Posted inRasifala

ରାଶିଫଳ: ଶନିବାର, ଏପ୍ରିଲ୍‌ ୧୭ ତାରିଖ – Daily Horoscope

ମେଷ
ଆଜି ତୃତୀୟସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ଅଫିସ୍‌ କାମରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ।
ବୃଷ
ବୃଷ
ବିଳାସସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଖୁସି ରହିବ। ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କାର୍ଯ୍ୟରେ ସୁଫଳ ପ୍ରଦାନ କରିବେ। ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଘର ତିଆରି, ଯାନ ମରାମତି, ଦୋକାନ ପ୍ରଭୃତି କାମରେ ଟେନସନ୍‌ କିଛି ମାତ୍ରାରେ ଲାଗିରହିବ।
ମିଥୁନ
ମିଥୁନ
ଆଜିର ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରେ ବୈଷୟିକ ସୁଖ, ସମୃଦ୍ଧି, ମାନସିକ ଶାନ୍ତି ପ୍ରଦାନରେ ସହାୟକ ହେବ। ଘର, ଜମିଜମା, ପୁରୁଣା ଗାଡ଼ି କିଣିବା କିମ୍ବା ବିକିବା ସକାଶେ ମନ ବଳାଇବେ। ପରିବାର କିମ୍ବା ବନ୍ଧୁଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇ ନ ପାରେ। ଆଜି ଆଗାମୀ ମାଙ୍ଗଳିକ କାମ ପାଇଁ ଆଲୋଚନା କରିବା ମନ୍ଦ ହେବନି।
କର୍କଟ
କର୍କଟ
ଦୁଃସ୍ଥାନସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ସଙ୍ଗକୁ ବନ୍ଧୁବର୍ଗଙ୍କ ସମାଲୋଚନାରୁ ଶାନ୍ତି ଭଗ୍ନ ହୋଇପାରେ। ବିବାଦୀୟ ଘଟଣାରେ କଚେରି ମାମଲା ମନ୍ଥର ହେବା କାରଣରୁ ଚିନ୍ତା କରିପାରନ୍ତି। ପରିବାରରେ ସମସ୍ୟା ସମାଧାନ ପରିପ୍ରେକ୍ଷୀରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କଠାରୁ ଶୁଭ ସୂଚନା ପାଇବେ।
ସି˚ହ
ସି˚ହ
ଚତୁର୍ଥଭାବରେ କେତୁ ଅବସ୍ଥାନ କରିଥିବାରୁ ଅସ୍ବସ୍ତିକର ପାରିପାର୍ଶ୍ୱିକ ପରିସ୍ଥିତି ମାନସିକ ଅସୁସ୍ଥତାର କାରଣ ହେବ। ବାଣିଜ୍ୟ, ପରିବହନ, ଜମିଜମା, ନିର୍ମାଣ କ୍ଷେତ୍ରରୁ ଲାଭ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ପର ଉପରେ ନିର୍ଭର କରିବାରୁ କେତେକ ବ୍ୟତିକ୍ରମ ଦେଖା ଦେଇ ପାରେ। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ କାମରେ ହେଳା କରିବେ ନାହିଁ।
କନ୍ୟା
ଆଜି ଯାହା ଚାହୁଁଛନ୍ତି ତାହା ତ ନିଶ୍ଚିତ ପାଇବେ କିନ୍ତୁ ସହଜ ଓ ସୁବିଧାରେ ନୁହେଁ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଉତ୍ତରାଫାଲଗୁନୀ ନକ୍ଷତ୍ରର ରାଜନୀତି, ସଂଗଠନ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ଆଇନ, ପ୍ରକାଶନ କ୍ଷେତ୍ରରେ ଯାହା ଇଚ୍ଛା କରୁଛନ୍ତି ତାହା ପାଇବେ।
ତୁଳା
ତୁଳା
ଆଧ୍ୟାତ୍ମିକ ଗ୍ରହ ବଳଶାଳୀ ଶନି ଜୀବନଚର୍ଯ୍ୟାରେ ଅସଂଗତି ଦୂର କରିବା ସକାଶେ ଅନୁକୂଳ ଭାବନା ଜାଗ୍ରତ କରାଇବେ। ସାହିତ୍ୟ ଚର୍ଚ୍ଚା, ଲେଖା ପଢା,ସଭାସମିତି ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। କୌଣସି ସମ୍ପର୍କୀୟଙ୍କ ଅଶାଳୀନ ବ୍ୟବହାରରେ ବ୍ୟଥିତ ହୋଇପାରନ୍ତି।
ବିଛା
ବିଛା
ଆଜିର ଗ୍ରହସ୍ଥିତି ପ୍ରଭାବରେ ଅନାଗତ ଆଶଙ୍କାର ପରିକଳ୍ପନାରେ ମନ ଭାରାକ୍ରାନ୍ତ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବାରମ୍ବାର ବିନା କୌଣସି ଦୃଢ ପଦକ୍ଷେପ ନେବା ଠିକ୍‌ ହେବନି। ସପ୍ତମସ୍ଥ ବଳବାନ୍‌ ରାହୁଙ୍କ ଯୋଗୁ ବାଣିଜ୍ୟ, ଆମଦାନୀ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
ଧନୁ
ଧନୁ
ବାକ୍‌ ସଂଯମତା ସାମାଜିକ ଓ ପାରିବାରିକ ଜୀବନରେ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ କରିବ। ମୂଳା ନକ୍ଷତ୍ର ଆତ୍ମୀୟଙ୍କ ରୋଷର ଶିକାର ହୋଇ କାମରେ ସହଯୋଗ ପାଇବେ ନାହିଁ। ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ଦୁଃସ୍ଥ ଆର୍ଥିକ ପରିସ୍ଥିତି ପୂର୍ବପରି ଦୁଶ୍ଚିନ୍ତାକୁ ବୃଦ୍ଧି କରିପାରେ।
ମକର
ମକର
କର୍ମକ୍ଷେତ୍ରରେ ଅନ୍ୟର ମତକୁ ସମ୍ମାନ ଦେଇ କିମ୍ବା ନୂତନ ସମ୍ପର୍କରୁ ଖୁସି ରହିବେ। ହିତୈଷୀଙ୍କ ପରାମର୍ଶ କ୍ରମେ ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଆଇନ, ଗବେଷଣା, ଅନୁସନ୍ଧାନ ଏବଂ ରଚନାମତ୍କ କାମରୁ ସୁଫଳ ପାଇବେ। ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ, କିନ୍ତୁ ଧନିଷ୍ଠା ନକ୍ଷତ୍ର ପାଇଁ ବିପରୀତ ଫଳ ମିଳିବ।
କୁମ୍ଭ
କୁମ୍ଭ
ଆଜି ଅନ୍ତହୀନ ଦୁର୍ଭାବନା ଆପଣଙ୍କ ଭାବ ଓ ଭାଷାକୁ ଅନୁଚିତ କ୍ରିୟାଶୀଳ କରାଇପାରେ। ଅତୀତ କାର୍ଯ୍ୟାବଳୀ ସକାଶେ ଅନୁତାପର ସମୟ ପାଇବେ ନାହିଁ। ଧନାଧିପ ଗୁରୁ ସ୍ବଗୃହାଭିମୁଖୀ ହେତୁ ଆର୍ଥିକ ସ୍ଥିତି ସୁଦୃଢ ରହିବ, କିନ୍ତୁ ଋଣ ପରିଶୋଧ କରିବାରେ ପଛେଇ ଯିବେ। ଭୁଲ୍‌ ବୁଝାମଣାଜନିତ ପରିବହନରେ ଝଗଡାର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ
କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି ସଙ୍ଗକୁ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। ବୁଧାଦିତ୍ୟ ଯୋଗ ପ୍ରଭାବରେ ଦୈନନ୍ଦିନ ବ୍ୟବସାୟରେ ସ୍ଥିରତା ଫେରିପାଇବେ। ସାମାଜିକ ସ୍ତରରେ, ସଭାସମିତିରେ, ଆଲୋଚନାରେ, ତର୍କ ବିତର୍କରେ ସଫଳତା ମିଳିବ। ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri