ଅଷ୍ଟ୍ରା-ଅକ୍ସଫୋର୍ଡ ଟିକା ଭରସା

ନୂଆଦିଲ୍ଲୀ, ୨୩।୧୧:ଫାଇଜର ଏବଂ ମଡର୍ନା ଟିକାର ସଫଳ ପରୀକ୍ଷା ପରେ ଖୁବ୍‌ଶୀଘ୍ର ଏହା ଉପଲବ୍ଧ ହେବା ନେଇ ଆଶା ସଞ୍ଚାର ହୋଇଥିବାବେଳେ ଆମେରିକା ଭଳି କେତେକ ଧନୀ ରାଷ୍ଟ୍ରଙ୍କୁ ବାଦ୍‌ ଦେଲେ ଅଧିକାଂଶ ଦେଶ କରୋନା ସଙ୍କଟରୁ ମୁକ୍ତି ପାଇଁ ଅଷ୍ଟ୍ରାଜେନିକା ପ୍ରସ୍ତୁତ କରିବାକୁ ଥିବା ଅକ୍ସଫୋର୍ଡ ଟିକା ଉପରେ ଭରସା କରିଛନ୍ତି। ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଥିବାବେଳେ ଖୁବ୍‌ଶୀଘ୍ର ଫଳାଫଳ ଆସିବ ବୋଲି ଆଶା କରାଯାଉଛି। ଏହି ଟିକା ପାଇଁ ନିମ୍ନ ଓ ମଧ୍ୟମ ଆୟକାରୀ ରାଷ୍ଟ୍ରଗୁଡ଼ିକ ଅଧିକ ଡିଲ୍‌ କରୁଛନ୍ତି। ଉତ୍ପାଦନର ୪୦ ପ୍ରତିଶତରୁ ଅଧିକ ଟିକା ଡିଲ୍‌ କରିଥିବା ସେହି ଦେଶଗୁଡ଼ିକୁ ପଠାଯିବ। ଫାଇଜର ଓ ମଡର୍ନା ଟିକା ତୁଳନାରେ ଅକ୍ସଫୋର୍ଡ ଟିକା ଶସ୍ତା ଏବଂ ଭାରତ ଓ ବ୍ରାଜିଲ ସମେତ ବିଭିନ୍ନ ଦେଶରେ ଏହା ତିଆରି ହେବ। ଫାଇଜର ଓ ମଡର୍ନା ଟିକା ଭଳି ଏହାକୁ ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖିବାକୁ ପଡ଼ୁ ନ ଥିବାରୁ ପରିବହନ ଓ ଗଚ୍ଛିତ ରଖିବା ମଧ୍ୟ ସହଜ ହେବ। ଅନ୍ୟପକ୍ଷରେ ଫାଇଜର ଟିକାର ଜରୁରୀ ବ୍ୟବହାର ଲାଗି ଅନୁମୋଦନ ନିମନ୍ତେ କମ୍ପାନୀ ପକ୍ଷରୁ ଶୁକ୍ରବାର ଆବେଦନ କରାଯାଇଛି। ଏହି ଟିକା ଡିସେମ୍ବର ମଧ୍ୟଭାଗରେ ବଜାରକୁ ଆସିପାରେ ବୋଲି କୁହାଯାଉଛି। ଧନୀ ଦେଶଗୁଡ଼ିକ ଫାଇଜର ଓ ମଡର୍ନା ଟିକାର ପ୍ରଥମ ଯୋଗାଣ ପାଇବା ପାଇଁ ପ୍ରତୀକ୍ଷା କରିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଆସିବାକୁ ଥିବା ଅଷ୍ଟ୍ରାଜେନିକା, ନୋଭାଭାକ୍ସ ଏବଂ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ କମ୍ପାନୀର ଟିକା ଉପରେ ଅଧିକାଂଶ ଅଞ୍ଚଳ ନିର୍ଭର କରୁଛନ୍ତି। ତେଣୁ ଚାହିଦା ପୂରଣ ଲାଗି ବହୁତ ଦିନ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri