ଗୋରୁ ବ୍ୟବସାୟକୁ କେନ୍ଦ୍ରକରି ଗୁଳିକାଣ୍ଡ: ବ୍ୟବସାୟୀଙ୍କ ମୃତ୍ୟୁ

ବାରିପଦା ଅଫିସ,୨୫।୫: ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ହାଟବାଦଡା ଗୋରୁ ହାଟରେ ବ୍ୟବସାୟକୁ କେନ୍ଦ୍ରକରି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ବ୍ୟବସାୟୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ତାଙ୍କ ନିକଟରେ ଥିବା ୨୦ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ମୃତକ ଜଣକ ପଶ୍ଚିମବଙ୍ଗର
ସୂଚନାଯୋଗ୍ୟ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ଗୋରୁହାଟରେ ବୁଧବାର ସକାଳେ ଗୋରୁ କିଣିବା ପାଇଁ ପଶ୍ଚିମବଙ୍ଗର ୨ ବ୍ୟବସାୟୀ ହାଟକୁ ଆସିଥିଲେ। କୌଣସି କାରଣକୁ ନେଇ ବଚସା ହେବାପରେ ୪ଜଣ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଫଳରେ ଜଣଙ୍କ ଛାତିରେ ଗୁଳି ବାଜିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଆତଙ୍କ ଖେଳିବା ସାଙ୍ଗକୁ ଉତ୍ତେଜନା ଦେଖା ଦେଇଛି। ଏସ୍‌ଡିପିଓ ରତିକାନ୍ତ ଗିରିଙ୍କ ନେତୃତ୍ୱରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ସମସ୍ତ ସୀମାବର୍ତ୍ତୀ ଥାନାରେ ତନାଘନା ଆରମ୍ଭ ହୋଇଛି ।
ଗତ ସପ୍ତାହରେ ଯଶିପୁର ଟୋଲଗେଟ୍‌ରେ ଗୋରୁବ୍ୟବସାୟୀଙ୍କ ଗୁଳିମାଡରେ ୩ ଜଣ ଗୁରୁତର ଆହାତ ହୋଇଥିଲେ। ଆଜିର ଘଟଣା ପରେ ସମସ୍ତ ଗୋରୁହାଟରେ ପୋଲିସ ମୁତୟନ ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦାବି କରିଛନ୍ତି ।