Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ
ଆଜି ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଥିବାରୁ ଘର କଥା ନେଇ ମନ ଚିନ୍ତାକୂଳ ରହିବ। ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ। ପରିବହନରେ ପ୍ରତିଯୋଗିତା ମନୋଭାବ ଯୋଗୁ ସମାଲୋଚନାରୁ ବାଦ୍‌ ପଡ଼ିବେ ନାହିଁ। ବନ୍ଧୁଙ୍କ ପାରିବାରିକ ସମସ୍ୟାରେ ଭଦ୍ରଲୋକୀ ହୋଇ ପରିସ୍ଥିତିକୁ ସୁଧାରି ନେବେ, ମାତ୍ର ପରୋକ୍ଷରେ ସମାଲୋଚିତ ହେବେ।
ବୃଷ
ବୃଷ
କର୍ମକ୍ଷେତ୍ରରେ ପଦସ୍ଥ କର୍ମଚାରୀଙ୍କ ତରଫରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ସମସ୍ୟା ବିଜଡ଼ିତ ଆନୁଷ୍ଠାନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପଡ଼ୋଶୀଙ୍କ ଘରୋଇ କଳହକୁ ନେଇ ନିଜ ଘରେ ଅଶାନ୍ତି ଲାଗିରହିବାର ସୂଚନା ରହିଛି। ଅର୍ଥ ସଂକଟ ଲାଗି ରହିବା କାରଣରୁ ତାହାର ନିରାକରଣର ବ୍ୟବସ୍ଥା କରିପାରନ୍ତି।
ମିଥୁନ
ମିଥୁନ
ପରିବାରର ଆର୍ଥିକ ସମସ୍ୟାକୁ ସୁଧାରିବା ସକାଶେ ବିଭିନ୍ନ ଯୋଜନା କରିପାରନ୍ତି। ପରିବହନରେ ସମସ୍ୟା ଲାଗିରହିବା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ, କିନ୍ତୁ ବ୍ୟବସାୟିକ ସଫଳତା ଅବଶ୍ୟ ମିଳିବ। ସଭା ସମିତିରେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ। ଆଜିର କର୍ମକ୍ଷେତ୍ରରେ ଫାଇଲ କାମ ବଢ଼ିଯାଇପାରେ।
କର୍କଟ
କର୍କଟ
ବିଶ୍ୱସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କ ସହ ସମ୍ପର୍କକୁ ଅସ୍ବୀକାର କରିପାରେ। ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ମଧ୍ୟାହ୍ନରେ ମିତ୍ର ବନ୍ଧୁମାନଙ୍କ ସହ ଉଚ୍ଚବାଚ ଘଟିପାରେ। ଅପେକ୍ଷା କରିଥିବା ଖବରଟିକୁ ବହୁ ବିଳମ୍ବରେ ହେଲେ ମଧ୍ୟ ଶୁଣି ଖୁସି ହେବେ। ପଡ଼ୋଶୀଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ।
ସି˚ହ
ସି˚ହ
ଆଜି ବହୁତ ଆଶା ନେଇ ବନ୍ଧୁଙ୍କ ନିକଟକୁ ଯିବେ ମାତ୍ର ଶୂନ୍ୟ ହସ୍ତରେ ଫେରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ବିତର୍କଜନିତ ଗଣ୍ଡଗୋଳିଆ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବେ। ବ୍ୟବସାୟିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ମନ ଭଲ ନ ଥିବା କାରଣରୁ ବାକ୍‌ ଅସଂଯମତା ବିଭିନ୍ନ ସମସ୍ୟା ସୃଷ୍ଟି କରିପାରେ। କେତେକ କ୍ଷେତ୍ରରେ ନୀରବ ନ ରହିଲେ ଅସୁବିଧାରେ ପଡ଼ିପାରନ୍ତି। ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଅଯଥା ଆଶଙ୍କା ସୃଷ୍ଟି କରିବ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି, ମାତ୍ର କିଛି ଅସୁବିଧା ହେବ ନାହିଁ।
ତୁଳା
ତୁଳା
ଅର୍ଥାଭାବ ସଙ୍ଗକୁ ପାରିବାରିକ ଅସହଯୋଗ ହେତୁ କାମଗୁଡ଼ିକ ଠିକ୍‌ ସମୟରେ ହେବା କଷ୍ଟକର ହୋଇ ପଡ଼ିବ। କର୍ମକ୍ଷେତ୍ରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ। ରଚନାମତ୍କ, ଗବେଷଣା, କଳା ସାହିତ୍ୟ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅପେକ୍ଷା କରିବାର ଧୈର୍ଯ୍ୟ ନ ରଖିପାରିଲେ ମାନସିକ ଅସ୍ଥିରତା ବଢ଼ିବଢ଼ି ଯିବ। ଖଳଲୋକମାନେ ଆପଣଙ୍କର ଅପପ୍ରଚାର କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। ସମସ୍ୟା ସମାଧାନ କ୍ଷେତ୍ରରେ ନିଜଲୋକଙ୍କଠାରୁ ଆସ୍ଥା ହରାଇ ବସିବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ।
ଧନୁ
ଧନୁ
ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କ ଭୁଲ୍‌ ଧାରଣା ହିଁ ଦୃଢ଼ୀଭୂତ ହେବ। ଅବଶ୍ୟ ଆର୍ଥିକ ଦିଗଟି ଭଲ ରହିବ ଓ ଚେଷ୍ଟାକଲେ ବକେୟା ପାଇପାରନ୍ତି। ମନ ଭଲ ନ ଲାଗିବା ହେତୁ ସାଧାରଣ କଥାରେ ମଧ୍ୟ ବେଶି ବିରକ୍ତ ଲାଗିବ। କର୍ମକ୍ଷେତ୍ରରେ ଭଲକୁ ଭଲ ରୂପେ ବିବେଚନା ନ କରି ଭିନ୍ନ ଦୃଷ୍ଟି କୋଣରୁ ବୁଝିବେ।
ମକର
ମକର
ପୂର୍ବ ସମସ୍ୟାଗୁଡ଼ିକ ଶିଥିଳତା ପଡ଼ିଯିବା କାରଣରୁ ମନରେ ଉତ୍ସାହ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ତଥାପି ଆପଣ ଧୈର୍ଯ୍ୟହରା ନ ହୋଇ କାମ କରି ଚାଲିଲେ ଉପକୃତ ହେବେ। ରାଜନୈତିକ,ସାମାଜିକ, ଆନୁଷ୍ଠାନିକ ତଥା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଯେଉଁ କାମରେ ଲାଗି ପଡ଼ିଛନ୍ତି, ସେଥିରେ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ। ଚେଷ୍ଟା କରୁଥିବା କାମରେ ସଫଳତାର ସୂଚନା ପଡ଼ୋଶୀଙ୍କଠାରୁ ପାଇ ଖୁସି ହେବେ। ଅବହେଳା ନ କରି ସ୍ବାସ୍ଥ୍ୟପ୍ରତି ସାବଧାନତା ଅବଲମ୍ବନ କରିବା ଠିକ୍‌ ହେବ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ।
ମୀନମୀନ

ଆଜି ବନ୍ଧୁଙ୍କ ସହ ସମସ୍ୟାର ଆଲୋଚନା କରି ପାରନ୍ତି। ସାମାଜିକ, ପାରିବାରିକ, ପ୍ରଶାସନ, ପ୍ରକାଶନ ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆଗାମୀ କୌଣସି କାମ ସକାଶେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଯାହାକୁ ଅତି ନିଜର ବୋଲି ବିଶ୍ୱାସ କରୁଛନ୍ତି ସେହି ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri