Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ର ପ୍ରତି ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, କାରଣ ଏହି ଦିଗପ୍ରତି ଧ୍ୟାନ ଦେଲେ ନିଜ ଲୋକଙ୍କୁ ସନ୍ଦେହ କରିବେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ସ୍ବାସ୍ଥ୍ୟ ସମସ୍ୟା ମନକୁ ଅସମ୍ଭବ ଭାବରେ ଅସ୍ଥିର କରିପାରେ।
ବୃଷ
ବୃଷ
ଆଜି ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ଆଦି କ୍ଷେତ୍ରରେ ସମସ୍ୟା ଆସିପାରେ। ଆଗାମୀ ଦିନ ଲାଗି ନୂତନ କାମର ପରିକଳ୍ପନା କରିପାରନ୍ତି। ଘରକୁ ବହୁତ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନଥିବା ଜିନିଷଟି ଆଜି ଆଣି ପରିବାରର ପ୍ରୀତିଭାଜନ ହେବେ। ଦୂରଯାତ୍ରା ପାଇଁ ପ୍ରସ୍ତୁତି କରି ପାରନ୍ତି ଏବଂ ପରିବହନରେ ସ୍ଥିତି ମାନ୍ଦା ହେବନାହିଁ।
ମିଥୁନ
ମିଥୁନ
ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଭିତିରେ କରିବାକୁ ଅନୁକୂଳ ବାତାବରଣ ସୃଷ୍ଟି କରିପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ କିଛିଟା ସମସ୍ୟା ଭିତର ଦେଇ ଯିବାକୁ ପଡ଼ିବ। ବାଣିଜ୍ୟ, ବ୍ୟବସାୟରେ ବ୍ୟସ୍ତ ରହିବେ ମାତ୍ର ସୁଫଳଲାଭରୁ ଖୁସି ହେବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଙ୍ଗ୍‌ ପ୍ରଭୃତିରେ ବ୍ୟସ୍ତ ରହିପାରନ୍ତି। ପରିବାର ପ୍ରତି ବିମୁଖ କିମ୍ବା ଉଦାସୀନତା ମାନସିକ ଅସନ୍ତୋଷର କାରଣ ପାଲଟିଯିବ। କୌଣସି ପ୍ରତିବନ୍ଧକ ଜନିତ ବାଣିଜ୍ୟ, ପରିବହନ ବାଧାପ୍ରାପ୍ତ ହୋଇପାରେ। ପର ଉପରେ ନିର୍ଭର କରିବା ଦ୍ୱାରା ପୂର୍ଣ୍ଣମାତ୍ରାରେ କାମ ମଧ୍ୟ ହାସଲ ହୋଇପାରିବ ନାହିଁ।
ସି˚ହ
ସି˚ହ
ପ୍ରତ୍ୟେକ ଅସଜଡା ପରିସ୍ଥିତି ସ୍ଥିତିକୁ ସଜାଡି ନେବାର ଉପକ୍ରମ କରିବେ। ଆପଣଙ୍କ ଧୈର୍ଯ୍ୟ, ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ସାଙ୍ଗ ସାଥୀ ମାନେହିଁ ଆପଣଙ୍କ ପାଇଁ ପରୋକ୍ଷ କ୍ଷତି ସାଧନରେ ଲିପ୍ତ ରହିପାରନ୍ତି।
କନ୍ୟା
ଅପ୍ରାପ୍ତ ବସ୍ତୁକୁ ପାଇବା ଆଶାରେ ଚିନ୍ତାଧାରା ଅଶାନ୍ତି ବାତାବରଣ ସୃଷ୍ଟିକରିବ। ବୁଦ୍ଧି ବଳରେ ସତର୍କରେ ନ ଚଳିଲେ ମରୀଚିକା ପଛରେ ଗୋଡ଼ାଇ ହତାଶ ହେବେ। ସନ୍ତାନଙ୍କ କ୍ଷେତ୍ରରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିବାକୁ ପଡ଼ିପାରେ।
ତୁଳା
ତୁଳା
ନୀଚ ଜନ ସହ କଳହ ହେତୁ ମାନସିକ ଭାରସାମ୍ୟ ରହି ନ ପାରେ। ଘର ଲୋକଙ୍କ ବ୍ୟସ୍ତ ଓ ବିବ୍ରତକୁ ଲକ୍ଷ୍ୟ କରି ମଧ୍ୟ ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡକୁ ଅଙ୍ଗୁଳି ଦେଖାଇବ। ତର୍କ ବିତର୍କ କାରଣରୁ ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିବ।
ବିଛା
ବିଛା
ଆଜି ଆଶା କରି ନ ଥିବା ଦିଗରୁ ସହାୟତା ମିଳିବ। ଉନ୍ନତି ଦେଖି ପଡ଼ୋଶୀ ଦୁର୍ଗୁଣ ଗାଇବୁଲିବେ। ବନ୍ଧୁଙ୍କ ଅନୁରୋଧ ରକ୍ଷା କରି କୌଣସି ଦୂର ସ୍ଥାନକୁ ଯାଇପାରନ୍ତି। ବ୍ୟବସାୟ, ପରିବହନ, କ୍ରୀଡ଼ା, ସାହିତ୍ୟାଦିରେ ସଫଳତା ପାଇବେ। କୌଣସି ଆନୁଷ୍ଠାନିକ କାମରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଆଗାମୀ ଦିନର ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଆଜି ଋଣ ସୂତ୍ରରେ ଅର୍ଥଲାଭ କରିବାର ସୁଯୋଗ ପାଇବେ। ଆତ୍ମୀୟମାନଙ୍କ ସହୃଦୟତାର ଝଲକ ପରିଲକ୍ଷିତ ହୋଇପାରେ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ।
ମକର
ମକର
ଆଜି କ’ଣ କରିବେ କ’ଣ ନ କରିବେ ହଠାତ୍‌ କିଛି ଠିକ୍‌ କରି ପାରିବେ ନାହିଁ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାର ଅବସର ମିଳିପାରେ। ପୂର୍ବ ବାକି ପରିଶୋଧ କରିବାରେ ଆବଶ୍ୟକ ଅର୍ଥ ସଂଗ୍ରହ ସକାଶେ ଚିନ୍ତା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବା କାରଣରୁ ମାନସିକ ସ୍ଥିତି ବିପନ୍ନ ହେବ।
କୁମ୍ଭ
କୁମ୍ଭ
ଆଜି ଧୀରସ୍ଥିର ଭାବରେ କାମ କଲେ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଶିଳ୍ପ, ବ୍ୟବସାୟ, ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂର ହେବ। ବନ୍ଧୁମାନେ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି ଫଳରେ କିଛିଟା ବ୍ୟତିକ୍ରମ ଅବଶ୍ୟ ପରିଲକ୍ଷିତ ହେବ। ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ।
ମୀନମୀନ

କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ସମସ୍ୟା ଗୁଡ଼ିକ ଆପଣାଛାଏଁ ସୁଧୁରିଯିବ। ବନ୍ଧୁଙ୍କ ଆଶ୍ରୟ ନେଇ ପାରନ୍ତି, ଯାହାକି ଆପଣଙ୍କ କାମରେ ଆସିବ। ନିକଟ ସମ୍ପର୍କୀୟମାନଙ୍କ ମନୋଭାବ ବଦଳିଯିବାର ଲକ୍ଷ୍ୟକରି ସାମୟିକ ଆନନ୍ଦ ଅନୁଭବ କରିପାରନ୍ତି। ପ୍ରତିବନ୍ଧକ କାରଣରୁ ସୁଯୋଗର ସଦ୍‌ବ୍ୟବହାର କରିପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୦ ତାରିଖ – Daily Horoscope

ମେଷ ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ଏକ ମନ ହୋଇଯିବେ। ଦ୍ୱିଜା ନକ୍ଷତ୍ର ସକାଶେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ।…

ରାଶିଫଳ: ଗୁରୁବାର, ଫେବୃଆରୀ ୧୯ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ ନାହିଁ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବନ୍ଧୁଙ୍କୁ…

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri