Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ
ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ପାରିବାରିକ ଏବଂ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଦୈହିକ ସୁସ୍ଥତା, ଅର୍ଥ ଲାଭ ସାଙ୍ଗକୁ ଯାତ୍ରା, ବାଣିଜ୍ୟ, କ୍ରୟବିକ୍ରୟ କ୍ଷେତ୍ରରୁ ଉପକୃତ ହେବେ। ସାହିତ୍ୟ , ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ସଭାକୁ ନିମନ୍ତ୍ରଣ ଏବଂ ସାମାଜିକ ସ୍ତରରେ ସମ୍ମାନିତ ହେବେ।
ବୃଷ
ବୃଷ
ମଙ୍ଗଳଙ୍କ ପ୍ରଭାବରେ ରୁକ୍ଷ ବ୍ୟବହାରଜନିତ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡ଼ିଦେବ। ବୁଧଙ୍କ ଶୁଭତ୍ୱରୁ ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ବନ୍ଧୁ ଗହଣରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
କର୍ମଭାବସ୍ଥ ବୁଧ ଓ ଶୁକ୍ର ବନ୍ଧୁଙ୍କ ସହ ଆଲୋଚନା, ନୂତନ ସମ୍ପର୍କ ସୃଷ୍ଟି ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ପଡ଼ିପାରେ। ପ୍ରତ୍ୟୁଷ ଯାତ୍ରା ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ବ୍ୟବସାୟରେ ଲକ୍ଷ୍ୟ ହାସଲରେ ଅସୁବିଧା ହେବ ନାହିଁ। କେତେକ କାମ ସକାଶେ ପରିବାରରୁ ସମାଲୋଚିତ ହେବାକୁ ପଡ଼ିବ।
କର୍କଟ
କର୍କଟ
ସ୍ବଗୃହୀ ରାଶିସ୍ଥ ଚନ୍ଦ୍ର ପ୍ରଭାବରେ କୌଣସି କାମ ଅଟକିବ ନାହିଁ ତଥାପି ଟେନ୍‌ସନ ଲାଗି ରହିବ। ଆଜି ଆର୍ଥିକ ସ୍ଥିତି ଭଲ ରହିବ କିମ୍ବା ଅର୍ଥ ସମ୍ପର୍କିତ ସମସ୍ୟା ରହିଥିଲେ ତାହା ସୁଧୁରିଯିବ। ଆଜିର କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ସି˚ହ
ସି˚ହ
ବିଶିଷ୍ଟ ବ୍ୟକ୍ତିଙ୍କ ପୃଷ୍ଠପୋଷକତା ମାଧ୍ୟମରେ କାର୍ଯ୍ୟ ହାସଲ କରିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। ବ୍ୟବସାୟ ଓ ପରିବହନରେ ହଠାତ୍‌ କୌଣସି ବିବାଦୀୟ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା ରହିଛି।
କନ୍ୟା
ରାଶ୍ୟାଧିପତିଙ୍କ ଶୁଭଦୃଷ୍ଟିରୁ ବନ୍ଧୁଙ୍କ ସହାୟତାରେ କାର୍ଯ୍ୟସିଦ୍ଧି ଘଟିବ। ଆଜି ଯାହା କରନ୍ତୁନା କାହିଁକି ଅଧିକ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ସହକର୍ମୀଙ୍କ ପାରସ୍ପରିକ ସାହାଯ୍ୟ ଓ ସହଯୋଗର ଅଭାବରୁ କର୍ମକ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ଘର ଲୋକଙ୍କୁ ଉପେକ୍ଷାକରି ପରକଥାରେ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି।
ତୁଳା
ତୁଳା
ଭାଗ୍ୟାଧିପ ବୁଧ ଦୁଃସ୍ଥାନରେ ବଳହୀନ ହେବାରୁ କାର୍ଯ୍ୟରେ ସାହାଯ୍ୟ କରିବାକୁ ଅସମର୍ଥ ହୋଇପାରନ୍ତି। ସମ୍ପର୍କୀୟଙ୍କଠାରୁ ଆଶାନୁରୂପ ସାହାଯ୍ୟ ପାଇବା କାଠିକର ପାଠ ହେବ। ପାରିବାରିକ ଅଶାନ୍ତି ହେତୁକ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମା, ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ବକ୍ରୀ ଶୁକ୍ରଙ୍କ ସହ ରାହୁ ଓ ବୁଧ ଅବସ୍ଥାନ ପରିପ୍ରେକ୍ଷୀରେ ମନରେ ବିବାଦୀୟ ଚିନ୍ତାଧାରା ଉପତ୍ନ୍ନ ହେବ। ପରିବାରର ବିଭିନ୍ନ ସମସ୍ୟା ଚିନ୍ତାକରି ମନ ଭାରାକାନ୍ତ ରହିବ। ଆବଶ୍ୟକତା ପୂରଣ କରିବାକୁ ଯାଇ ଧାରକରଜକରି ଆବଶ୍ୟକତା ଚଳାଇ ନେବେ। ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ।
ଧନୁ
ଧନୁ
ଗୁରୁ ଓ ଶୁକ୍ରଙ୍କ କ୍ଷେତ୍ର ବିନିମୟର ସୁଫଳ ସ୍ବରୂପ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। କଠୋର କଥା କହିବାରୁ ପରିବାରରେ ନିଜ ନିଜ ମଧ୍ୟରେ କଳହ ଦେଖାଦେବ। ନିକଟ ସମ୍ପର୍କୀୟଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର
ମକର
ଆଜିର ଚର ରାଶିସ୍ଥ ସପ୍ତମ ଚନ୍ଦ୍ର ଆପଣଙ୍କୁ ଭାବପ୍ରବଣ କରାଇବା ସହ ମାନସିକ ଅସ୍ଥିରତା ସୃଷ୍ଟି କରାଇବ। ପରିବାରରେ ଭୁଲ୍‌ ବୁଝାମଣା କାରଣରୁ କଳହର ସମ୍ମୁଖୀନ ହୋଇପାରନ୍ତି। ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଆଣିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା କାରଣରୁ ମନ ବିଚଳିତ ଅବଶ୍ୟ ରହିପାରେ।
କୁମ୍ଭ
କୁମ୍ଭ
ଆଜିର ଗ୍ରହ ସ୍ଥିତି ପ୍ରଭାବରେ ମନ ଯେମିତି ଚାହୁଁଛି ସେମିତି କାମ କରିବାରେ ଅସୁବିଧା ରହିବ ନାହିଁ। ଧାର୍ମିକ ଅନୁଷ୍ଠାନ, ସଭାସମିତି, ପ୍ରଶାସନିକ ସ୍ତରରେ ଆଲୋଚନା ସାଙ୍ଗକୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟିହେବା ଆଶଙ୍କା ରହିଛି।
ମୀନମୀନ

ରାହୁଙ୍କ ପ୍ରଭାବରେ ଭୁଲ୍‌ ବୁଝାମଣାଜନିତ ଭଲ ସମ୍ପର୍କ ଛିନ୍ନ ହୋଇଯିବା ଆଶଙ୍କା ରହିଛି। ନିଜର ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବନ୍ଧୁମାନେ ସମ୍ମୁଖରେ ନୀରବରହି ପଛରେ ବହୁ କଥା କହିବେ। ସହକର୍ମୀଙ୍କ ସାହାଯ୍ୟରୁ ଅର୍ଥାଭାବ କେତେକାଂଶରେ ଦୂରୀଭୂତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri