Categories: Rasifala

ରାଶିଫଳ: ବୁଧବାର, ଜୁନ୍ ୧୦ ତାରିଖ – Daily Horoscope

ମେଷ
ଆପଣଙ୍କ ଦକ୍ଷତା ଏବଂ କର୍ତ୍ତବ୍ୟନିଷ୍ଠା କାରଣରୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଈର୍ଷାପରାୟଣ ବନ୍ଧୁ ଓ ସହକର୍ମୀ ଅପପ୍ରଚାର ଚଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ପରିବାରରେ ଆପୋସ ମିଳାମିଶାରୁ ସମସ୍ୟାର ସମାଧାନ ଘଟିପାରେ।
ବୃଷ
ଆପଣଙ୍କ ସରଳ,ସୁନ୍ଦର ଓ ନିଷ୍କପଟ ବ୍ୟବହାର ଆମତ୍ୀୟମାନଙ୍କୁ ଆପଣେଇ ନେବାରେ ସାହାଯ୍ୟ କରିବ। କେତେକ ଅତୀତ ଘଟଣା,ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ସାମୟିକ ମନ ଉଦାସ ରହିପାରେ। ଆର୍ଥିକ ସ୍ଥିତିରେ ଉନ୍ନତି, ସ୍ଥଗିତ କାର୍ଯ୍ୟର ଅଗ୍ରଗତି, ବନ୍ଧୁଙ୍କ ସାହାଯ୍ୟରୁ ଉପକୃତ ହେବେ।
ମିଥୁନ
ଆପଣଙ୍କ ବଳିଷ୍ଠ ଏବଂ ଯୁକ୍ତିଯୁକ୍ତ ମନ୍ତବ୍ୟ ବିବାଦରେ ବିଜୟୀ କରାଇବ। ଆନୁସଙ୍ଗିକ ସାହାଯ୍ୟ, ସହଯୋଗ ଲାଭକରି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିବେ। କେତେକ ଘଟଣାରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିପାରେ। କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହୋଇପାରନ୍ତି।
କର୍କଟ
ସମସ୍ୟା ସମାଧାନ ହୋଇଥିଲେ ମଧ୍ୟ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ସ୍ଥଗିତ ରହିଥିବାରୁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହାନୁଭୂତିର ଅଭାବ ସାଙ୍ଗକୁ କୌଣସି ବ୍ୟକ୍ତି ଅସହଯୋଗ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ ଲାଗି ରହିପାରେ।
ସି˚ହ
ଯେତେ ଭଲ କାମକଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଆଶାନୁରୂପ ସ୍ନେହ, ଶ୍ରଦ୍ଧା ଓ ଆଦର ଦୁର୍ଲଭ ହୋଇପାରେ। ନିଜର ଫାଇଦା ହାସଲ ପାଇଁ ସହକର୍ମୀ କିମ୍ବା ବନ୍ଧୁମାନେ ଫନ୍ଦିଫିକର କରିପାରନ୍ତି। ପରିସ୍ଥିତିର ବିଷମତାରେ ଚାପଯୁକ୍ତଜନିତ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
କନ୍ୟା
ଅନୁକୂଳ ଗ୍ରହସ୍ଥିତିର ଅଭାବରୁ ପାରିବାରିକ କ୍ଷେତ୍ର ବିବାଦୀୟ ରହିବାର ସୂଚନା ରହିଛି। କର୍ମକ୍ଷେତ୍ର, ସାମାଜିକ କାର୍ଯ୍ୟ, ବନ୍ଧୁ ପରିଜନ ଓ ପରିବହନ କ୍ଷେତ୍ର କେତେକାଂଶରେ ଶାନ୍ତିପ୍ରଦାୟକ ହୋଇପାରେ। ଆଜି ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବା କାରଣରୁ ସାମୟିକ ଅସ୍ଥିରତା ଦେଖାଦେଇପାରେ।
ତୁଳା
ସ୍ବାସ୍ଥ୍ୟସମସ୍ୟା ନିୟନ୍ତ୍ରିତ ରହିଥିବାରୁ ଆଶ୍ୱସ୍ତି ଲଭିବେ। କର୍ମକ୍ଷେତ୍ରରେ ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ଲକ୍ଷ୍ୟ ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରଖି ଚଳିବା ନିତାନ୍ତ ଜରୁରୀ ହୋଇପଡ଼ିବ।
ବିଛା
ବଳହୀନ ରାଶ୍ୟାଧିପ ଅଷ୍ଟମରେ ସ୍ବାସ୍ଥ୍ୟହାନି ସହ ବିଭିନ୍ନ ସମସ୍ୟାରେ ବିର୍ବତ କରାଇବ। ଅବଶ୍ୟ ରବିଙ୍କ ସବଳତା କାରଣରୁ ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସହାୟତା ପାଇ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ଜଣା ଶୁଣା ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିପାରନ୍ତି।
ଧନୁ
ବୃହସ୍ପତି ପରମୁହୂର୍ତ୍ତରେ ଅବସ୍ଥା ସ୍ବାଭାବିକ ହେଲେ ମଧ୍ୟ ପାରିବାରିକ କ୍ଷେତ୍ର ଭୁଲ୍‌ ବୁଝାମଣା ମଧ୍ୟରେ ବିଶୃଙ୍ଖଳିତ ରହିପାରେ। ତଥାପି ମନ ବୁଝିଲା ଭଳି କଥା କହିବା କାରଣରୁ ବନ୍ଧୁଙ୍କ ସଦ୍‌ଭାବ ପାଇବାରେ ଅସୁବିଧା ରହିବ ନାହିଁ। ମାଲିମକଦ୍ଦମା,ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ସହଜରେ କାମ ହାସଲ ହେବା କଷ୍ଟକର ହେବ।
ମକର
ଆଜି ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟଲାଭ କରିବାର ସୁଯୋଗ ପାଇବେ। ନିଜର ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଠିକ ହେବ। ସମର୍ଥକ ବନ୍ଧୁମାନଙ୍କ ଗହଣରେ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
କୁମ୍ଭ
ଗ୍ରହଙ୍କ ପ୍ରତିକୂଳ ଅବସ୍ଥିତିଜନିତ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ ନାହିଁ। ଶୁକ୍ରଙ୍କ ସୁପ୍ରଭାବରୁ ଯୋଜନା ଆରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଆଲୋଚନା କ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି। ତଥାପି କେତେକ ଅପ୍ରକାଶ୍ୟ ସମସ୍ୟାକୁ ନେଇ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମୀନ
ଆଜିର ଗ୍ରହସ୍ଥିତି ପ୍ରଭାବରେ ବନ୍ଧୁଙ୍କ ଆଦର, ଅଭ୍ୟର୍ଥନା ମଧ୍ୟରେ ଦିନଟି ଉପଭୋଗ୍ୟ ରହିବ। ଯାତ୍ରା, କାମର ଶୈଳୀ, ଆଲୋଚନାର ଯଥାର୍ଥତା, ବନ୍ଧୁଙ୍କ ସଦ୍ଦିଚ୍ଛାରୁ ମନ ଖୁସି ରହିବ। ସହକର୍ମୀଙ୍କ ବିବାଦୀୟ କଥାବାର୍ତ୍ତା ମନକୁ ବିବ୍ରତ କରିପାରେ। ପାରିବାରିକ ପରିସ୍ଥିତିକୁ ଆପଣ ଯେତେଦୂର ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.