ଆଜି ସ୍ବଗୃହୀ ମଙ୍ଗଳଙ୍କ ଯୋଗୁ ଦୈହିକ ସ୍ବାସ୍ଥ୍ୟ ଭଲ ରହିବ। ବନ୍ଧୁଙ୍କ ସହଯୋଗରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବ ପ୍ରବଣତା ପରିହାର ନ କଲେ ଦୁଶ୍ଚିନ୍ତାକୁ ଆମନ୍ତ୍ରଣ କରିବାକୁ ପଡ଼ିପାରେ। ସମସ୍ୟା ଅପରିବର୍ତ୍ତିତ ରହିଥିଲେ ମଧ୍ୟ ବ୍ୟବସାୟ ଓ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିବ।
ରବିଙ୍କ ସହ ଚନ୍ଦ୍ରଙ୍କ ସଂଯୋଗଜନିତ ସ୍ବାସ୍ଥ୍ୟ, ପରିବାର ଓ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କରେ ସମସ୍ୟା ଦେଖାଦେବ। ଅପ୍ରିୟ ସତ୍ୟ କଥନ ଆକସ୍ମିକ କଳହର କାରଣ ହୋଇପାରେ। ରୋଗପୀଡ଼ା, ଶତ୍ରୁତା ଓ ଧାର କରଜ ଚିନ୍ତା ବଢ଼ାଇବ। କର୍ମକ୍ଷେତ୍ର, ଯାନବାହନ, ଦୋକାନବାଡ଼ି, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉପକୃତ ହେବେ।
ଧନାଧିପତି କର୍ମଭାବସ୍ଥ ଯୋଗୁ ଅର୍ଥଲାଭ, ସୁସ୍ଥ ମାନସିକତା, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଅନ୍ୟମନସ୍କ କିମ୍ବା ଅସାବଧାନତାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ମନକୁ ବିଚଳିତ କରିପାରେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ଲକ୍ଷ୍ୟହୀନ ଯାତ୍ରାରୁ ବିରତ ରହିବା ଭଲ ହେବ।
ବ୍ୟୟଭାବସ୍ଥ ବୁଧ ଦୀର୍ଘଦିନର ସମ୍ପର୍କକୁ କ୍ଷୁଣ୍ଣ କରିବାର ଆଶଙ୍କା ରହିଛି। ଶୁକ୍ର ପ୍ରଭାବରୁ ଭୋଗବିଳାସ ସାଙ୍ଗକୁ ଷ୍ଟେସନାରି, ବସ୍ତ୍ର ଅଳଙ୍କାର କ୍ରୟ ସକାଶେ ମନ ବଳାଇପାରନ୍ତି। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍ ରହିନପାରେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ, ଏଣୁ ସତର୍କ ରହିବା ଭଲ ହେବ।
ଚତୁର୍ଥାଧିପତି ସ୍ବଗୃହକୁ ଦେଖୁଥିବାରୁ ପାରିବାରିକ ସମ୍ପର୍କ ଭଲ ରହିବ। ଖର୍ଚ୍ଚ ବଢ଼ିଯିବା ସାଙ୍ଗକୁ ମନରେ ଆଶଙ୍କା ଓ ଅସ୍ଥିରତା ଲାଗି ରହିପାରେ। କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ହୋଇପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଭଲ ଲାଭ ଏବଂ କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
ଚତୁର୍ଥାଧିପ ସ୍ବଭାବରୁ ଅଷ୍ଟମସ୍ଥ ଯୋଗୁ ପାରିବାରିକ ଜୀବନ ଓ ଲୋକସମ୍ପର୍କ ଭଲ ରହିବ ନାହିଁ। ସ୍ନାୟବିକ ଦୁର୍ବଳତାରୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ଅଟକି ରହିଥିବା କାମକୁ ହଠାତ୍ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପ୍ରଶାସନ ଓ ପ୍ରକାଶନରେ ଶୁଭଫଳ ସାଙ୍ଗକୁ ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ।
କର୍ମଭାବରେ ଗୁରୁ ଓ ଶୁକ୍ର ଥିବାରୁ କାର୍ଯ୍ୟସିଦ୍ଧି, ଯାତ୍ରା, ପ୍ରତିଯୋଗିତା, ପାରିବାରିକ ଜୀବନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟତ୍ମିକ ସଭାସମିତିରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ପାଇ କାମ ହାସଲ କରିବେ। ଗବେଷଣା, କୃଷି, ବାଣିଜ୍ୟରେ ଚେଷ୍ଟା ସଫଳ ହୋଇପାରିବ।
ଅନୁକୂଳ ଗ୍ରହସ୍ଥିତି କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହ ପାରିବାରିକ ଜୀବନ ସୁଖ, ସନ୍ତୋଷରେ କଟିବ। କର୍ମକ୍ଷେତ୍ରରେ ତଥା ଅଫିସ୍ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ। ତଥାପି ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ସାମୟିକ ମନ ପ୍ରଫୁଲ୍ଲ ରହିବ।
ଚତୁର୍ଥ କେନ୍ଦ୍ରସ୍ଥ ମଙ୍ଗଳ କର୍ମକ୍ଷେତ୍ରକୁ ପ୍ରଭାବିତ କରୁଥିବାରୁ ପାରିବାରିକ ଏବଂ କର୍ମକ୍ଷେତ୍ର ଭଲ ରହିବ। ବନ୍ଧୁଙ୍କ ସହାୟତାରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍ ପ୍ରକାଶ କଲେ ବିବାଦ ଉପୁଜିପାରେ।
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ସହଜ ଓ ସୁବିଧାଜନକ ସ୍ଥିତି ପାଇବେ ନାହିଁ। ସ୍ବଗୃହୀ ବୁଧଜନିତ ବସା ବାନ୍ଧି ରହିଥିବା ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ନିୟନ୍ତ୍ରିତ ରହିବ। ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରନ୍ତି। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
ରାଶ୍ୟାଧିପତିଙ୍କ ଦୁର୍ବଳତା ସାଙ୍ଗକୁ ଧନଭାବରେ ସ୍ଥିତି ଆପଣଙ୍କ ଦୈହିକ ଏବଂ ଆର୍ଥିକ ଦିଗ ପ୍ରତି ଦୁଶ୍ଚିନ୍ତା ସୃଷ୍ଟି କରିବ। ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ଶାନ୍ତି ଓ ସନ୍ତୋଷ ପାଇବେ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେବେ। ଘର କଥା ମନକୁ ବାରମ୍ବାର ଆଲୋଡ଼ିତ କରିବ।
ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବାରୁ ଦୈହିକ ଏବଂ ମାନସିକ ସ୍ତରରେ ଶିଥିଳତା ଅନୁଭବ କରିବେ। ସମାଧାନର ରାସ୍ତା ପାଉନଥିବାରୁ ପରିସ୍ଥିତିର ସମ୍ମୁଖୀନ ହୋଇ ଅଶାନ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ତରଫରୁ ଫାଇଲ୍ ଚାପର ସମ୍ମୁଖୀନ ହେବେ। ସଭାସମିତିରେ ସଫଳ ହେବେ ଏବଂ ଅର୍ଥ ସଂକଟରୁ ରକ୍ଷା ପାଇଯିବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.
Subscribe to updates
Unsubscribe from updates