Posted inRasifala

ରାଶିଫଳ: ଶନିବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ
ରାଶ୍ୟାଧିପ ମଙ୍ଗଳ ସ୍ବନକ୍ଷତ୍ରରେ ରହିଥିବାରୁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ବହୁ ଉତମ ରହିବ। ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ, ସଙ୍ଗୀତାଦି କ୍ଷେତ୍ରରୁ ଶୁଭଫଳ ମିଳିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସାମାନ୍ୟ ସମସ୍ୟା ସମାଧାନ ହେବାର ଆଶା ରହିଛି । ଦୂରଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ବୃଷ
ବୃଷ
ଆଜି ନିଜ ରାଶିକୁ ଶୁକ୍ର ଦେଖୁଥବାରୁ ହସଖୁସୀରେ ଦିନ ବିତାଇବାର ସୂଚନା ରହିଛି। କୃତିକା ନକ୍ଷତ୍ର ଭୁଲ୍‌ ବୁଝାମଣା ବୃଦ୍ଧି ପାଇବା କାରଣରୁ ସାଧାରଣ କଥାରେ କ୍ଷୁବ୍ଧ ହୋଇ ପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ଜମିଜମା କ୍ଷେତ୍ରରୁ ଲାଭବାନ ହେବେ। ସମସ୍ୟା ସମାଧାନ ସକାଶେ ଅନ୍ୟମାନଙ୍କ ଦୟା ଉପରେ ନିର୍ଭର କରିବେ।
ମିଥୁନ
ମିଥୁନ
କର୍ମାଧିପ ନିଜ ଗୃହରେ ରହିଥିବା ଯୋଗୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। କିନ୍ତୁ ଅଅରଦ୍ରା ନକ୍ଷତ୍ର ଅନ୍ୟଦ୍ୱାରା ପ୍ରଭାବିତ ହୋଇ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି । କ୍ରୀଡା, କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମ୍ମାନ ପାଇପାରନ୍ତି। ଗୃହ ସମସ୍ୟାକୁ ସଜାଡିବାକୁ ଯାଇ ହଇରାଣ ହେବାକୁ ପଡିପାରେ।
କର୍କଟ
କର୍କଟ
ବ୍ୟୟାଧିପ ଯୁକ୍ତ ଶୁକ୍ରଜନିତ ଭୁଲ୍‌ ବୁଝାମଣା ହେତୁ ସହକର୍ମୀଙ୍କ ସହ ତିକ୍ତତା ସୃଷ୍ଟି ହେବ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତତା ପ୍ରକାଶ କରିବାକୁ ପଡିବ । କଚେରୀ ମାମଲାର ଆଶୁ ଶୁଣାଣି ହେବାରୁ ଆଶ୍ୱସ୍ଥି ଲାଭ କରିବେ । ବିବାଦୀୟ ଘଟଣାରେ ନିଜ ସପକ୍ଷରେ କହିବା ସକାଶେ ଆମତ୍ୀୟଙ୍କୁ ଅନୁରୋଧ କରି ପାରନ୍ତି।
ସି˚ହ
ସି˚ହ
ମଙ୍ଗଳଙ୍କ ସ୍ବଗୃହାବଲୋକନ ହେତୁ ପାରିବାରିକ ସଦ୍‌ଭାବ କ୍ରମଃ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀ ମାନଙ୍କୁ କିଛି କହିବା ଭଲ ହେବନି। ନିର୍ମାଣ, ଯୋଗଯୋଗ, ପ୍ଲଟିଙ୍ଗ୍‌ କାରବାର ପାଇଁ ଦିନଟି ମନ୍ଦ ହେବନି। କଠିନ ଶ୍ରମ ଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
କନ୍ୟା
ସପ୍ତମ କେନ୍ଦ୍ରସ୍ଥ ଗୁରୁଙ୍କ ଶୁଭତ୍ୱରୁ ବନ୍ଧୁମାନଙ୍କ ସହ ବହୁଦୂର ଭ୍ରମଣ କରିବାର ସୁଯୋଗ ପ୍ରାପ୍ତ ହେବ। ଘରେ ବନ୍ଧୁ ମିଳନ ଓ ଆମୋଦ ପ୍ରମୋଦ ସକାଶେ ନୂତନ ଯୋଜନା କରିବେ। ପରିବାରର ଆବବଶ୍ୟକତା ଅନୁଭବ କରି ଗୃହୋପକରଣ ସାମଗ୍ରୀ କ୍ରୟ କରିପାରନ୍ତି। ଖୋଜୁଥିବା ଜିନିଷ ହଠାତ୍‌ ସହଜରେ ପାଇ ଖୁସୀ ହୋଇଯିବେ।
ତୁଳା
ତୁଳା
ଧନ ସ୍ଥାନରେ ରବି ଓ ଶୁକ୍ର ରହିଥିବାରୁ ଅର୍ଥ ଯୋଗାଡର ଉଦ୍ୟମ ନିଷ୍ଫଳ ହେବନାହିଁ। ବନ୍ଧୁ ଗହଣରେ ଅପ୍ରିୟ ସତ୍ୟ କଥା ପ୍ରକାଶ କରିବା ଦ୍ୱାରା ତିକ୍ତତା ବୃଦ୍ଧି ପାଇପାରେ। ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ କରିବାରେ କୈାଣସି ଅସୁବିଧା ରହିବ ନାହିଁ । ପ୍ରଶାସନିକ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଗ୍ରହମାନଙ୍କ ଅନୁକୂଳ ସ୍ଥାନାବସ୍ଥାନ ଯୋଗୁ ଯାହା ଚିନ୍ତା କରୁଛନ୍ତି ସେଥିରେ ପ୍ରତିବନ୍ଧକ ରହିବ ନାହିଁ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଦୂରେଇ ଯାଇଥିବା ଲୋକ ପାଖେଇ ଆସିବ। ଅନ୍ୟ ମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ। କିନ୍ତୁ ସାଂସ୍କୃତିକ କାର୍ଯ୍ୟ ଓ ନୂତନ ଯୋଜନା କ୍ଷେତ୍ରରେ କୈାଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
ଧନୁ
ଧନୁ
ପାପଦୃଷ୍ଟ ବୃହସ୍ପତି ହେତୁ , ଜମିଜମା, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆଶା ଅପୂରଣ ରହିଯିବ। ବ୍ୟବହାରିକ କଥାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ଥ ହୋଇ ପଡିବେ। ଅବଶ୍ୟ କର୍ମ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ପରୋକ୍ଷ ଶତ୍ରୁତା ପ୍ରତି ସାବଧାନ ରହିବା ଭଲ ହେବ।
ମକର
ମକର
ବନ୍ଧୁକିମ୍ବା ଆମତ୍ୀୟସ୍ବଜନଙ୍କ ଟାହିଟାପରାରେ ଅତିଷ୍ଠ ହୋଇପାରନ୍ତି। ପାରିବାରିକ ଜୀବନରେ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ପୂର୍ଣ୍ଣ ମାତ୍ରାରେ ରହିଛି । ଶିଳ୍ପ,ବାଣିଜ୍ୟ, ବ୍ୟବସାୟରେ ଝଗଡା ଲାଗିପାରେ। ପଡୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିପାରନ୍ତି ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରଣାଧୀନ ରହିବା କାରଣରୁ ମାନସିକ ସ୍ଥିରତା ଆସିବ। ସାଂଗଠନିକ କାମ, ପରିବହନ, ରାଜନୀତି, ଆଇନ ଓ ଆନୁଷ୍ଟାନିକ କାମରେ ଶୁଭ ଫଳ ମିଳିବ। ପାପମଧ୍ୟସ୍ଥ ଗୁରୁ ହେତୁ କର୍ମକ୍ଷେତ୍ରରେ ଅସୁବିଧା ନହେଲେ ମଧ୍ୟ ମନ ଅସ୍ଥିର ରହିବ। ସଂପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧ କରିବେ।
ମୀନମୀନ
ରାଶ୍ୟାଧିପତି ପାପଗ୍ରସ୍ଥ କାରଣରୁ ଅସୁସ୍ଥତା ଜନିତ ଶାରୀରି ଓ ମାନସିକ ସ୍ବାସ୍ଥୟ ଭଲ ରହିନପାରେ। ଅବଶ୍ୟ କଳା, ସାହିତ୍ୟ, ସଂଙ୍ଗୀତ, କ୍ରୀଡା, ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ରାଜନୀତି, ସାଂଗଠନିକ କ୍ଷେତ୍ରରେ ସତକଥା କହି ପ୍ରଶଂସିତ ହୋଇପାରନ୍ତି । ପରିବାରରେ ବୟସ୍କବ୍ୟକ୍ତିଙ୍କ ସମସ୍ୟା ମନକୁ ବିଶେଷ ଭାବେ ଭାରାକ୍ରାନ୍ତ କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୯ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ଉଚ୍ଚାବସ୍ଥାନ କାରଣରୁ ସ୍ବାସ୍ଥ୍ୟ ଭଲ ରହିବା ସହ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ ହେବ। ଅସହିଷ୍ଣୁ ମନୋଭାବରୁ ଟିକିଏ କଥାରେ ବନ୍ଧୁଙ୍କ ସହ କଳହ ଲାଗିପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୮ ତାରିଖ – Daily Horoscope

ମେଷ ଆପଣଙ୍କ ଚିନ୍ତାନୁଯାୟୀ ଆଜିର କାମ ବନ୍ଧୁଙ୍କ ସହାୟତାରେ ସହଜରେ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅଭିଯୋଗ ଯୋଗୁ ମାନସିକ ଅସୁସ୍ଥତା ସୃଷ୍ଟି…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri