Posted inRasifala

ରାଶିଫଳ: ରବିବାର, ଜୁନ୍‌ ୧୬ ତାରିଖ – Daily Horoscope

ମେଷ
ଆଜି କର୍ମାଧିପତି ଚନ୍ଦ୍ରଙ୍କ ସହ ଷଡ଼ାଷ୍ଟକ ସ୍ଥିତିରେ ଥିବାରୁ କୌଣସି କାମ ଶୃଙ୍ଖଳିତ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା, ଋଣ ପରିଶୋଧ ଏବଂ ପାରିବାରିକ କ୍ଷେତ୍ରରେ ମତପାର୍ଥକ୍ୟ କାରଣରୁ ଅଶାନ୍ତ ରହିପାରନ୍ତି। ବ୍ୟବସାୟିକ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ। ବନ୍ଧୁଙ୍କ ସାହାଯ୍ୟରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବାର ଆଶା ରହିଛି।
ବୃଷ
ବୃଷ
ଦ୍ୱିତୀୟସ୍ଥ ବୁଧ ପ୍ରଭାବରୁ ଆପଣଙ୍କ ରୋକ୍‌ଠୋକ୍‌ କଥା ଓ କାମର ଚାପକୁ ଅନ୍ୟମାନେ ନାପସନ୍ଦ କରିପାରନ୍ତି। ଏକାଧିକ କାମ ହାତକୁ ନେଲେ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ଆଲୋଚନା କାଳରେ ବିନା କାରଣରେ ଅନ୍ୟମାନଙ୍କ ରୋଷର କାରଣ ହୋଇପାରନ୍ତି।
ମିଥୁନ
ମିଥୁନ
ଶାରୀରିକ ସୁସ୍ଥତା ଫେରି ଆସିବା ସାଙ୍ଗକୁ ସ୍ଥଗିତ କାମକୁ ଅଗ୍ରାଧିକାର ଦେଇ ସମ୍ପନ୍ନ କରିବେ। ଅଭାବ ନ ଥିଲେ ମଧ୍ୟ ଅପୂରଣୀୟ ଆଶା ମାନସିକ ଅସ୍ଥିରତାର କାରଣ ହେବ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ।
କର୍କଟ
କର୍କଟ
ମାନସିକ ସ୍ଥିତି ଭଲ ନ ଥିଲେ ମଧ୍ୟ ନିଜକୁ ସମ୍ଭାଳି ନେବେ। କର୍ମାଧିପ ସ୍ବଗୃହୀ ହେତୁ ପ୍ରତ୍ୟେକ ପରିସ୍ଥିତିରେ ଦୃଢ଼ ପଦକ୍ଷେପ ନେଇ ସମସ୍ୟା ସୁଧାରି ନେବେ। ରାଜନୀତି ତଥା ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ହାତରୁ ଖାଇ ପର ପାଇଁ ଖଟିବେ। ସାମାନ୍ୟ ବାହାବା ବ୍ୟତୀତ ଆଉ କିଛି ପାଇବେ ନାହିଁ।
ସି˚ହ
ସି˚ହ
ଏକାଦଶ ସ୍ଥାନରେ ଏକାଧିକ ଗ୍ରହ ଅଟକିଥିବା କାର୍ଯ୍ୟ ସମୂହକୁ ସମ୍ପୂର୍ଣ୍ଣ କରାଇବେ। ବୁଧଙ୍କ ଶୁଭସଂସ୍ଥିତିରୁ ଆଜି ଆପପ୍ରାପ୍ୟ ପାଇବାରେ ଅସୁବିଧା ହେବନାହିଁ। କିନ୍ତୁ କର୍ମକ୍ଷେତ୍ର୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଗତକାଲିର ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହୋଇପାରେ।
କନ୍ୟା
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ କେତୁଯୁକ୍ତ ଚନ୍ଦ୍ର କାରଣରୁ ମାନସିକ ସ୍ଥିତି ଭଲ ରହିନପାରେ। କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ସାମାଜିକ ସ୍ତରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ତୁଳା
ତୁଳା
ରାଶ୍ୟାଧିପ ଶୁକ୍ର ଭାଗ୍ୟସ୍ଥାନରେ ରହି ଆପଣଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପୂରଣ କରିବେ। ସ୍ବାସ୍ଥ୍ୟ ଭଲ ରହିବ ଏବଂ ବାକିଥିବା ଟଙ୍କା ବନ୍ଧୁ ପାଖକୁ ଆସି ଦେଇପାରନ୍ତି। ବିବାଦୀୟ ପରିସ୍ଥିତିରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ।
ବିଛା
ବିଛା
ରାହୁ କୋଣ ସ୍ଥାନରେ ଅବସ୍ଥାନ କରିଥିବାରୁ ଆପଣଙ୍କ ଚିନ୍ତା ଓ ବିଚାର କାର୍ଯ୍ୟକାରୀ ହୋଇପାରିବ ନାହିଁ। ଅନୁରାଧା ନକ୍ଷତ୍ର ପାଇଁ ପ୍ରତ୍ୟେକ କ୍ଷେତ୍ର୍ରରେ ସୁବିଧା ସୁଯୋଗ ଆପଣାଛାଏଁ ଆସିବାର ସୂଚନା ରହିଛି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ଧନୁ
ଧନୁ
ଚନ୍ଦ୍ରଙ୍କ ଭାଗ୍ୟସ୍ଥ ବୃହସ୍ପତି ଆର୍ଥିକ ଅଭିବୃଦ୍ଧି, ପ୍ରଶଂସା ଓ ନୂତନ କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଇବ। କେତେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱରେ ପଡ଼ି କୌଣସି କଥାକୁ ଠିକ୍‌ ଭାବେ ବୁଝି ପାରିବେନି। ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡ଼ିପାରେ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
ମକର
ମକର
ଶନିଙ୍କ ପ୍ରଭାବରେ ମନ ଚାହୁଁ ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି କୌଣସି ମିଥ୍ୟାଳାପ କରିବାକୁ ବାଧ୍ୟ ହେବେ। ଅନ୍ୟମନସ୍କ କାରଣରୁ ଧନହାନିର ସୂଚନା ରହିଛି। କଳା, କ୍ରୀଡ଼ା, ସାହିତ୍ୟ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନୂତନ କର୍ମସଂସ୍ଥାନ ପାଇଁ ମନ ବଳାଇବେ। କିନ୍ତୁ ତଦନୁଯାୟୀ ପଦକ୍ଷେପ ନେବା ସହଜ ହୋଇନପାରେ।
କୁମ୍ଭ
କୁମ୍ଭ
ଅଷ୍ଟମସ୍ଥ ଚନ୍ଦ୍ର ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ଶେଷ ସମୟରେ ଆପଣଙ୍କ ପାଇଁ ନିଷ୍ପତ୍ତି ବଦଳିଯିବ। କର୍ମକ୍ଷେତ୍ରରେ ବିଭିନ୍ନ ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ପରିବାରରେ ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭବ କରିପାରନ୍ତି। ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହୋଇପାରନ୍ତି।
ମୀନମୀନ

ଅନୁକୂଳ ଗ୍ରହସ୍ଥିତିରୁ ଅସଜଡ଼ା ପରିସ୍ଥିତିକୁ ସଜାଡ଼ି ନେବାରେ ସମର୍ଥ ହେବେ ଏବଂ ବନ୍ଧୁଙ୍କ ସାହାଯ୍ୟ ମଧ୍ୟ ପାଇବେ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଆନୁଷ୍ଠାନିକ କିମ୍ବା ପ୍ରଶାସନିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଦାୟୀ କରି ଅନୁତପ୍ତ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri