Posted inଜାତୀୟ

‘ବନ୍ଦେ ମାତରମ୍‌’କୁ ମିଳୁ ଜାତୀୟ ସଙ୍ଗୀତ ଭଳି ସମ୍ମାନ, ହାଇକୋର୍ଟରେ ପିଟିଶନ…

ନୂଆଦିଲ୍ଲୀ, ୨୪।୫ : ଜାତୀୟ ସଂଗୀତ ‘ଜନ ଗଣ ମନ’ ଭଳି ‘ବନ୍ଦେ ମାତରମ୍‌’କୁ ସମାନ ସମ୍ମାନ ଦିଆଯାଉ। ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ) ଦାଖଲ କରାଯାଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ଏହି ଆବେଦନ କରିଛନ୍ତି। ସ୍ବାଧୀନତା ଆନ୍ଦୋଳନ ସମୟରେ ଏହି ସଙ୍ଗୀତଟି ବହୁତ ଗାନ କରାଯାଇଥିଲା ବୋଲି ଆବେଦନରେ କୁହାଯାଇଛି। ବିଦ୍ୟାଳୟ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ପ୍ରତିଦିନ ଜାତୀୟ ସଙ୍ଗୀତ ଗାନ କରିବା ସହିତ ‘ବନ୍ଦେ ମାତରମ୍‌’ ଗାନ କରିବା କିମ୍ବା ବାଦନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି କୋର୍ଟଙ୍କ ନିକଟରେ ଦାବି କରାଯାଇଛି।

ମାଡ୍ରାସ କୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ୱାରା ୨୪ ଜାନୁୟାରୀ ୧୯୫୦ ରେ ପ୍ରଦାନ କରାଯାଇଥିବା ରାୟକୁ ପାଳନ କରାଯିବାକୁ ଏହି ପିଟିଶନରେ ଦାବି କରାଯାଇଛି। ଏହି ଆବେଦନରେ ଅଶ୍ୱିନୀ ଉପାଧ୍ୟାୟ କହିଛନ୍ତି ଯେ ‘ବନ୍ଦେ ମାତରମ୍‌’ ଗାନ କରିବା ଏବଂ ଦେଶର ଅଖଣ୍ଡତା ବଜାୟ ରଖିବା ସମସ୍ତ ଭାରତୀୟଙ୍କ କର୍ତ୍ତବ୍ୟ। ଏହା ବ୍ୟତୀତ ଜନ ଗଣ ମନ ଏବଂ ବନ୍ଦେ ମାତରମ୍‌କୁ ସମାନ ଦେବା ମଧ୍ୟ ସରକାରଙ୍କ ଦାୟିତ୍ୱ।

ଆବେଦନରେ ଉଲ୍ଲେଖ କରାଯାଇଛି ଯେ ସମ୍ବିଧାନର ପ୍ରଣେତାମାନେ ଏହାକୁ ସମ୍ମାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ‘ବନ୍ଦେ ମାତରମ୍‌’ କାହାର ଭାବନାକୁ ଆଘାତ କରିବାର କୌଣସି ପ୍ରଶ୍ନ ନାହିଁ। ଏକ ରାଷ୍ଟ୍ରକୁ ଦୃଷ୍ଟିରେ ରଖି ଜନ ଗଣ ମନ ଭାବନା ପ୍ରକାଶ କରିଥିବାବେଳେ ‘ବନ୍ଦେ ମାତରମ୍‌’ ଦେଶର ଚରିତ୍ର ବିଷୟରେ କୁହାଯାଇଛି ତେଣୁ ଉଭୟ ସଙ୍ଗୀତକୁ ସମାନ ମାନ୍ୟତା ମିଳିବା ଉଚିତ ବୋଲି ଆବେଦନପତ୍ରରେ କୁହାଯାଇଛି।

ଆବେଦନରେ କୁହାଯାଇଛି ଯେ ‘ବନ୍ଦେ ମାତରମ୍‌’ ଗାନ ଉପରେ ଆପତ୍ତି ଉଠିବା ଭଳି ଏପରି କେତେକ ପରିସ୍ଥିତି ଉପୁଜିଥାଏ। କିନ୍ତୁ ‘ବନ୍ଦେ ମାତରମ୍‌’କୁ ସମ୍ମାନ ଦେବା ସମସ୍ତ ଭାରତୀୟଙ୍କର କର୍ତ୍ତବ୍ୟ । ଭାରତର ସ୍ବାଧୀନତା ପାଇଁ ଆନ୍ଦୋଳନ ଚାଲିଥିବାବେଳେ ‘ବନ୍ଦେ ମାତରମ୍‌’ ସମଗ୍ର ଦେଶର ଚିନ୍ତାଧାରା ଏବଂ ମୂଳ ଲକ୍ଷ୍ୟ ପାଲଟିଥିଲେ। ଲୋକମାନେ ‘ବନ୍ଦେ ମାତରମ୍‌’ ସଙ୍ଗୀତ ଗାନ କରୀ ଶୋଭାଯାତ୍ରା କରୁଥିଲେ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri