Categories: Rasifala

ରାଶିଫଳ: ଶୁକ୍ରବାର , ନଭେମ୍ବର ୬ ତାରିଖ – Daily Horoscope

ମେଷ
ଆଜିର ଷଷ୍ଠଭାବସ୍ଥ ଶୁକ୍ର ଓ ଚନ୍ଦ୍ର ଦ୍ୱାଦଶ ଭାବକୁ ଦେଖୁଥିବାରୁ ଫଳପ୍ରଦ ଯାତ୍ରା ମନକୁ ପ୍ରଫୁଲ୍ଲିତ କରିବ। କିନ୍ତୁ କୃତ୍ତିକା ନକ୍ଷତ୍ର ସକାଶେ ଅସ୍ଥିରତା ଲାଗିରହିବା କାରଣରୁ ଅନ୍ୟମାନଙ୍କ କଥା ଭଲ ଲାଗିବ ନାହିଁ। ପାରିବାରିକ ଜୀବନରେ ଉତ୍‍ଥାନ ପତନ ଲାଗି ରହିପାରେ। ଅଟକି ରହିଥିବା କାମ ସମ୍ପନ୍ନ କଷ୍ଟକର ହେବ।
ବୃଷ
ରାଶ୍ୟାଧିପଙ୍କ ନୀଚତ୍ୱ କାରଣରୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କ୍ରୀଡ଼ା, କଳା, ସାହିତ୍ୟ ଚର୍ଚ୍ଚାଦିରେ ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇବେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶ ସାଙ୍ଗକୁ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ମିଥୁନ
ଆଜିର ଗ୍ରହଯୋଗରୁ ଯେତିକି ପାଇବେ ତାହାର ଦୁଇଗୁଣା ଖର୍ଚ୍ଚ କରିବେ। ସାହାଯ୍ୟ ପ୍ରତିଶ୍ରୁତି ଦେଇଥିବା ମିତ୍ରମାନେ ହଠାତ୍‍ ଅସହଯୋଗ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କୌଣସି ପାର୍ଟିର ଆୟୋଜନ କରିବା ଦ୍ୱାରା ଘରେ ବନ୍ଧୁମିଳନ ଓ ଆମୋଦ ପ୍ରମୋଦର ସୁଅ ଛୁଟିବ।
କର୍କଟ
ରାଶ୍ୟାଧିପ ଚନ୍ଦ୍ର ଭାଗ୍ୟଭାବକୁ ଅବଲୋକନ କରୁଥିବାରୁ ଆଜି ଆପଣଙ୍କ ଆଶା ନିଶ୍ଚିତ ପୂରଣ ହୋଇପାରିବ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇବାରୁ ସାମୟିକ ଖୁସି ହେବେ। ଶିଳ୍ପ, ସାମ୍ବାଦିକତା, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ହେବ। ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।
ସି˚ହ
ଅଷ୍ଟମ ଭାବସ୍ଥ ଶନିଙ୍କ ପ୍ରଭାବରୁ ଧନହାନି ସାଙ୍ଗକୁ କୌଣସି ବିଜାତୀୟଙ୍କ ସହ କଳହ ଲାଗିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବାପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ସାଂସ୍କୃତିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବାର ସୁଯୋଗ ମିଳିବ ।
କନ୍ୟା
ଏକାଦଶାଧିପତି ଚନ୍ଦ୍ର ରାଶିରେ ଥିବାରୁ ଆର୍ଥିକ ଉନ୍ନତି, କାର୍ଯ୍ୟସିଦ୍ଧିଜନିତ ଉତ୍‍ଫୁଲ୍ଲିତ ରହିବେ। କିନ୍ତୁ ଶନିଙ୍କ ସପ୍ତମ ସ୍ଥିତିଜନିତ ପାରିବାରିକ ଅଶାନ୍ତି କ୍ଷେତ୍ରରେ ସନ୍ଦେହ ଏବଂ ଭୁଲ୍‍ ବୁଝାମଣା ସୃଷ୍ଟି ହୋଇପାରେ। ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଖର୍ଚ୍ଚ ବୃଦ୍ଧି କାରଣରୁ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡିପାରେ।
ତୁଳା
ରାଶିରେ ବୁଧାଦିତ୍ୟ ଯୋଗ ଜନିତ ଅଟକି ରହିଥିବା ପ୍ରାପ୍ୟ ପାଇବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଖଳ ଲୋକଙ୍କ ପ୍ରାୟୋଜିତ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇପାରନ୍ତି । ସାମାଜିକ କ୍ଷେତ୍ରରେ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ସହଯୋଗୀ ହୋଇ ପ୍ରଶଂସିତ ହେବେ।
ବିଛା
ରାଶ୍ୟାଧିପ ଭାଗ୍ୟସ୍ଥାନରେ ନୂଆ କାମ ପାଇଁ ମନରେ ଉତ୍ସୁକତା ପ୍ରଦାନ କରିବ। ଲେଖା ପଢାରୁ, କଳା, ସାହିତ୍ୟରେ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇପାରନ୍ତି । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ। ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ହାତକୁ ଚାହିଁ ବସିପାରନ୍ତି।
ଧନୁ
ଅଷ୍ଟମସ୍ଥ ମଙ୍ଗଳଜନିତ ସନ୍ତାନଙ୍କ ସ୍ବାସ୍ଥ୍ୟହାନି କିମ୍ବା କୌଣସି ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିପାରନ୍ତି। ପାରିବାରିକ ସମସ୍ୟାକୁ ସୁଧାରି ନେବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।
ମକର
ଆଜିର ଦିନଟି ଆପଣଙ୍କ ସକାଶେ ବନ୍ଧୁଦର୍ଶନ ସାଙ୍ଗକୁ ଦୂରଯାତ୍ରାର ସୁଯୋଗ ପ୍ରାପ୍ତି ହୋଇପାରେ। ତଥାପି ଯାହା ପାଇବା କଥା ତାହା ଠିକ୍‍ ସମୟରେ ପାଇବା କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠା ହେବ। ପରିବାରରେ ଟେନ୍‍ସନ୍‍ ଲାଗିରହିବ।
କୁମ୍ଭ
ରାଶ୍ୟାଧିପତି ମୁଖଭାବରେ ଗୁରୁ କ୍ଷେତ୍ରସ୍ଥ ଯୋଗୁ ପରିସ୍ଥିତିକୁ ଦେଖି ନୀରବତା ଅବଲମ୍ବନ କରିପାରନ୍ତି। ପିଲାମାନଙ୍କର କୌଣସି ସମସ୍ୟା ମନକୁ ବିବ୍ରତ କରିପାରେ। ଜମିଜମା, କଳକାରଖାନା,ପରିବହନରେ ସମସ୍ୟା ସମାଧାନ ହୋଇଯିବ। ଚିନ୍ତା କରିଥିବା ଯୋଜନା ବିଗିଡିଯିବା କାରଣରୁ ଧନିଷ୍ଠା ନକ୍ଷତ୍ରର ମନ ଭଲ ରହିବ ନାହିଁ।
ମୀନ
ଗ୍ରହସ୍ଥିତିର ପ୍ରତିକୂଳତା ସ୍ବାସ୍ଥ୍ୟ, ପରିବାର ଓ ବ୍ୟବସାୟିକ ସ୍ଥିତି ସକାଶେ ଅନୁକୂଳ ରହି ନ ପାରେ। ଅବଶ୍ୟ ବିଭିନ୍ନ କ୍ଷେତ୍ରରୁ ଅର୍ଥ ଏବଂ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବନ୍ଧୁମିଳନ ସାଙ୍ଗକୁ ଆନୁଷ୍ଠାନିକ କାମରେ ଯୋଗଦେଇ ପ୍ରଶଂସିତ ହୋଇପାରନ୍ତି। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.