Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୮ ତାରିଖ – Daily Horoscope

ମେଷ
ଆଜି ଯାହାକୁ ଯାହା କହିବେ କେହି ଅସ୍ବୀକାର କରିବେନି। ପ୍ରତ୍ୟୁଷ ଯାତ୍ରା ସମୟରେ ଜଣେ ବନ୍ଧୁଙ୍କୁ ଭେଟିବେ, ଯାହାଙ୍କ ଦ୍ୱାରା ଆପଣଙ୍କ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କର୍ମକ୍ଷେତ୍ରରେ ମନରେ ପ୍ରଫୁଲ୍ଲତା ଭରି ରହିବା ସାଙ୍ଗକୁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। କୃତ୍ତିକା ନକ୍ଷତ୍ର ବ୍ୟବସାୟିକ ଦିଗରୁ ବଡ଼ଧରଣର ସମସ୍ୟା ରହିବ ନାହିଁ।
ବୃଷ
ବୃଷ
ଦୈହିକ ସ୍ବାସ୍ଥ୍ୟ ଭଲ ରହିବ ମାତ୍ର ପ୍ରତ୍ୟେକ କ୍ଷେତ୍ରରେ ପଡ଼ୋଶୀ କିମ୍ବା ଆତ୍ମୀୟ ଅସହଯୋଗ କରିବେ। ମୃଗଶିରା ନକ୍ଷତ୍ର ଯାତ୍ରାକାଳରେ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟହେବେ। ପିଲାମାନଙ୍କ ପଢ଼ାସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିବ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନରେ ଅନ୍ୟମାନଙ୍କଠାରୁ ସହାନୁଭୂତି ବଦଳରେ ସମାଲୋଚନା ଶୁଣିବେ।
ମିଥୁନ
ମିଥୁନ
କଠୋର ବ୍ୟବହାରଜନିତ ସମସ୍ୟା ଓ ଶତ୍ରୁତା କାରଣରୁ ପ୍ରତିବନ୍ଧକକୁ ସାମ୍‌ନା କରିବେ। ଦୁଃସାହସିକ ପଦକ୍ଷେପ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରର ଦାୟିତ୍ୱ ବଢ଼ିବ। ଆନୁଷ୍ଠାନିକ କ୍ଷେତ୍ରରେ ଅସହିଷ୍ଣୁ ବ୍ୟକ୍ତିଙ୍କ ଦ୍ୱାରା ଚାପର ସମ୍ମୁଖୀନ ହେବେ। ପୁନର୍ବସୁ ନକ୍ଷତ୍ର ସକାଶେ ସନ୍ତାନଙ୍କ ଦ୍ୱାରା ଗର୍ବିତ ହେବେ।
କର୍କଟ
କର୍କଟ
ଅଶ୍ଳେଷା ନକ୍ଷତ୍ର ପାଇଁ ସହକର୍ମୀଙ୍କ ପରୋକ୍ଷ ବିରୁଦ୍ଧାଚରଣ ଓ ବ୍ୟୟବୃଦ୍ଧି ଦୁଶ୍ଚିନ୍ତାର କାରଣ ହେବ। ଠିକ୍‌ ନିଷ୍ପତ୍ତି ଗ୍ରହଣଜନିତ ଦ୍ୱନ୍ଦ୍ୱରେ ପଡ଼ି କଥାକୁ ଠିକ୍‌ ଭାବେ ବୁଝିପାରିବେନି। ପ୍ରଶାସନିକସ୍ତରରେ ଟେନ୍‌ସନ କିଛିମାତ୍ରାରେ ଲାଗିରହିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭବାନ୍‌ ହେବେ।
ସି˚ହ
ସି˚ହ
ଆଜି ସକାଳୁ ବନ୍ଧୁଙ୍କ ଆହ୍ବାନକ୍ରମେ ଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ସଂଗୀତ ତଥା ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ। ମଘା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପାରିବାରିକ ପ୍ରତିବନ୍ଧକ ଦୂରେଇଯିବ।
କନ୍ୟା
ଆଜି କର୍ମକ୍ଷେତ୍ରରେ ସମ୍ମାନ୍‌ନୀୟ ବ୍ୟକ୍ତି ସହାୟତା କରି କାମକୁ ଅଗ୍ରଗାମୀ କରାଇବେ। ବ୍ୟବସାୟ, ପରିବହନ ତଥା ନିର୍ମାଣ କ୍ଷେତ୍ରରେ ଆଶା ପୂରଣ ହେବ। ଚିତ୍ରା ନକ୍ଷତ୍ରର ଧୈର୍ଯ୍ୟଚ୍ୟୁତି ଘଟିବା ସହ ଜମିଜମା ପାଇଁ ପ୍ରତିବନ୍ଧକ ସୃଷ୍ଟିହେବ। କଚେରି ମାମଲା କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
କେତେକ କ୍ଷେତ୍ରରେ ଛୋଟକଥାକୁ ନେଇ ମନ ସାମାନ୍ୟ ହଲ୍‌ଚଲ୍‌ ହୋଇପାରେ। ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନରୂପ ଦେବାକୁ ଚେଷ୍ଟା କରିପାରନ୍ତି। ସ୍ବାତୀ ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ କଳାକୌଶଳ ପ୍ରୟୋଗକରି ଜୟଯୁକ୍ତ ହେବେ। ନିର୍ମାଣ, ବାଣିଜ୍ୟ କ୍ଷେତ୍ରରେ ଯୋଜନାକୁ ବାସ୍ତବ ରୂପ ଦେବେ।
ବିଛା
ବିଛା
ବିଗତ ଘଟଣା ମନକୁ ବିଷାଦିତ କରିପାରେ। ପ୍ରକାଶନ, ପ୍ରଶାସନ, ମାଲିମକଦ୍ଦମା, ସଭାସମିତି ଓ କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ଅନୁରାଧା ନକ୍ଷତ୍ର ସକାଶେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆମତ୍ୀୟମାନଙ୍କୁ ଛାଡ଼ି ପାରିବେ ନାହିଁ କିମ୍ବା ସାଙ୍ଗରେ ମଧ୍ୟ ନେଇ ଚଳିପାରିବେ ନାହିଁ।
ଧନୁ
ଧନୁ
ବ୍ୟକ୍ତିଗତ ସ୍ତରରେ ଅସନ୍ତୁଷ୍ଟ ନ ଥିଲେ ମଧ୍ୟ ଆପଣଙ୍କ କାର୍ଯ୍ୟକଳାପ ଓ ବ୍ୟବହାରରେ ଅନ୍ୟମାନେ ଅସନ୍ତୁଷ୍ଟ ରହିପାରନ୍ତି। କୌଣସି କାର୍ଯ୍ୟ ସମାପନ ପରିପ୍ରେକ୍ଷୀରେ ଖର୍ଚ୍ଚାନ୍ତ ହେବେ ସିନା ଆଶା ନିଶ୍ଚିତ ପୂରଣ ହେବ। ଅଷ୍ଟମସ୍ଥ ବୁଧ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ। ଶିଳ୍ପ, ବାଣିଜ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ଅବଶ୍ୟ ମିଳିବ।
ମକର
ମକର
ଚନ୍ଦ୍ର ଏକାଦଶ ସ୍ଥାନରେ ରହିଥିବାରୁ ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚିତ। ପରୋକ୍ଷ ଶତ୍ରୁତା କାରଣରୁ ବିବାଦୀୟ କ୍ଷେତ୍ରରେ ନିଷ୍ପତ୍ତି ଅମୀମାଂସିତ ରହିବା। ମନଭୁଲାଣିଆ କଥା କହୁଥିବା ବନ୍ଧୁଙ୍କ ଉପରେ ଜମା ଭରସା କରିପାରିବେ ନାହିଁ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, କଚେରି ମାମଲାରେ ସଫଳତା ଅବଶ୍ୟ ମିଳିବ।
କୁମ୍ଭ
କୁମ୍ଭ
ଦିନଟି ଭଲରେ କଟିବ ମାତ୍ର ମାନସିକ ଅସୁସ୍ଥତା ହେତୁ ପୂର୍ଣ୍ଣ ଉପଭୋଗ୍ୟ ହୋଇ ନ ପାରେ। ପୂର୍ବଭାଦ୍ର ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ସାଙ୍ଗକୁ ସାମାଜିକସ୍ତରରେ ପ୍ରଶଂସିତ ହେବେ। ମନୋରଞ୍ଜନ ଜିନିଷ କିମ୍ବା ନୂତନ ବନ୍ଧୁ ସମ୍ପର୍କଜନିତ ଖୁସି ରହିପାରନ୍ତି।
ମୀନମୀନ

ଆଜି ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟିହେବାର ଆଶଙ୍କା ରହିଛି। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଏବଂ ସଭାସମିତିରେ ପ୍ରଶଂସିତ ହେବେ। ରେବତୀ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ସ୍ବଚ୍ଛଳତା ସାଙ୍ଗକୁ ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟରୁ ଖୁସି ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri