ମେଷ

ଆଜି କର୍ମଭାବସ୍ଥ ଚନ୍ଦ୍ର ଏକାଧାରରେ ପାରିବାରିକ ଜୀବନ ଏବଂ କର୍ମକ୍ଷେତ୍ର ସକାଶେ ଶୁଭଫଳ ପ୍ରଦାନ କରିବେ। କିନ୍ତୁ ଶନିକ୍ଷେତ୍ରସ୍ଥ ହେତୁ ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ। କୌଣସି ପ୍ରିୟବନ୍ଧୁଙ୍କ ଆଗମନର ସୂଚନା ପାଇବା ସାଙ୍ଗକୁ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିପାରେ।
ବୃଷ

ବୁଧ ସହ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ଯୋଗ ପ୍ରଭାବରେ ବୈଷୟିକ ଅଭିବୃଦ୍ଧି ସହ ନୂତନ ବନ୍ଧୁସମ୍ପର୍କ ସ୍ଥାପିତ ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଅଟକି ରହିଥିବା ସରକାରୀ କାମରେ ସଫଳତା ପାଇବେ। ସପ୍ତମସ୍ଥାନ ଗ୍ରହଶୂନ୍ୟ କାରଣରୁ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭ କରିବାର ସୂଚନା ରହିଛି।
ମିଥୁନ

ଦଶମ ଭାବସ୍ଥ ଚତୁଃଗ୍ରହ ସମନ୍ବିତ ରାଜଯୋଗ କର୍ମକ୍ଷେତ୍ରରେ ପ୍ରତିଷ୍ଠାର୍ଜନ କରାଇପାରନ୍ତି। ବୃହସ୍ପତି କ୍ଷେତ୍ର ପ୍ରଭାବରେ ପ୍ରତିବନ୍ଧକ ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। କରଜ କରି ଆବଶ୍ୟକତା ପୂରଣ କରିବାରେ ସମର୍ଥ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ରୋଗପୀଡ଼ା ନିୟନ୍ତ୍ରଣ ମଧ୍ୟରେ ରହିବ।
କର୍କଟ

ରାଶ୍ୟାଧିପ ଚନ୍ଦ୍ର ନିଜ ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ। ଶୁକ୍ରଙ୍କ ସୁପ୍ରଭାବରୁ ବନ୍ଧୁଙ୍କ ନିକଟରେ ଅଟକି ରହିଥିବା ବକେୟା ଅର୍ଥ ଆଜି ପାଇବେ। ରବିଙ୍କ ସଂଯୋଗରୁ ନୀଚାରୋହୀ ଶନିଙ୍କ ବଳବୃଦ୍ଧି କର୍ମକ୍ଷେତ୍ରକୁ ସରସ ସୁନ୍ଦର କରାଇବ। ତଥାପି ନିଜ ଲୋକଙ୍କ ଅନାଦର ଓ ଖାପଛଡ଼ା ମନୋଭାବରୁ ସାମୟିକ ଦୁଃଖୀ ହୋଇପାରନ୍ତି।
ସି˚ହ

ରାଶ୍ୟାଧିପତି ସପ୍ତମଭାବସ୍ଥ ହେତୁ ଆରୋଗ୍ୟଲାଭ ଓ ବାଣିଜି୍ୟକ କାରବାରରେ ସମସ୍ୟାମୁକ୍ତ ରହିବେ। କିନ୍ତୁ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇଲେ ମଧ୍ୟ ରାଜନୀତିରେ ବିବାଦୀୟ ସ୍ଥିତି ଦେଖାଦେଇପାରେ। ମନରେ ଅଶାନ୍ତି ସୃଷ୍ଟି ହେଲେ ମଧ୍ୟ ନିଜକୁ ନିୟନ୍ତ୍ରଣରେ ରଖିନେବେ। କେତେକ କ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ କାମ ହାସଲ କରିପାରିବେ।
କନ୍ୟା

ଦ୍ୱାଦଶଭାବସ୍ଥ କେତୁ ଗ୍ରହ କଠିନଶ୍ରମ ଓ ବିଶେଷ ଭ୍ରମଣ କରାଇ ଶାନ୍ତିରେ ଶୁଆଇ ଦେଇ ନ ପାରେ। ପରିବାରର ଲୋକଙ୍କ ଅସହଯୋଗରୁ ବ୍ୟଥିତ ହେବେ। ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ରରେ ସୁଯୋଗର ସଦ୍ବ୍ୟବହାର କଷ୍ଟକର ହେବ। ତଥାପି ସାମାଜିକ ସ୍ତରରେ ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା

ସପ୍ତମକେନ୍ଦ୍ରରୁ ରାଶ୍ୟାଧିପ ଶୁକ୍ର ରାଶିକୁ ଦେଖୁଥିବାରୁ ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। କିନ୍ତୁ ପାପଗ୍ରହ ମଧ୍ୟସ୍ଥ କର୍ମାଧିପତି ଯୋଗୁ କର୍ମକ୍ଷେତ୍ରରେ ଟେନ୍ସନ ପିଛା ଛାଡିବ ନାହିଁ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତଙ୍କ ନିକଟରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ସାହିତ୍ୟ, ରାଜନୀତି, ସାମ୍ବାଦିକତାରୁ ଶୁଭଫଳ ପାଇବେ।
ବିଛା

କୋଣଭାବସ୍ଥ ରାଶ୍ୟାଧିପତି ରାଜଯୋଗ ମଧ୍ୟରେ ଆର୍ଥିକ ଉନ୍ନତି ସାଙ୍ଗକୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ସାଧାରଣ କଥାକୁ ନେଇ ଭୁଲ୍ ବୁଝାମଣା ହେତୁ ଦୀର୍ଘ ଦିନର ସୁସମ୍ପର୍କରେ ଭଟ୍ଟା ପଡ଼ିପାରେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ସଙ୍ଗୀତରେ ସୁନାମ ଅର୍ଜନ କରିପାରନ୍ତି।
ଧନୁ

ରାଶିକୁ ବୃହସ୍ପତିଙ୍କ ଶୁଭଦୃଷ୍ଟି ଯୋଗୁ ଆଜିର ଜୀବନଯାତ୍ରା ସନ୍ତୋଷଜନକ ରହିବ। ପ୍ରତ୍ୟେକ କ୍ଷେତ୍ରରେ ଭାଙ୍ଗିଯିବେ ପଛକେ ନଇଁବେ ନାହିଁ। ଏହି କାରଣରୁ ଅନ୍ୟମାନଙ୍କର ଭଲ ଧାରଣା କ୍ରମଶଃ ବଦଳି ଯାଇପାରେ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷାକରି ତାଙ୍କୁ ସହଯୋଗ କରିପାରନ୍ତି।
ମକର

ଚନ୍ଦ୍ରଙ୍କ ପ୍ରଭାବରେ ଦୈହିକ ଓ ମାନସିକ ସ୍ଥିତି ଭଲ ରହିବା ସହ ପାରିବାରିକ କ୍ଷେତ୍ର ଶାନ୍ତି ପ୍ରଦାୟକ ହେବ। କିନ୍ତୁ କେତେକ କ୍ଷେତ୍ରରେ ମନ ଚାହୁଁଥିବା ପ୍ରକାରେ କୌଣସି ଜିନିଷ ପାଇବା ଦୁଷ୍କର ହୋଇପାରେ। ସାଇତି ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ଆନୁଷ୍ଠାନିକ କାମ, ସଭାସମିତି ଏବଂ ରାଜନତିକ ସ୍ଥିତି ପ୍ରାୟତଃ ଭଲ ରହିବ।
କୁମ୍ଭ

କର୍ମାଧିପତିଙ୍କ ଶୁଭ ପ୍ରଭାବରୁ କୌଣସି କାମ ଅଟକିବ ନାହିଁ। ଧନିଷ୍ଠା ନକ୍ଷତ୍ର ସକାଶେ ସମସ୍ତ ସୁବିଧା ଥାଇ ମଧ୍ୟ ସମସ୍ୟାକୁ ସାମ୍ନା କରିବାକୁ ପଡ଼ିବ। ଯାହାକୁ ଅତି ନିଜର ବୋଲି ମନେ କରିବେ ସେ ହିଁ ଧୋକା ଦେବାର ବିଶେଷ ଆଶଙ୍କା ରହିଛି। ବାଣିଜ୍ୟ, ବ୍ୟବସାୟ, ଯାତ୍ରା ଓ ନୂତନ କର୍ମାରମ୍ଭ କ୍ଷେତ୍ରରେ ପ୍ରତିକୂଳତା ଦୂରେଇଯିବ।
ମୀନ
ଧନାଧିପତିଙ୍କ ସ୍ଥିତିଜନିତ ଗୁଡ଼ାଏ ଟଙ୍କା ଖର୍ଚ୍ଚ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବାଦବିବାଦ ଜଟିଳ ହେବ। ଅବଶ୍ୟ ପଶ୍ଚାନ୍ତର ସଫଳତା ହାସଲ କରିବେ। ବାଣିଜ୍ୟ ଏବଂ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କୌଶଳ ପ୍ରୟୋଗ କରି ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିବାରେ ସମର୍ଥ ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.