟା ମଧ୍ୟ ପାଇପାରନ୍ତି । କିନ୍ତୁ ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି ।
କର୍କଟ
ଅଷ୍ଟମଚନ୍ଦ୍ର ବିଭିନ୍ନ ସମସ୍ୟା,କାର୍ଯ୍ୟହାନୀ ଜନିତ ଟେନ୍ସନ ସଙ୍ଗକୁ ମାନସିକ ଅସ୍ଥିରତା ମଧ୍ୟ ସୃଷ୍ଟି କରିବ ା ଅବଶ୍ୟ ପାରିବାରିକ କ୍ଷେତ୍ରରେ ସ୍ଥଗିତ ରହିଯାଇଥିବା ଦୀର୍ଘଦିନର ଆଶା ଫଳବତୀ ହେବ ା ଘରେ ନଥିବା ସମୟରେ କାୈଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିବେ ା ରୁଗ୍‌ଣ ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ଦେଖାଯାଇପାରେ ା
ସି˚ହ
ଚନ୍ଦ୍ରଙ୍କ ସପ୍ତମସ୍ଥିତି ଯାତ୍ରାକୁ ବିଳମ୍ବିତ କରିବା ସଙ୍ଗକୁ ବିଭିନ୍ନ ଦିଗରେ ଖର୍ଚ୍ଚାନ୍ତ କରାଇବ ା ଗୁରୁକୃପାରୁ ଅଭାବ ପୂରଣ ହୋଇଯିବ ଏବଂ କୌଣସି ବୟସ୍କ ବ୍ୟକ୍ତିଙ୍କ ଉଦାରତାରୁ ଉପକୃତ ହେବେ ା ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି ା ବ୍ୟବସାୟ, ପରିବହନ, ଯାତ୍ରା, ପ୍ରତିଯୋଗୀତା କ୍ଷେତ୍ର ପ୍ରାୟତଃ ଭଲ ରହିବ ା
କନ୍ୟା
ଆଜିର ଶୁଭଚନ୍ଦ୍ର ଆପଣଙ୍କ ଲକ୍ଷ୍ୟ ହାସଲ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବ ା ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗଁୁ ବ୍ୟସ୍ତ ରହିବାକୁ ପଡିପାରେ ା ଆଇନ ସହାୟତା ପାଇବା ସହ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ ା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ା
ତୁଳା
ଆଜିର ଚନ୍ଦ୍ର ଆପଣଙ୍କୁ କଳ୍ପନାବିଳାସୀ କରାଇ ଲେଖାପଢା କ୍ଷେତ୍ରରେ ପ୍ରତିଷ୍ଠିତ କରାଇବ ା କିନ୍ତୁ କେତେକ କ୍ଷେତ୍ରରେ ଆପଣଙ୍କୁ ଆଶାଜନକ ପ୍ରାପ୍ୟ ମିଳିନପାରେ ା ପୁନଶ୍ଚ ସନ୍ତାନଙ୍କ ପାଇଁ ବିଶେଷ ଚିନ୍ତିତ ହେବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି ା କର୍ମକ୍ଷେତରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ା
ବିଛା
ମଙ୍ଗଳଙ୍କ ବ୍ୟତୀତ ସମସ୍ତଗ୍ରହ ରାହୁ ଓ କେତୁଙ୍କ ମଧ୍ୟବର୍ତ୍ତୀ ହୋଇ ଆଂଶିକ କାଳସର୍ପଯୋଗ ସୃଷ୍ଟିକରୁଥିବାରୁ ପ୍ରତ୍ୟେକ କାମରେ ବ୍ୟତିକ୍ରମ ରହିବ ା ରାଶ୍ୟାଧିପ ମଙ୍ଗଳ ପ୍ରଭାବରୁ ଉଦ୍ୟମ ଜାରୀ ରଖିବେ ଏବଂ କେତେକାଂଶରେ ସଫଳତା ପାଇବେ ା କର୍ମକ୍ଷେତ୍ର କିମ୍ବା ଯାତ୍ରା ସମରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି ା
ଧନୁ
ଶନିକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ ା ତଥାପି କୌଣସି କାମ ଅଟକି ରହିବନାହିଁ ଓ କର୍ମକ୍ଷେତ୍ରର ସମସ୍ୟାର ସମଧାନ ହୋଇଯିବ ା ଆଲୋଚନା ସ୍ଥଳରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ ା ଅତୀତର କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ା
ମକର
ମୁଖଭାବରେ ଚନ୍ଦ୍ର ଆପଣଙ୍କ କଥା ଓ ବ୍ୟବହାରରେ ବିନୟଯୁକ୍ତ କୋମଳତା ପରିପ୍ରକାଶ ହେବ ା ଫଳତଃ ଅର୍ଥ, ସମ୍ମାନ ସହ ଅନ୍ୟମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦରଯୁକ୍ତ ହେବେ ା ସକାଳୁ ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରନ୍ତୁ ା ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ ା
କୁମ୍ଭ
ବିଭିନ୍ନ ପ୍ରକାରର ବିବାଦୀୟ ଚିନ୍ତାରେ ମାନସିକ ସନ୍ତୁଳନ ହରାଇବେ । କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ ଏବଂ କେତେକ କ୍ଷେତ୍ରରେ ଅନୁତାପ କରିବାକୁ ପଡିପାରେ । ପରିବାରର ଆବ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ । ଶିକ୍ଷାରେ ସଫଳତା ଲାଭ କରିବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି ।
ମୀନ
କର୍ମକ୍ଷେତ୍ର ପ୍ରଶସ୍ତ ରହିବ ଏବଂ କୌଣସି ନୂଆ ଯୋଜନା କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ। ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ରୋଗଯୁକ୍ତ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।