Categories: ବାଣିଜ୍ୟ

ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା

ଭୁବନେଶ୍ୱର,୩୦।୬ : ଆର୍ଥତ୍କ ବର୍ଷ ୨୦୧୯-୨୦ ଲାଗି ହୁଡ୍‌କୋ ପକ୍ଷରୁ ଆର୍ଥତ୍କ ଫଳାଫଳ ଘୋଷଣା କରାଯାଇଛି। ଏହି ସମୟ ଅବଧିରେ ଆର୍ଥତ୍କ ଅଭିବୃଦ୍ଧି କ୍ଷେତ୍ରରେ ହୁଡ୍‌କୋ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏହାର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଏମ୍‌.ନାଗରାଜ କହିଛନ୍ତି। ଏହା ନିଟ୍‌ ଲାଭରେ ୪୫% ଅଭିବୃଦ୍ଧି ହାସଲ କରିଛି; ଯାହା ଅଦ୍ୟାବଧିର ସର୍ବୋଚ୍ଚ ରେକର୍ଡ। ହୁଡ୍‌କୋର ୨୦୧୮-୧୯ରେ ନିଟ୍‌ ଲାଭ ୧୧୮୦.୧୫ କୋଟି ଟଙ୍କା ରହିଥିଲା, ଯାହା ୨୦୧୯-୨୦ରେ ୧୭୦୮.୪୨ କୋଟି ଟଙ୍କା ଛୁଇଁଛି। ନେଟ୍‌ଓର୍ଥରେ ୧୩% ଅଭିବୃଦ୍ଧି ହୋଇଥିବା ବେଳେ ମୋଟ ଆୟରେ ୩୫% ବୃଦ୍ଧି ଘଟି ୭୫୭୧.୬୪ କୋଟି ଟଙ୍କା ରହିଛି। ଅଂଶୀଦାରମାନଙ୍କୁ ସର୍ବୋଚ୍ଚ ଲାଭାଂଶ ଭାବେ ଶେୟାର ପିଛା ୩.୧୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶକ ମଣ୍ଡଳୀ ମଞ୍ଜୁରୀ ପ୍ରଦାନ କରିଛି। ୨୦୧୯-୨୦ରେ ହୁଡ୍‌କୋ ୬୨୦.୫୯ କୋଟି ଟଙ୍କାର ଲାଭାଂଶ ପ୍ରଦାନ ଲାଗି ସୁପାରିସ କରିଛି। ଏହି ସମୟରେ ଏହାର ଏନ୍‌ପିଏ ୦.୧୯% ରହିଛି। ହାଉସିଂ ପିଏମ୍‌ଏ(ୟୁ) ଭଳି ଅନ୍ୟ କେତେକ ପ୍ରକଳ୍ପର ଅନୁମୋଦନ ଉପରେ ଏହା ପ୍ରାଥମିକତା ଦେଇଥିଲା।

Share