Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୮ ତାରିଖ – Daily Horoscope

ମେଷ
ଆଜି ଯେଉଁ କାମରେ ହାତ ଦିଅନ୍ତୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଆମଦାନୀ କାରବାରରେ ଲାଭବାନ ହେବେ। ଶ୍ରୀଚନ୍ଦ୍ର ଯୋଗୁ ଆର୍ଥିକ ଅଭିବୃଦ୍ଧି ଘଟିବା ସହ ଟେନ୍ସନ ଲାଗି ରହିପାରେ।
ବୃଷ
ବୃଷ
ବୁଧଙ୍କ ସ୍ଥିତିଜନିତ ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ ଏବଂ ଧାର କରଜ କରିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶାଜନକ ଫଳ ଲାଭକରି ଖୁସି ରହିବେ।
ମିଥୁନ
ମିଥୁନ
କର୍ମାଧିପ ବୃହସ୍ପତି ରାଶିରେ ରହିଥିବାରୁ ଆଜିର କାମ ସବୁ ଠିକ୍‌ଠାକ୍‌ ହୋଇଯିବ। କିନ୍ତୁ ବନ୍ଧୁଙ୍କ କାମରେ ଖର୍ଚ୍ଚ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ରଚନାମତ୍କ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ କୌଣସି କାମ କଲେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି।
କର୍କଟ
କର୍କଟ
ରାଶିରେ ବୁଧାଦିତ୍ୟ ଯୋଗ ପ୍ରଭାବରେ କୌଣସି ସମସ୍ୟା ସମ୍ବନ୍ଧରେ ଆଲୋଚନାର ନିର୍ଯାସ ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି ତାହା ବିଳମ୍ବରେ ପାଇବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଭାବପ୍ରବଣ କରାଇପାରେ।
ସି˚ହ
ସି˚ହ
କର୍ମଭାବସ୍ଥ ଶୁକ୍ରଜନିତ ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ମଙ୍ଗଳଙ୍କ ପ୍ରଭାବ ଆପଣଙ୍କ ଘରେ ବନ୍ଧୁ ମିଳନ ସହିତ ଖୁସିର ଆସର ଜମାଇବାର ଉପକ୍ରମ କରିବ। କନ୍ୟାଙ୍କ ବିବାହ ପ୍ରସ୍ତାବ ନେଇ ଜଣେ ବ୍ୟକ୍ତି ହଠାତ୍‌ ଆସିପାରନ୍ତି। କଚେରି ମାମଲା, ପ୍ରଶାସନ, ବାଣିଜ୍ୟ, ଗବେଷଣା କାର୍ଯ୍ୟରେ ସଫଳତା ମିଳିବ।
କନ୍ୟା
ଅଷ୍ଟମ ଚନ୍ଦ୍ରଙ୍କ ପ୍ରଭାବରୁ ଆପଣଙ୍କ ସ୍ଥଗିତ ପ୍ରାପ୍ୟ ଅର୍ଥ ପାଇବାର ସମ୍ଭାବନା ଦେଖାଦେଇପାରେ। ବହୁପୂର୍ବରୁ ମନେ ମନେ ଭାବିଥିବା ନୂତନ କାର୍ଯ୍ୟଟିକୁ ଆରମ୍ଭକରି କୃତକାର୍ଯ୍ୟ ହେବେ। କଠିନ ପରିଶ୍ରମଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ସାଧାରଣ କଥାରେ ତର୍କବିତର୍କ କାରଣରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ।
ତୁଳା
ତୁଳା
କର୍ମାଧିପ କେନ୍ଦ୍ରସ୍ଥ ରହିଥିବାରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ବନ୍ଧୁଙ୍କ ଅବଦାନ ରହିବ। ଧର୍ମାନୁଷ୍ଠାନ ଦିଗରୁ ବନ୍ଧୁଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଆପଣଙ୍କୁ ନୂତନ ଦିଗ୍‌ଦର୍ଶନ ଦେଇପାରେ। ସାହିତ୍ୟରେ ସମସ୍ୟା ସମାଧାନ ହେବା ସହ ନୂଆ କାମ ଯୋଡି ପାରନ୍ତି। ସାମାଜିକ ସ୍ତରରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
ବିଛା
ବିଛା
ରାଶ୍ୟାଧିପ କର୍ମସ୍ଥ ଯୋଗୁ ସ୍ଥଗିତ ରହିଥିବା କାମର ସରଳ ସମାଧାନ ହୋଇଯିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ନିଜ ଲୋକମାନଙ୍କ ସହ ଭଲ ସମ୍ପର୍କ ନ ଥିବାରୁ ପର କଥାକୁ ସତ ମନେ କରି ଭୁଲ୍‌ କରିବେ। ଶିଳ୍ପ, ବାଣିଜ୍ୟ ଏବଂ ବ୍ୟବସାୟିକ ସ୍ଥିତି ଭଲ ରହିପାରେ।
ଧନୁ
ଧନୁ
ରାଶି ପ୍ରତି ବୃହସ୍ପତିଙ୍କ ଦୃଷ୍ଟି ରହିଥିବାରୁ ଅଟକିଥିବା କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସାମାଜିକ ସ୍ତରରେ ସାହିତ୍ୟ, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଭୁଲ୍‌ ବୁଝାମଣା କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ। କର୍ମକ୍ଷେତ୍ରରେ ସୁଯୋଗର ସଦ୍‌ ବ୍ୟବହାର କରିପାରିଲେ ଉପକୃତ ହେବେ।
ମକର
ମକର
ବିଭିନ୍ନ ବିଷୟକୁ ମନରେ ସ୍ଥାନ ଦେଇ ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ମିତ୍ରମାନେ ସହଯୋଗର ହାତ ବଢାଇବେ ଏବଂ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ପୁରୁଣା ସମସ୍ୟାଗୁଡିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେଇପାରେ। ଅଷ୍ଟମରେ ସପ୍ତମାଧିପତି ପାରିବାରିକ ଅଶାନ୍ତିର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
କେନ୍ଦ୍ର ଓ କୋଣ ସ୍ଥାନରେ ଶୁକ୍ର ଏବଂ ବୃହସ୍ପତି ଥିବାରୁ ଆପଣ ଏକାଧାରରେ ଧନ ଓ ସମ୍ମାନ ପାଇବେ। ଆଜିର ଯାତ୍ରା, ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସହକର୍ମୀ କେହି ଚଞ୍ଚକତା ପ୍ରଦର୍ଶନ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ କିମ୍ବା ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।
ମୀନମୀନ

ଚନ୍ଦ୍ର ଧନ ସ୍ଥାନରେ ରହିଥିବାରୁ ଆଜି ଯେଉଁ କାମ ଆରମ୍ଭ କରିବେ ନିଶ୍ଚିତ କୃତକାର୍ଯ୍ୟ ହେବେ। କର୍ମ ପରିସର ବୃଦ୍ଧି ପାଇଥିବାରୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ। ଅସୁବିଧା ନ ଥିଲେ ମଧ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପ୍ରତ୍ୟେକ ପ୍ରତିବନ୍ଧକକୁ ଏଡିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri