Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୧୧ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ଓ ଏକାଦଶ ବୃହସ୍ପତି ଯୋଗୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ। କିନ୍ତୁ ବାଣିଜ୍ୟ, ବ୍ୟବସାୟ, ପ୍ଲଟିଂ କାରବାର ଯାତ୍ରା ସମସ୍ୟା ବହୁଳ ହୋଇପାରେ। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ।
ବୃଷ
ବୃଷ
ଚିନ୍ତାଧାରା ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ ସ୍ବାସ୍ଥ୍ୟ ଓ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରିୟଜନମାନଙ୍କ ସହ ସମ୍ପର୍କର ସୂତ୍ର କ୍ରମଶଃ ଛିଣ୍ଡି ଯାଉ ଥିବା କାରଣରୁ ଭାବପ୍ରବଣ ହୋଇପାରନ୍ତି।
ମିଥୁନ
ମିଥୁନ
ଅଷ୍ଟମସ୍ଥ ଶନି ଓ ବୁଧ ହେତୁ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ସହ କଳହରୁ ବିଚଳିତ ରହିବେ। ମାନସିକ ସ୍ଥିତି କାରଣରୁ କାମ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ନାହିଁ। କୌଣସି ବୟସ୍କ ବନ୍ଧୁଙ୍କ ଅନୁଗ୍ରହ ଜନିତ ଦୁଃସ୍ଥ ମାନସିକତାରେ ପରିବର୍ତ୍ତନ ଘଟିପାରେ। ଆର୍ଥିକ ଓ ପାରିବାରିକ ସ୍ଥିତିରେ ବିଶେଷ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ।
କର୍କଟ
କର୍କଟ
ସାମୟିକ ସମସ୍ୟା ସୃଷ୍ଟି କଲେ ମଧ୍ୟ ଆପଣଙ୍କ କର୍ମପ୍ରବାହର ଗତିରୋଧ କରିପାରିବ ନାହିଁ। ବାଣିଜ୍ୟ, ପରିବହନ, ପ୍ରଶାସନ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଟେନସନ୍‌ ଲାଗିରହିବ। ସନ୍ତାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ। ନୂତନ କର୍ମସଂସ୍ଥାନ, ମନୋରଞ୍ଜନ, ଭ୍ରମଣ ଓ ବନ୍ଧୁମିଳନଜନିତ ଦିନଟି କେତେକାଂଶରେ ଉପଭୋଗ୍ୟ ରହିପାରେ।
ସି˚ହ
ସି˚ହ
ଉଚ୍ଚଶିକ୍ଷା, ଲୋକସମ୍ପର୍କ, ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହେବେ। ଅଫିସିଆଲି ସ୍ଥଗିତ କାମପାଇଁ କୈଫିୟତ୍‌ ଦେବାକୁ ପଡ଼ିପାରେ। ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଦୂର ହେବାର ସମ୍ଭାବନା ରହିଛି। ଅର୍ଥସମ୍ପର୍କୀୟ ବିବାଦ ସାମୟିକ ମାନସିକ ଅସ୍ଥିରତାର କାରଣହେବ।
କନ୍ୟା
ଅଷ୍ଟମଚନ୍ଦ୍ର ଯୋଗୁ କାମଟି ବିଗିଡ଼ିଯିବା କାରଣରୁ ମନେ ମନେ ବିରକ୍ତି ଅନୁଭବ କରିପାରନ୍ତି। ଏହାସଙ୍ଗକୁ ବାଣିଜ୍ୟ, ବ୍ୟବସାୟ, ଯାତ୍ରା, ପରିବହନ ସମ୍ପର୍କରେ ଚିନ୍ତା ବଢ଼ିଯିବ। କଳହର ସମ୍ମୁଖୀନ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ, ସଭାସମିତିରେ, ଆଲୋଚନା ଅବସରରେ, ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।
ତୁଳା
ତୁଳା
କୌଣସି ବିବାଦୀୟ ମନ୍ତବ୍ୟ ଦେଇ କିମ୍ବା ସନ୍ତାନ ହେତୁକ କଳହର ସମ୍ମୁଖୀନ ଆଶଙ୍କା ରହିଛି। ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଘରୋଇ ବ୍ୟାପାରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବନ୍ଧୁମାନଙ୍କ ଗହଣରେ ଅଧିକାଂଶ ସମୟ ଅତିବାହିତ କରିବାର ସୁଯୋଗ ପାଇବେ।
ବିଛା
ବିଛା
ସମ୍ପର୍କୀୟଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ବିଭିନ୍ନ ପ୍ରକାରର ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ଖୁସୀ ରହିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଗତକାଲିର ମତାନ୍ତରଜନିତ ସମସ୍ୟାର ସମାଧାନ ହୋଇଯିବ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିବା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ। କୌଣସି ପ୍ରମାଣ ନ ଥାଇ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ।
ମକର
ମକର
କୌଶଳ ପ୍ରୟୋଗ କରି ଅଭିଳଷିତ କାମ ହାସଲ କରିବାରେ ସମର୍ଥ ହେବେ। ସାମାଜିକ, ଆର୍ଥିକ, ରାଜନୈତିକ ଓ ପାରିବାରିକ କ୍ଷେତ୍ରକୁ ସମସ୍ୟାମୁକ୍ତ ରଖିବ। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବ। ଯୁକ୍ତିତର୍କଜନିତ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଅଭାବ ନ ଥିଲେ ମଧ୍ୟ ଅର୍ଥ ସମ୍ପର୍କୀୟ କାମରେ ଅସ୍ଥିରତା ଲାଗି ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହେବା ସହ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ତତ୍ପରତା ବଢ଼ିପାରେ।
ମୀନମୀନ
ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ବିଳମ୍ବିତ ସମୟରେ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବା ବ୍ୟତୀତ ଅନ୍ୟ କୌଣସି ଅସୁବିଧା ରହିବ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri