Categories: Rasifala

ରାଶିଫଳ: ବୁଧବାର, ଜୁନ୍ ୧୭ ତାରିଖ – Daily Horoscope

ମେଷ
କେନ୍ଦ୍ରକୋଣାଧିପଙ୍କ ଅଷ୍ଟମଭାବ ସଂସ୍ଥିତି ବନ୍ଧୁମିଳନ ସଙ୍ଗକୁ ଆର୍ଥିକ ଅଭିବୃଦ୍ଧି କରାଇବ। ପାରିବାରିକ ସ୍ତରରେ ସାମୟିକ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ପ୍ରାୟତଃ ଭଲରେ ବିତିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ନୂତନ ପ୍ରେମ ସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ।
ବୃଷ
ସପ୍ତମାଧିପତି ନିଜଭାବରୁ ଅଷ୍ଟମସ୍ଥ ହୋଇ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି,ବ୍ୟବସାୟିକ ଦିଗପ୍ରତି ସମସ୍ୟା ସୃଷ୍ଟି କରିବେ। ନୂତନ ଘର ତିଆରି, ଯାନ ବାହନ ମରାମତି, ଦୋକାନବାଡିର ଉନ୍ନତୀକରଣ ଓ ସଭା ସମିତିରୁ ଉପକୃତ ହେବେ। ମାତ୍ର କୌଣସି ପାରିବାରିକ ବ୍ୟତିକ୍ରମ କାରଣରୁ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ।
ମିଥୁନ
ସ୍ବଗୃହରେ ବଳବାନ୍‌ ବୁଧ ବୁଦ୍ଧିବଳ ଖଟାଇ ଅସାଧ୍ୟ ସାଧନ କରିବେ। ବନ୍ଧୁପରିଜନମାନଙ୍କ ସହ ଦୂରଯାତ୍ରା, ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ଲାଭ କରାଇବେ। ଚନ୍ଦ୍ରଙ୍କ ଦୁର୍ବଳତା କାରଣରୁ ମନରେ ଅସ୍ଥିରତା ରହିଲେ ମଧ୍ୟ ଘର କିମ୍ବା ଜମିଜମା,ପୁରୁଣା ଗାଡି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ।
କର୍କଟ
ଏକାଦଶାଧିପତି ଆପଣଙ୍କ ରାଶିରେ ଅବସ୍ଥାନ କରି ଆଶା ପୂରଣରେ ସାହାଯ୍ୟ କରିବ। ଯେ କୌଣସି ପରିସ୍ଥିତି ଆସୁନା କାହିଁକି ଆପଣ କୌଣସି କଥାକୁ ଖାତିର ନ କରି ଆଗକୁ ମାଡ଼ି ଚାଲିବେ। ଟଙ୍କା ପଇସା, ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରହନ୍ତୁ, ନତୁବା କ୍ଷତିରେ ପଡ଼ିବେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇବ।
ସି˚ହ
ପରିବାରରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ଆଚରଣ ମନ ପସନ୍ଦ ନ ହେଲେ ମଧ୍ୟ ପରିସ୍ଥିତିକୁ ଲକ୍ଷ୍ୟକରି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହେବେ। ଭାଗ୍ୟାଧିପତିଙ୍କ ସ୍ବଗୃହକୁ ଦୃଷ୍ଟିଜନିତ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବ୍ୟବସାୟ, ପରିବହନରୁ ଲାଭ ପାଇବେ।
କନ୍ୟା
ରାଶି ପ୍ରତି ଶନିଙ୍କ ଦୃଷ୍ଟି ସ୍ବାସ୍ଥ୍ୟହାନିର କାରଣ ହେବାର ସୂଚନା ରହିଛି। ବାରମ୍ବାର ପ୍ରତିବନ୍ଧକର ସାମନା କରିବା ହେତୁ କାମଗୁଡ଼ିକ ଠିକ୍‌ ଭାବେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ରାଜନୀତିରେ, ସାହିତ୍ୟ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ।
ତୁଳା
ଅଷ୍ଟମଭାବସ୍ଥ ରାଶ୍ୟାଧିପ ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ଦୈହିକ ସୁସ୍ଥତା ପ୍ରଦାନ କରିବେ। ବନ୍ଧୁଙ୍କ ପରାମର୍ଶ ଗ୍ରହଣ କଲେ ବିଶେଷ ଉପକୃତ ହେବେ। ଆଜି ତର୍କ ବିତର୍କ ଲାଗି ରହିବାରୁ ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। ସାହିତ୍ୟ, ପ୍ରଶାସନ, ସଭାସମିତି, ସାମ୍ବାଦିକତା ଓ ରାଜନୈତିକ ସ୍ତରରେ ପ୍ରଶଂସିତ ହେବେ।
ବିଛା
ଭାଗ୍ୟସ୍ଥାନରେ ଗୁରୁଶୁକ୍ରଙ୍କ ସଂଯୋଗ ଆପଣଙ୍କୁ ସୁଖ, ସୌଭାଗ୍ୟ ପ୍ରଦାନ କରିବେ। ପ୍ରତ୍ୟେକ ସ୍ତରରେ ସୁନ୍ଦର କଥା ମାଧ୍ୟମରେ ବନ୍ଧୁଙ୍କୁ ଆପଣାର କରି ପାରିବେ। କୌଣସି ଘଟଣା ନ ବୁଝି କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପାଖ ପଡ଼ୋଶୀମାନେ କ୍ରୋଧ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ହେବନି।
ଧନୁ
ଚତୁର୍ଥସ୍ଥ ଶନି ଯୋଗୁ ପାରିବାରିକ ଜଞ୍ଜାଳ ବୃଦ୍ଧି ମାନସିକ ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହେବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା କାରଣରୁ ଆଶ୍ୱସ୍ତି ଲାଭ କରିବେ। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କଲେ କୌଣସି ସମସ୍ୟା ସୃଷ୍ଟି ହୋଇପାରେ।
ମକର
ଶନିଙ୍କ କୁପ୍ରଭାବରୁ ଦୈହିକ ଅସୁସ୍ଥତା ଲାଗି ରହିଲେ ମଧ୍ୟ ଅନ୍ୟମାନଙ୍କର ସାହାଯ୍ୟ ନେଇ କାମ ହାସଲ କରିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁଙ୍କ ସହ ନୂତନ ସମ୍ପର୍କ ସ୍ଥାପନ କାରଣରୁ ଖୁସି ରହିବେ। ଗୁରୁଜନଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
ରାଶ୍ୟାଧିପତିଙ୍କ ଦୃଷ୍ଟିରୁ ସ୍ବାସ୍ଥ୍ୟ ପୂର୍ବପରି ରହିବ ଅବଶ୍ୟ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଯାହାକୁ ଯାହା କିମ୍ବା ଯେଉଁଠି ଯାହା କହିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। ପ୍ରତିବନ୍ଧକ ଲାଗି ରହିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ ।
ମୀନ
ଉଚ୍ଚବର୍ଗର ଲୋକମାନଙ୍କ ସାହାଯ୍ୟରେ ପୂର୍ବରୁ ଲାଗି ରହିଥିବା ସମସ୍ୟା ଦୂରେଇବାରେ ସମର୍ଥ ହେବେ। ବୁଧଙ୍କ ପ୍ରଭାବରୁ ପ୍ରତିଦ୍ୱନ୍ଦିତା ଲାଗି ରହିଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ। ଆନୁଷ୍ଠାନିକ କାମ, ରାଜନୀତି ଓ ସାଂଗଠନିକ ସ୍ତରରେ ଉଚ୍ଚ ପଦାଧିକାରୀଙ୍କ ଚାପର ସମ୍ମୁଖୀନ ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.