Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ
ଗତ କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ତଥା ନୂତନ କର୍ମାରମ୍ଭ ପ୍ରଭୃତିରେ ସୁଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ବିଭିନ୍ନ ଘରୋଇ ଝମେଲା କାରଣରୁ ମନ ଭଲ ରହିବ ନାହିଁ। ବାଣିଜ୍ୟ, ପରିବହନ, ଲେଖାପଢ଼ା, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ହଜି ଯିବାର ସମ୍ଭାବନା ରହିଛି । ଦୂରସ୍ଥ ସନ୍ତାନ କିମ୍ବା ଆତ୍ମୀୟଙ୍କ ସକାଶେ ମନ ବିଚଳିତ ରହିବ।
ମିଥୁନ
ମିଥୁନ
ଆଲୋଚନା ପରିସରରେ ଦ୍ୱନ୍ଦ୍ୱରେ ପଡ଼ି ବନ୍ଧୁମାନଙ୍କର କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ ମନ ବଳାଇ କର୍ମମୁଖର ହେବେ। ଗତକାଲିର ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବାରୁ ଖୁସୀ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତିର ସୂଚନା ରହିଛି।
କର୍କଟ
କର୍କଟ
ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ ଓ ବାଣିଜ୍ୟ ଏବଂ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ ତିକ୍ତତା ଦେଖାଦେବାର ସମ୍ଭାବନା ରହିଛି। କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ବାଧ୍ୟ ହୋଇପାରନ୍ତି।
ସି˚ହ
ସି˚ହ
ସ୍ବାସ୍ଥ୍ୟରେ ଅବନ୍ନତି ସାଙ୍ଗକୁ ପାରିବାରିକ ସ୍ଥିତି ଭଲ ରହିବ ନାହିଁ। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ, କିନ୍ତୁ ବନ୍ଧୁଙ୍କ ନିକଟରୁ କିଛି ପାଇବେ। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ଆଜି ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇବେ। ଖଳ ଲୋକଙ୍କ କଥାରେ ଗଲେ ହଇରାଣ ହେବାକୁ ପଡ଼ିପାରେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ଭୁଲ୍‌ ବୁଝାମଣା କାରଣରୁ ବିବାଦ ବଢ଼ିପାରେ। ପୂର୍ବଶତ୍ରୁତା ହେତୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ କିଛିଟା ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଆଶାନୁରୂପ ସଫଳତା ମିଳି ନ ପାରେ କିନ୍ତୁ ବନ୍ଧୁ ମିଳନ ଅବଶ୍ୟ ଘଟିବ।
ବିଛା
ବିଛା
ସହକର୍ମୀଙ୍କ ସହାୟତାରେ ଦୀର୍ଘ ଦିନର ଅଭିଳାଷ ପୂରଣ ହେବା କାରଣରୁ ମନ ପ୍ରଫୁଲ୍ଲ ରହିବ। ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ହୋଇପାରେ। ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ରାଜନୀତି, ସଂଗଠନ, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପଡ଼ୋଶୀମାନେ କିମ୍ବା ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିରୋଧାମତ୍କ ମନ୍ତବ୍ୟ ଦେବେ। ଆଜି ଦିନଟିରେ ଯାନ ବାହନରେ ସତର୍କତା ରକ୍ଷା କରନ୍ତୁ। ପୂର୍ବ ଘରୋଇ ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢ଼ାଇ ଦେଇପାରନ୍ତି।
ମକର
ମକର
ପାରିବାରିକ ଅଶାନ୍ତି ବୃଦ୍ଧି ପାଇବା କାରଣରୁ ମନରେ ସରସତା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ,ନତୁବା ଆକସ୍ମିକ ଭାବେ କଳହର ସମ୍ମୁଖୀନ ହୋଇପାରନ୍ତି। ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିବେ। ରପ୍ତାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ବହୁ ଦିନ ହେଲା ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ଅତି ସୁବିଧାରେ ପାଇଯିବେ। ହଠାତ୍‌ ଜଣେ ବନ୍ଧୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ଭାବି ଚିନ୍ତି କାମ କରିବା ଭଲ ହେବ।
ମୀନମୀନ
ଅଟକି ରହିଥିବା କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri