Posted inRasifala

ରାଶିଫଳ: ସୋମବାର , ଡିସେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ବୁଧଙ୍କ ସମ୍ବନ୍ଧରୁ ସମ୍ପର୍କୀୟଙ୍କ ବିରୁଦ୍ଧାଚରଣ ଓ ଅସହଯୋଗ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିବ। କାର୍ଯ୍ୟଟି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ ହେବାରେ ବ୍ୟତିକ୍ରମ ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ଭୋଗ ବିଳାସ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ। ବନ୍ଧୁମାନଙ୍କ ସହ ମଧୁର ସ୍ମୃତିର ସୁମଧୁର ଅନୁଭୂତିକୁ ନେଇ ଦିନଟି ବିତାଇବେ।
ବୃଷ
ବୃଷ
ଚନ୍ଦ୍ରଙ୍କ ଦ୍ୱାଦଶସ୍ଥ ଶୁକ୍ର ମନକୁ ସୁହାଇଲା ଭଳି ଦ୍ରବ୍ୟଲାଭ କରାଇବାରୁ ଖୁସି ରହିବେ। ଶିଳ୍ପ, ବ୍ୟବସାୟ, କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତି ଲାଭ କରିବେ। ଜଣେ ଅନ୍ତରଙ୍ଗ ବନ୍ଧୁ କିମ୍ବା ବାନ୍ଧବୀଙ୍କ କଥା ବାରମ୍ବାର ମନରେ ଆଲୋଡନ ସୃଷ୍ଟି କରିବ। ଘରେ ଅସାବଧାନତା ବଶତଃ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହୋଇପାରେ।
ମିଥୁନ
ମିଥୁନ
କେତୁ ଚତୁର୍ଥସ୍ଥ ଯୋଗୁ ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସୃଷ୍ଟି ହେବ। ପ୍ରତ୍ୟେକ କ୍ଷେତ୍ରରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଠିକ୍‌ ହେବ ନାହିଁ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।
କର୍କଟ
କର୍କଟ
ଆପଣଙ୍କ ମନର ଚିନ୍ତା ଅନୁଯାୟୀ କାର୍ଯ୍ୟ ପଦ୍ଧତିର ତାଳମେଳ ରହିବ ନାହିଁ। ଫଳ ସ୍ବରୂପ ଯେଉଁ ଆଶା ନେଇ ଯାହା କରିବେ ପ୍ରତିବଦଳରେ କିଛି ପାଇବେ ନାହିଁ। ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ସି˚ହ
ଗତକାଲିର ଘଟଣା ବିଷୟରେ ଚିନ୍ତା କରି ମନରେ ସରସତା ରହି ନ ପାରେ। ଈର୍ଷାପରାୟଣ ନିକଟସ୍ଥ ବନ୍ଧୁବର୍ଗ କିମ୍ବା ବ୍ୟକ୍ତିବିଶେଷ ପରୋକ୍ଷ ସମାଲୋଚନା କରିପାରନ୍ତି। ସପ୍ତମସ୍ଥ ଶନି ହେତୁ ତରବରିଆ ଯାତ୍ରାରୁ ଦୂରେଇ ରହିବା ଠିକ୍‌ ହେବ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଆଜି ଯାହା ପାଇବା ସକାଶେ ଆଶା ରଖିଛନ୍ତି, ତାହା ଲଢ଼େଇ କରି ନିଶ୍ଚୟ ପାଇବେ। ଷଷ୍ଠସ୍ଥ ଶନି ଯୋଗୁ ପିଲାମାନଙ୍କ କାର୍ଯ୍ୟକଳାପ ନିଜପାଇଁ ଅସନ୍ତୋଷ ସୃଷ୍ଟି କରିବ। ଶ୍ରମ ଜନିତ ଅନିଦ୍ରା ହେତୁକ ଜ୍ୱର ଓ ଦୁର୍ବଳତା ଦେଖାଦେଇପାରେ।
ତୁଳା
ତୁଳା
ଶୁକ୍ର ନିଜ ରାଶିରେ ଅବସ୍ଥାନ କରିଥିବା ହେତୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଏକାନ୍ତ ବ୍ୟକ୍ତିଗତ କାର୍ଯ୍ୟରେ ସହକର୍ମୀଙ୍କ ହସ୍ତକ୍ଷେପ ପ୍ରତିବନ୍ଧକ ସାଜିବାର ଆଶଙ୍କା ରହିଛି। କର୍ମକ୍ଷେତ୍ର ଓ ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଷଷ୍ଠସ୍ଥ ଗୁରୁ ଯୋଗୁ ବାକ୍‌ପଟୁତାରେ ବନ୍ଧୁମାନେ ପ୍ରଶଂସାରେ ଶତମୁଖ ହେବେ। ସକାଳୁଆ ଯାତ୍ରାରେ ଅନ୍ୟମାନଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବାର ମଉକା ମିଳିବ। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲ୍ଲଭ ହୋଇପଡିବ।
ଧନୁ
ଧନୁ
କେତୁଙ୍କ କୁପ୍ରଭାବରୁ ଆଜି ଘରର ପରିସ୍ଥିତି ଆପଣଙ୍କ ସକାଶେ ଚିନ୍ତାର କାରଣ ହୋଇପାରେ। ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ। ବ୍ୟବସାୟରେ ଲାଭ ମିଳିବ ମାତ୍ର ପରିବହନରେ ଝଗଡ଼ାର ଆଶଙ୍କାକୁ ଏଡାଇ ହେବନାହିଁ। ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ମକର
ମକର
ସାମାନ୍ୟ ବିଳମ୍ବ ଓ ଘାତ ପ୍ରତିଘାତ ମଧ୍ୟଦେଇ ଆଜିର ଜୀବନଯାତ୍ରା ଅତିବାହିତ କରିବେ। ମନ କଥା ମନରେ ରଖି ମଧୁର ବ୍ୟବହାର ଦ୍ୱାରା ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ। ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ। ବନ୍ଧୁଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ସୃଷ୍ଟି ହେବ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ଅନୁକମ୍ପାରୁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କଲେ ଶୁଭହେବ। ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ। ବନ୍ଧୁଙ୍କ ମାଧ୍ୟମରେ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ।
ମୀନମୀନ

ପ୍ରତିକୂଳ ପରିବେଶର କୁପ୍ରଭାବରୁ ମାନସିକସ୍ଥିତି ଭଲ ରହିବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜିବୁଲିବେ। ଅଫିସ କାମରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ସଭାସମିତି, କଳା, ସାହିତ୍ୟ, ବନ୍ଧୁସମ୍ପର୍କରେ କିଛିଟା ଉନ୍ନତି ପରିଲକ୍ଷିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri