Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ
ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁଷଙ୍ଗିକ ପରିବେଶ ଅନୁକୂଳ ରହିବ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ,ପରିବହନଜନିତ ଝଗଡ଼ାରେ ବିଜୟୀ ହେବେ। ସାହିତ୍ୟଚର୍ଚ୍ଚା ଓ ସଚ୍ଚୋଟପଣିଆରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ସମ୍ପର୍କୀୟଙ୍କ ସହାନୁଭୂତି ଯୋଗୁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରିବେ। କର୍ମକ୍ଷେତ୍ରରେ ଗଠନମୂଳକ କାର୍ଯ୍ୟ, ବ୍ୟବସାୟରେ ସଫଳତା ଓ କଳା ସାହିତ୍ୟରେ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ରହିଆସିଥିବା ବିବାଦୀୟ ଘଟଣାର ଅବସାନ ଘଟିବ। ଅଭାବ ନ ଥିଲେ ମଧ୍ୟ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ଉଠିବ।
ମିଥୁନ
ମିଥୁନ
ଆଜି ବନ୍ଧୁଙ୍କ ସହଯୋଗ ଓ ହିତୈଷୀଙ୍କ ପରାମର୍ଶ ପାଇ କାର୍ଯ୍ୟ ସାଧନ କରିବେ। ପରିବାରର ଅନୁରୋଧକ୍ରମେ ଭ୍ରମଣରେ ବାହାରିପାରନ୍ତି। ଉଦ୍ୟୋଗ, ନୂତନ ପ୍ରକଳ୍ପ କିମ୍ବା ବ୍ୟବସାୟରେ ବ୍ୟତିକ୍ରମ ଦେଖାଦେବ। ବହୁତ ଦିନରୁ ଧାର ନେଇଥିବା ଲୋକଟି ଟଙ୍କା ଦେବାର ନାଁ ଧରିବ ନାହିଁ, ଫଳରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି।
କର୍କଟ
କର୍କଟ
ସହକର୍ମୀମାନେ ସହଯୋଗର ହାତ ବଢ଼ାଇପାରନ୍ତି। କିନ୍ତୁ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌, ଗଣଯୋଗାଯୋଗ କ୍ଷେତ୍ରରୁ ସୁଫଳ ମିଳିବ। କ୍ରୀଡ଼ା, ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ପ୍ରତିଯୋଗିତାର ସମ୍ଭାବନା ରହିଛି।
ସି˚ହ
ସି˚ହ
ଆଜି କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପା, ସମ୍ମାନଜନକ ପଦବୀ ସାଙ୍ଗକୁ ସମ୍ବର୍ଦ୍ଧିତ ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ବିଭିନ୍ନ ଯୋଜନା ସମ୍ପର୍କିତ ଆଲୋଚନା, ଆନୁଷ୍ଠାନିକ କାମର ପ୍ରସ୍ତୁତି ସମ୍ପନ୍ନ କରି ଖୁସି ହେବେ। ଜମିଜମା, ଗାଡ଼ି ମୋଟର ମରାମତି ସକାଶେ ଆଲୋଚନା କରିବେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
କନ୍ୟା
ସୁସ୍ଥମାନସିକତା ଯୋଗୁ ଦିନଟିରେ କାର୍ଯ୍ୟାରମ୍ଭ, ସଭାସମିତି ଓ ବନ୍ଧୁଙ୍କ ସହ ଆଲୋଚନା ସକାରାତ୍ମକ ରହିବ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେବ। ସହଯୋଗର ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହି ଯୁକ୍ତିତର୍କର ଆଶ୍ରୟ ନେଇପାରନ୍ତି।
ତୁଳା
ତୁଳା
ଦୀର୍ଘଦିନରୁ ପାଉ ନ ଥିବା ଅର୍ଥ କିମ୍ବା ଭବିଷ୍ୟନିଧିରୁ ଟଙ୍କା ପାଇବାର ବିଳମ୍ବ ଯୋଗୁ ବ୍ୟସ୍ତତା ପ୍ରକାଶ କରିବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମିଯିବାରୁ ନିର୍ଦ୍ଦିଷ୍ଟ ସମୟରେ କାମଟି ଶେଷ ନ ହୋଇପାରେ। ପରିବାରରେ ଭୁଲ୍‌ ବୁଝାମଣାଜନିତ ବିତର୍କ ବଢ଼ିବ।
ବିଛା
ବିଛା
ବନ୍ଧୁଗହଣରେ ବହୁ ପ୍ରତୀକ୍ଷିତ କାର୍ଯ୍ୟାରମ୍ଭ କରି ଆତ୍ମତୃପ୍ତି ଅନୁଭବ କରିବେ। ମାଙ୍ଗଳିକ କାର୍ଯ୍ୟ, ଜମିଜମା କ୍ରୟ କିମ୍ବା ଗୃହାରମ୍ଭ, ପ୍ରତିଷ୍ଠାଦି କର୍ମ ସକାଶେ ପ୍ରସ୍ତୁତି ଆରମ୍ଭ କରିବେ। ଉଚ୍ଚବର୍ଗଙ୍କ ସହାୟତା, ପଡ଼ୋଶୀଙ୍କ ଆଦର, ଅଭ୍ୟର୍ଥନା ସାଙ୍ଗକୁ ବିଭିନ୍ନ କ୍ଷେତ୍ରରେ ସଫଳତାର ଝଲକ ଦେଖିପାରିବେ।
ଧନୁ
ଧନୁ
ମନର ଅକୁହାକଥା ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲେ ମଧ୍ୟ କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣରେ ରଖିପାରିବେ। ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ। ଆବଶ୍ୟକତା ପୂରଣ ସକାଶେ ଯେକୌଣସି ପ୍ରକାରେ ଅର୍ଥ ସଂଗ୍ରହ କରିପାରନ୍ତି। ସାଂଗଠନିକ କ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ଶ୍ରଦ୍ଧାଭାଜନ ହେବାର ଆଶା ରହିଛି।
ମକର
ମକର
ମାନସିକ ସୁସ୍ଥତା ଅଭାବରୁ ଅସ୍ବାଭାବିକ ଚିନ୍ତାଧାରା କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆଜିର ପ୍ରତ୍ୟୁଷ ଯାତ୍ରା, ପ୍ରଶାସନ, ବନ୍ଧୁ ସମ୍ପର୍କ, ମନୋରଞ୍ଜନ କାର୍ଯ୍ୟକ୍ରମ ଓ ବାଣିଜ୍ୟାଦି ସନ୍ତୋଷଦାୟକ ରହିବ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ବନ୍ଧୁସମ୍ପର୍କ ସ୍ଥାପିତ ହେବ।
କୁମ୍ଭ
କୁମ୍ଭ
ଆଜି ପାରିବାରିକ ଅନୁରକ୍ତି, ସରକାରୀ ସାହାଯ୍ୟ, ବିଶିଷ୍ଟବ୍ୟକ୍ତିଙ୍କ ପ୍ରତିଶ୍ରୁତି ଆତ୍ମସମ୍ମାନ ବୃଦ୍ଧି କରିବ। ସ୍ଥଗିତକାର୍ଯ୍ୟ, ବିବାଦୀୟ ସ୍ଥିତି, ସହକର୍ମୀଙ୍କ ଅସହଯୋଗ ବଦଳିଯାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କୀୟଙ୍କ ସାହାଯ୍ୟ ଲାଭ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରାଇପାରେ। ସାମାଜିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟା ସୁଧାରି ନେବେ।
ମୀନମୀନ

ବନ୍ଧୁଙ୍କ ସହାୟତାରେ ଟେନସନ୍‌ କମିଯିବ, ସହଯୋଗ ଭିତ୍ତିରେ କାମ କରି ପ୍ରଶଂସିତ ହେବେ। ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରେ ଶିଳ୍ପ, ବ୍ୟବସାୟ ଓ ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ଭୁଲ୍‌ ବୁଝାମଣା ହେତୁ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବ। ପୂର୍ବଭାଦ୍ରପଦ ନକ୍ଷତ୍ର ସକାଶେ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri