Posted inRasifala

ରାଶିଫଳ: ଶନିବାର, ମେ ୧୧ ତାରିଖ – Daily Horoscope

ମେଷ
ଆଜିର ତୃତୀୟ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଅଟକି ରହିଥିବା କାମକୁ ସମ୍ପନ୍ନ କରିବେ। ବାଣିଜ୍ୟ, ବ୍ୟବସାୟ ପାଇଁ ସହମତିରେ କାମ କରିବାର ପ୍ରେରଣା ମିଳିବ। ସାମାଜିକ ସ୍ତରରେ ପରୋପକାର ଓ ସେବାମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ବୈଷୟିକ କ୍ଷେତ୍ରରୁ ଆଶାନୁରୂପ ଫଳ ମିଳିବ।
ବୃଷ
ବୃଷ
ଆପଣ ଆଜି ଯାହା କରିବେ ସବୁ କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ଚନ୍ଦ୍ରଙ୍କ ଶୁଭତ୍ୱରୁ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ରହିଛି। ଖର୍ଚ୍ଚାନ୍ତ ହେଲେ ମଧ୍ୟ ମନୋରନ କାର୍ଯ୍ୟରେ ରୁଚି ବଳିବ। ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ କଳା, କ୍ରୀଡ଼ା, ଗବେଷଣା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ମିଥୁନ
ମିଥୁନ
ରାଶ୍ୟାଧିପ ଏକାଦଶସ୍ଥ ରବିଙ୍କ ସଂଯୋଗରୁ ଆଜି ଅନ୍ୟମାନଙ୍କୁ ସୁହାଇଲା ଭଳି କାମ କରି ପ୍ରଶଂସିତ ହେବେ। ରାଜନୀତି, ସଂଗଠନ, ପ୍ରଶାସନ, ଆଇନ, ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଶନି ଦୃଷ୍ଟିରେ ରାଶ୍ୟାଧିପତି ରହିଥିବାରୁ ସ୍ବାସ୍ଥ୍ୟରେ ଅବନ୍ନତି ହୋଇପାରେ। ସଙ୍ଗଦୋଷ ସକାଶେ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ଆଜି ଚନ୍ଦ୍ର ଓ ବୁଧଙ୍କ ସ୍ଥିତିରୁ ପ୍ରତ୍ୟେକ ସମସ୍ୟାକୁ ମୁକାବିଲା କରିବାରେ ସଂଘର୍ଷମୟ ସ୍ଥିତି ଉପୁଜିବ। ପାରିବାରିକ କ୍ଷେତ୍ରରେ କୈାଣସି ସଂକଟଜନକ ସ୍ଥିତି ମନକୁ ବିଚଳିତ କରିପାରେ। ଯେଉଁ ପରିମାଣରେ ଡରୁଥିବେ ସେପରି କିଛି ହେବ ନାହିଁ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା ଓ ଆନୁଷ୍ଟାନିକ କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ରବି ନବମରେ ଓ ଚନ୍ଦ୍ର ଏକାଦଶରେ ରହିଥିବାରୁ ବୈଷମ୍ୟତାରେ ସାମ୍ୟତା ଆଣିବାରେ ସଫଳ ହେବେ। ପାରିବାରିକ ଖର୍ଚ୍ଚ, ପରିବହନରେ କ୍ଷତି, ଗୃହମରାମତି ବାବଦରେ ଚିନ୍ତିତ ରହିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବାରେ କୈାଣସି ଅସୁବିଧା ନହୋଇପାରେ।
କନ୍ୟା
କର୍ମସ୍ଥାନରେ ଚନ୍ଦ୍ର ପାରିବାରିକ ଓ କର୍ମକ୍ଷେତ୍ରକୁ ସରସ ସୁନ୍ଦର କରି ରଖିବେ। କିନ୍ତୁ ବୁଧ ଅଷ୍ଟମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ଦୁଃଶ୍ଚିନ୍ତାର କାରଣ ହେବ। ଯେକୌଣସି ସମସ୍ୟା ସମାଧାନ ପାଇଁ ଯନତ୍ବାନ କରାଇ ପାରନ୍ତି। ବିରକ୍ତିଭାବ ଏବଂ କଠୋର ବାକ୍ୟାଳାପରୁ କାମଗୁଡିକ ସଂପୂର୍ଣ୍ଣ ହେବା ସକାଶେ ବ୍ୟସ୍ତତା ବଢିପାରେ।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଭଲ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସହକର୍ମୀ ମାନଙ୍କ ସହ ସତର୍କରେ ଚଳନ୍ତୁ ନତୁବା ଅଫିସରେ ବିବାଦ ଘେରରେ ପଡି ପାରନ୍ତି। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ। ହୋଟେଲ, ଛୋଟ ଦୋକାନୀ, ଢାବା ମାଲିକ, କଳା, କାରିଗରୀ ଦିଗରୁ ଦିନଟି ବହୁତ ଭଲ।
ବିଛା
ବିଛା
ଚନ୍ଦ୍ର ଅଷ୍ଟମସ୍ଥ ଯୋଗୁ ଅଭାବ ନ ଥିଲେ ମଧ୍ୟ କାମ ମନ ଅନୁଅନୁଯାୟୀ ନ ହେବାରୁ ଦୁଃଖିତ ହେବେ। ଆମଦାନୀ କାରବାର, ପ୍ରଶାସନ, ପ୍ରକାଶନ ତଥା ବ୍ୟବସାୟିକ ସ୍ଥିତି ମାନ୍ଦା ହେବ ନାହିଁ । ବ୍ୟବସାୟରେ ଉନ୍ନତି ସହ ଜମିଜମା ସମ୍ପର୍କୀୟ ଚୁକ୍ତିପତ୍ର ସ୍ବାକ୍ଷରିତ ହେବ। କଳା, ସାହିତ୍ୟ, ସଙ୍ଗୀତ ମାଧ୍ୟମରେ ଲୋକପ୍ରିୟତା ବୃଦ୍ଧି ପାଇବ।
ଧନୁ
ଧନୁ
ଆଜିର ଜୀବନଚର୍ଯ୍ୟା ଗ୍ରହ ପ୍ରତିକୂଳତାରୁ କେତେକାଂଶରେ ବାଧାପ୍ରାପ୍ତ ହୋଇପାରେ। ବନ୍ଧୁ ମିଠା କଥା କହି ମନରେ ବିଶ୍ୱାସ ଜନ୍ମାଇବାର ଉପକ୍ରମ କରିପାରନ୍ତି। ଆନୁଷ୍ଠାନିକ କାମରେ ଅଗ୍ରଣୀ ହେବେ ଏବଂ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମକର
ମକର
ସପ୍ତମାଧିପତି ଷଷ୍ଠସ୍ଥ ଯୋଗୁ ପରିବାରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ରାହୁ ସହ ମଙ୍ଗଳଙ୍କ ଯୋଗରୁ ଆବଶ୍ୟକୀୟ ଜିନିଷ ପାଇଁ ବେଶୀ ହଇରାଣ ହେବାକୁ ପଡିବ ନାହିଁ। ଅଫିସ୍‌ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ ଅନ୍ୟମାନଙ୍କ ଉପରେ ବିରକ୍ତ ହେବେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ।
କୁମ୍ଭ
କୁମ୍ଭ
ଶନିଙ୍କ ସ୍ଥିତିରୁ ସ୍ବାସ୍ଥ୍ୟ ଠିକ୍‌ ରହିଲେ ମଧ୍ୟ ସନ୍ତାନଙ୍କ ସମସ୍ୟା ଦୁଃଶ୍ଚିନ୍ତାର କାରଣ ହେବ। ଏଣେ ମନ ଚାହୁଁଥିବ ଗୋଟିଏ କଥାତ ପରିସ୍ଥିତିରେ ପଡି ଓଲଟା କାମ କରିବେ। ଅଭାବ, ପିଲାଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ଶତଭିଷାର ମନ ଭଲ ରହିବ ନାହିଁ। ସତ୍‌ସଙ୍ଗ ପ୍ରତି ମନ ବଳିବା ସହ କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମୀନମୀନ

ଆଜିର ଗ୍ରହସ୍ଥିତି ପ୍ରଭାବରେ କାର୍ଯ୍ୟ ହାସଲରେ ସମର୍ଥ ହେବେ। ପୂର୍ବଭାଦ୍ର ନକ୍ଷତ୍ର ଅର୍ଥନୈତିକ ସମସ୍ୟା ସଙ୍ଗକୁ ସତ୍ୟ ଭାଷଣ ସମସ୍ତ ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବରା ସୂଚନା ମଧ୍ୟ ରହିଛି। ସୁଖଦଭ୍ର୍ରମଣ, ବନ୍ଧୁମିଳନ ଏବଂ ଆନୁଷ୍ଠାନିକ କାମ ସହ ଆଜିର ଯାତ୍ରା ମଧ୍ୟ ପ୍ରୀତିପ୍ରଦ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୧୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସ୍ବନକ୍ଷତ୍ରସ୍ଥ ଯୋଗୁ କର୍ମମୁଖର ରହିବେ ଏବଂ ପାରିବାରିକ କ୍ଷେତ୍ର ସରସ ସୁନ୍ଦର ରହିବ। ଆନୁଷ୍ଠାନିକ କାମରେ, ସଭାସମିତିରେ, ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭରେ, ଆଲୋଚନା…

ରାଶିଫଳ: ଶନିବାର, ଏପ୍ରିଲ ୧୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri