କୃଷ୍ଣପକ୍ଷର ଦ୍ୱାଦଶଚନ୍ଦ୍ର କଲ୍ୟାଣକାରକ ଯୋଗୁ ସର୍ବସିଦ୍ଧି ପ୍ରଦାନ କରିବେ। ମାନସିକ ଶାନ୍ତି, ଅର୍ଥପ୍ରାପ୍ତି, ବନ୍ଧୁସମ୍ପର୍କ, ସଭାସମିତି ଓ ଫଳପ୍ରଦ ଆଲୋଚନା ପାଇଁ ବହୁତ ଭଲ। ଉଚ୍ଚବର୍ଗର ବ୍ୟକ୍ତି, ଗୁରୁଜନଙ୍କୁ କେନ୍ଦ୍ରକରି କଳହର ଆଶଙ୍କା ଦେଖାଦେବ। ସାମାଜିକ ସ୍ଥିତି ଓ କର୍ମଦିଗଟି ଭଲ ରହିଲେ ମଧ୍ୟ ପରିଚାଳନା ସମସ୍ୟାରେ ଚିନ୍ତିତ ରହିପାରନ୍ତି।
ଅନୁକୂଳ ଗ୍ରହସ୍ଥିତି ଆପଣଙ୍କୁ କାର୍ଯ୍ୟସିଦ୍ଧି, ଅଭିଳଷିତ ଦ୍ରବ୍ୟ ପ୍ରାପ୍ତି, ମିତ୍ର ବନ୍ଧୁଙ୍କ ସହାୟତା ପ୍ରଦାନ କରିବ। ଆର୍ଥିକ ଉନ୍ନତି ସହ ବିଳାସ ଉପକରଣ, କର୍ମାରମ୍ଭ ଧାର୍ମିକ ବାତାବରଣ ମଧ୍ୟରେ କରିପାରନ୍ତି। ରାଜନୈତିକ ସ୍ତରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାହିତ୍ୟ ଓ ସଙ୍ଗୀତ, ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁନାମ ଅର୍ଜନ କରିବେ।
କର୍ମଭାବସ୍ଥ ରାଶ୍ୟାଧିପତି ପାରିବାରିକ ସୁଖ ସମୃଦ୍ଧି ସହ ବନ୍ଧୁଙ୍କ ସହ ଭ୍ରମଣ ଓ ନୂତନ ସ୍ଥାନ ପରିଦର୍ଶନ କରାଇବେ। ଦୂରେଇ ଯାଇଥିବା ବନ୍ଧୁ ପାଖେଇବେ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ଜମିବ। ଆଜିର ଦୂରଯାତ୍ରା ସମୟରେ ଜାଣିଶୁଣି କେତେକ ଅପରିଚିତ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି।
ଭାଗ୍ୟ ଏବଂ କର୍ମସ୍ଥାନରେ ଚନ୍ଦ୍ର ଏବଂ ଶୁକ୍ର ରହିଥିବାରୁ ଦିନଟିରେ ମନ ଖୁସି ରହିବ। ଏପରି କି ବନ୍ଧୁ ଗହଣରେ ଆପଣ ପ୍ରଶଂସିତ ହେବେ। କୌଶଳ ପ୍ରୟୋଗ ପୂର୍ବକ କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରନ୍ତି। ସାମାଜିକ ସ୍ତରରେ ସନ୍ଦେହଜନକ ପରିସ୍ଥିତିକୁ ଲକ୍ଷ୍ୟ କରି ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରିବେ ନାହିଁ।
କର୍ମାଧିପତି ଭାଗ୍ୟସ୍ଥାନରେ ସାମଗ୍ରିକ ସୁଖ, ସ୍ବାଛନ୍ଦ୍ୟ ମଧ୍ୟରେ କାର୍ଯ୍ୟସିଦ୍ଧିର ଆନନ୍ଦ ପ୍ରଦାନ କରିବେ। ସପ୍ତମସ୍ଥ ରାହୁଙ୍କ ଯୋଗୁ ଖଳ ଲୋକଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ଶିଳ୍ପ, ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ପାଇବେ। ପାରିବାରିକ ଦିଗଟି ଭଲ ରହିବା ସହ ସାମାଜିକ ସ୍ତରରେ ଲୋକସମ୍ପର୍କ ବୃଦ୍ଧି ପାଇବ।
ଅଷ୍ଟମସ୍ଥ ଶୁକ୍ରଜନିତ ଆଜି ଯେଉଁ କାମରେ ହାତଦେବେ କୃତକାର୍ଯ୍ୟ ହେବା କଷ୍ଟକର ହୋଇପାରେ। ପାରିବାରିକ କ୍ଷେତ୍ର, ଜମିଜମା ବ୍ୟବସାୟ, ବିଦ୍ୟୁତ୍, ଇଟାଭାଟି ସମ୍ପର୍କିତ କ୍ଷେତ୍ର ମଧ୍ୟ ବିବାଦୀୟ ରହିବ। ଅବଶ୍ୟ ଅଭାବ ରହିଲେ ମଧ୍ୟ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇବାରେ କୌଣସି ଅସୁବିଧା ହେବ ନାହିଁ।
ଆଜିର ଚନ୍ଦ୍ର ଆପଣଙ୍କ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରି ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରଖିବ। ଶନି ଏବଂ ମଙ୍ଗଳ ଷଷ୍ଠସ୍ଥାନରେ ରହି ଆପଣଙ୍କ ଅର୍ଥ ଓ ପାରିବାରିକ ସମ୍ପର୍କକୁ କ୍ଷୁଣ୍ଣ କରିପାରନ୍ତି। ବନ୍ଧୁମାନଙ୍କୁ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ।
ଲାଭସ୍ଥାନକୁ ଚାରୋଟି ଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ଅବିଳମ୍ବେ ପୂରଣ ହୋଇଯିବ। ପ୍ରତ୍ୟେକ ସ୍ତରରେ ଆଲୋଚନା ପରିସରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ। ସାମାଜିକ ସ୍ତରରେ ଲୋକପ୍ରିୟତା କାରଣରୁ ବ୍ୟକ୍ତିବିଶେଷଙ୍କୁ ପ୍ରୀତ କରାଇ ପ୍ରଶଂସିତ ହୋଇପାରନ୍ତି।
ଭାଗ୍ୟାଧିପ କୋଣଭାବରେ ଉଚ୍ଚସ୍ଥ ଯୋଗୁ ଆପଣଙ୍କ ଉଦ୍ୟମକୁ ସାକାର କରିବା ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରିବେ। ଚନ୍ଦ୍ରଙ୍କ ପ୍ରଭାବରେ ମାନସିକ ସ୍ଥିତି ଭଲ ରହିବା ସାଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ। ବୃହସ୍ପତିଙ୍କ ଯୋଗୁ ବିଶେଷ ଭ୍ରମଣଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ଆଜିର ଗ୍ରହସ୍ଥିତି ଅପୂରଣୀୟ ଆଶା ଓ ଅଭିଳାଷକୁ ପୂରଣ କରିବାରେ ସମର୍ଥ ହେବ। କିନ୍ତୁ ଅଷ୍ଟମାଧିପତି କେନ୍ଦ୍ରସ୍ଥ ଯୋଗୁ ସମସ୍ୟା ମଧ୍ୟଦେଇ ସମସ୍ତ ଉଦ୍ୟମ ସଫଳ ହେବ । ପିଲାଙ୍କ କଳହକୁ କେନ୍ଦ୍ର କରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବୈବାହିକ କର୍ମ ସମ୍ପାଦନା ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ରହିଛି।
ଆଜିର ଗ୍ରହସ୍ଥିତିରେ କାଳସର୍ପଯୋଗ ସଂଘଟିତ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବା ଭଲ। ମାନସିକ ଅସ୍ଥିରତା ପୂର୍ବକ ପରିବାର, ବନ୍ଧୁ, କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟିି ହେବ। କୌଣସି ନୀଚ ଜାତିର ବ୍ୟକ୍ତି ଶତ୍ରୁତା କରିପାରନ୍ତି। ସାହାଯ୍ୟ ପରିପ୍ରେକ୍ଷୀରେ ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ହଇରାଣ ହେବେ।
ରାଜଯୋଗ ପ୍ରଭାବରେ କାର୍ଯ୍ୟସିଦ୍ଧି ସହ କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ଭଲ ରହିବ। ପ୍ରତ୍ୟେକ ଦିଗରୁ ସାହାଯ୍ୟ, ସହଯୋଗ ପାଇ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ବିବାଦୀୟ ଘଟଣାରେ ବିଜୟଲାଭ ସହ କିମ୍ବା ଅର୍ଥ ପ୍ରାପ୍ତିରେ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିପାରିବେ। ଦୂରଭ୍ରମଣରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates