ବିଦ୍ୟାଳୟ ଶ୍ରେଣୀ ଗୃହରେ ଉଇ ହୁଙ୍କା

ମାଲକାନଗିରି,୧୧ା୭ (ଡି.ଏନ୍‌.ଏ.): ବିଦ୍ୟାଳୟର ଶ୍ରେଣୀ ଗୃହ ମଧ୍ୟରେ ଉଇ ହୁଙ୍କା ସହ ପାଣି ଓ ଅଳିଆ ଆବର୍ଜନାରେ ଭର୍ତ୍ତି। ଏଭଳି ଅଭାବନୀୟ ଶ୍ରେଣୀ ଗୃହ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଡୁରିଗୁଡା ପ୍ରାଥମିକ ବିଦ୍ୟାଳୟରେ। ଏ ସମ୍ପର୍କରେ ଚିତ୍ରକୋଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ଦେବୀଙ୍କୁ ପଚାରିବାରୁ ସେ କହିଛନ୍ତି ଶ୍ରେଣୀ ଗୃହଗୁଡିକ ଯଦି ପୁରୁୁଣା ହୋଇଥିବ ସେହି ଗୃହରେ ପିଲାମାନଙ୍କୁ ପାଠ ପଢା ଯାଉ ନ ଥିବ। ମଙ୍ଗଳବାର ସେ ବିଦ୍ୟାଳୟ ଗସ୍ତ କରି ଏହାର ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଶ୍ରେଣୀ ଗୃହ ଗୁଡିକ ଥିବାରୁ ଏହା ଯେକୌଣସି ମୁହୂର୍ତ୍ତରେ ଛାତ୍ରୀଛାତ୍ରଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଲୋଚନା ହେଉଛି। ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।