Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ
ଆଜି ରାଜନୀତି, ଆଇନ ଅଦାଲତ ତଥା ସାଙ୍ଗଠନିକ କାର୍ଯ୍ୟର ଆଲୋଚନାରେ ସଫଳତା ପାଇବେ। କିନ୍ତୁ ଶିକ୍ଷା, ସନ୍ତାନ ଓ ସମ୍ପର୍କ କ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ। ବନ୍ଧୁ ଓ ପରିବାର ଦିଗରୁ ସମୟଟି ବିଶେଷ ଅନୁକୂଳ ନୁହେଁ। ସାମାନ୍ୟ ଚେଷ୍ଟା ଦ୍ୱାରା ଯେଉଁଥିପାଇଁ ଚିନ୍ତିତ ଥିଲେ ଆଜି ତାହା ପାଇବାର ଆଶା କରାଯାଇପାରେ।
ବୃଷ
ବୃଷ
ଆଜି କୌଣସି ଦୂରଭିସନ୍ଧି ରଖି ପାଖ ପଡ଼ୋଶୀ ମାନେ ସହଯୋଗର ହାତ ବଢ଼ାଇପାରନ୍ତି। ଆଲୋଚନା କ୍ଷେତ୍ରରେ ବିତର୍କ ବୃଦ୍ଧି ପାଇବା କାରଣରୁ ସହମତି ନ ହୋଇପାରେ। କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆଜିର ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତାକୁ ନିୟନ୍ତ୍ରଣରେ ନ ରଖି ଅନ୍ୟକୁ ଦାୟୀକରି ସମାଲୋଚିତ ହେବେ। ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ ନୂତନ କାମଟି ସମ୍ପନ୍ନ କରିପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୀତି, ସଙ୍ଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ନିଜକୁ ଗୌରବାନ୍ବିତ ମନେକରିବେ।
କର୍କଟ
କର୍କଟ
ଲୁହା ଦେଖି ପାଣିଦେବା ନ୍ୟାୟରେ ମନକୁ ପାଇଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣାର କରିପାରିବେ। ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ପାଟିତୁଣ୍ଡ ହୋଇପାରେ। ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଆମତ୍ବିଭୋର ହେବେ। କର୍ମାରମ୍ଭ, ବ୍ୟବସାୟ, ଦୂରଯାତ୍ରା ଏବଂ ବନ୍ଧୁସମ୍ପର୍କ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟିହେବ।
ସି˚ହ
ସି˚ହ
ଆଜି ଦୂରଯାତ୍ରା, ଶତ୍ରୁତାର ସମାଧାନ ଓ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଚିନ୍ତିତ ରହିବେ। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ ପରେ ଅନୁତାପ କରିବେ। କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ନୂତନ ଯୋଜନାରମ୍ଭ କ୍ଷେତ୍ରରେ ପରିବାରବର୍ଗଙ୍କ ସହାୟତା ପାଇବେ ଓ ଆନନ୍ଦ ମନରେ କାମ କରିବେ।
କନ୍ୟା
ଆଜି ହସକାନ୍ଦର ତିଳତଣ୍ଡୁଳ ଛାଇ ଭଳି ମିଶ୍ରିତ ଅନୁଭୂତି ପାଇବେ। ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚକରି ମନସ୍ତାପ କରିପାରନ୍ତି। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ଆପଣଙ୍କ ମନକୁ ବାଧିଲା ଭଳି କଥା କହିପାରେ। ବନ୍ଧୁଗହଣରେ ଆପଣଙ୍କ କାର୍ଯ୍ୟକଳାପ ଓ ଦକ୍ଷତାରୁ ପରୋକ୍ଷ ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ହଁ କିମ୍ବା ନା କରିପାରିବେନାହିଁ। ଅନ୍ୟମାନଙ୍କ କଥାରେ ମୁଣ୍ଡ ପୂରାଇ ନିଜର କାମ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢ଼ିଯିବ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧିହେବ, ମାତ୍ର ପରକ୍ଷଣରେ ସେ ହିଁ ଆପଣଙ୍କ କାମରେ ସହଯୋଗ କରିବେ। ସତ୍‌ସଙ୍ଗ, ଧର୍ମଚର୍ଚ୍ଚା କିମ୍ବା ଆନୁଷ୍ଠାନିକ ଦିଗକୁ ମନ ବଳାଇବେ।
ବିଛା
ବିଛା
ନୂତନ କାମରେ ଆତ୍ମୀୟଙ୍କ ସହାୟତା ପାଇବେ। ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବାରେ ସଫଳ ହେବେ। ଜମିଜମା କିଣାବିକା କ୍ଷେତ୍ରରେ ନିଜ ପରିବାରର ସଦସ୍ୟଙ୍କ ବିରୋଧାଭାସର ସମ୍ମୁଖୀନ ହୋଇପାରନ୍ତି। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇଦେଇପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ କୌଣସି ଅସୁବିଧା ନ ହେଲେ ମଧ୍ୟ ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ। ପିଲାଙ୍କ ଶିକ୍ଷାର ସଫଳତା ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ କାମରୁ ଖୁସି ରହିବେ। ଅନ୍ୟମନସ୍କ ଭାବରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ। ଚେଷ୍ଟା କରୁଥିବା କାମରେ ପୂର୍ଣ୍ଣ ସହଯୋଗ ପାଇ କାର୍ଯ୍ୟ ସାଧନ କରିପାରନ୍ତି।
ମକର
ମକର
ପରିସ୍ଥିତି ଅନୁକୂଳ ନ ଥିଲେ ମଧ୍ୟ ମନରେ ସାହସ ବାନ୍ଧି ଦୁରୂହ କାମରେ ମୁଣ୍ଡ ପୂରାଇପାରନ୍ତି। ଅଜଣା ବ୍ୟକ୍ତିଙ୍କଠାରୁ କୌଣସି ଖବର ପାଇ ବିଚଳିତ ହେବେ। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ଆଜିର ଗ୍ରହ ସ୍ଥିତି ଅର୍ଥ, ଆଇନ ସହାୟତା, ସାଙ୍ଗଠନିକ ନେତୃତ୍ୱ ପ୍ରଦାନ କରିପାରେ। ତଥାପି ପ୍ରତ୍ୟେକ କ୍ଷେତ୍ରରେ ଆଜିର କାମ ଓ କଥାରେ ସଂଯମ ରକ୍ଷା କରିବା ଭଲ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ମାଗିପାରନ୍ତି। କ୍ରୀଡ଼ା, ସଙ୍ଗୀତ ତଥା ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ

ସହକର୍ମୀଙ୍କ ସହାୟତାରେ ସ୍ଥଗିତ କାମ ସମ୍ପନ୍ନ କରିବାର ଚେଷ୍ଟା କରିବେ। ଆନୁଷ୍ଠାନିକ କ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ। ପରିବାରର ଆବଶ୍ୟକତା ଉପଲବ୍ଧିକରି ଧାରକରଜ କରିପାରନ୍ତି। ସାମାଜିକ ସ୍ତରରେ ପ୍ରଶଂସନୀୟ କାମକରି ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri