ହଂକଂର ‘କଫିନ ହାଉସ’, ଯେଉଁଠି ପିଞ୍ଜରାରେ ରୁହନ୍ତି ଲୋକ

ଦୁନିଆରେ ଏପରି କିଛି ଦେଶ ଅଛି ଯେଉଁଠାରେ ଲୋକମାନେ ଗରିବୀ, ଦାରିଦ୍ର ଭିତରେ ବସବାସ କରୁଛନ୍ତ। କିନ୍ତୁ ଆମେ ଆପଣଙ୍କୁ ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସବୁଠି ଚର୍ଚ୍ଚାରେ ରହୁଥିବାବେଳେ ଏହାର ଏକ ଅନ୍ୟ ଚେହେରା ଆପଣଙ୍କୁ ଚକିତ କରିଦେବ। ଯାହା ଆଜି ବି ଅଛପା ଓ ଅସ୍ପୃଶ୍ୟ ଭାବରେ ରହିଛି। ଆମେ ହଂକଂର ଏପରି ଏକ ଅଛପା ବାସ୍ତବ କାହାଣୀ କହିବାକୁ ଯାଉଛୁ ଯାହା ବିଳାସପୂର୍ଣ୍ଣ ଅଟ୍ଟାଳିକା ଭିତରେ ଥିବା ପଞ୍ଜୁରୀ ବିଷୟରେ କହିବ।

ହଂକଂର ଏହିସବୁ ଚିତ୍ରଗୁଡିକ ଦେଖି ଆପଣଙ୍କ ଛାତି ଥରି ଉଠିବ। ହଠାତ୍‌ ଆପଣ ବିଶ୍ୱାସ କରିପାରିବେନି। ପ୍ରଶ୍ନ କରିପାରନ୍ତି ଏପରି କ’ଣ ମଣିଷ ବସବାସ କରନ୍ତି? ହଁ ଏପରି ହିଁ ଏଠାକାର ଜନତା ଏପରି ଭାବେ ବସବାସ କରୁଛନ୍ତି। ହଂକଂର ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭିତରେ ଏପରି ଏକ ଆପାର୍ଟମେଣ୍ଟ ରହିଛି ଯେଉଁଠି ଲୋକମାନେ ପିଞ୍ଜରା, ଜନ୍ତା ଭିତରେ ବସବାସ କରୁଛନ୍ତି। ପଶୁପକ୍ଷୀ ନୁହେଁ ଏମାନେ ମଣିଷ, ହେଲେ ଏମାନେ ପିଞ୍ଜରାରେ ହିଁ ରହିଥାନ୍ତି।

କୌଣସି ଧନୀ ଲୋକ କିମ୍ବା ସାଧାରଣ ମଣିଷ ନୁହନ୍ତି ଏହି ଜନ୍ତା ଗରିବ ଲୋକଙ୍କ ପାଇଁ। ତଥାପି ଏହି ଜନ୍ତା ଖଣ୍ଡିକ କିଣିବା ପାଇଁ ସେମାନଙ୍କୁ ହଜାର ହଜାର ଟଙ୍କା ଦେବାକୁ ପଡେ।
ଦିଲ୍ଲୀ-ମୁମ୍ବାଇରେ, ଆପଣ ଆପାର୍ଟମେଣ୍ଟ ପାଇଁ ୨୦ହଜାର କିମ୍ବା ତା’ଠାରୁ ଅଧିକ ଟଙ୍କା ଦେଉଥିବେ। କିନ୍ତୁ ଏଠାରେ ଏହି ସାମାନ୍ୟ ଜନ୍ତା ପାଇଁ ମାସକୁ ପ୍ରାୟ ୩୨ହଜାର ଟଙ୍କା ଦେବାକୁ ପଡିଥାଏ।

ବସ୍ତିରେ ରହୁଥିବା ଲୋକଙ୍କ ପାଇଁ ଟଙ୍କା ଦେବାକୁ ପଡି ନ ଥାଏ କି କେହି ଅଳ୍ପଟଙ୍କା ମଧ୍ୟ ଭଡା ଦେଇଥାନ୍ତି। କିନ୍ତୁ ଏହି ଲୁହା ତାର ଥିବା ଜନ୍ତା ପାଇଁ ୩୦ହଜାରରୁ ଅଧିକ ଟଙ୍କା ଦେବାକୁ ପଡିଥାଏ। ଏହି ଆପାର୍ଟମେଣ୍ଟକୁ ସଠାରେ କଫିନ ଆପାର୍ଟମେଣ୍ଟ କୁହାଯାଏ। ଗୋଟିଏ ଆପାର୍ଟମେଣ୍ଟ ଭିତରେ ଏଠି ୧୦୦-୧୦୦ ଲେକ ବାଧ୍ୟତାରେ ବସବାସ କରନ୍ତି। ଜନ୍ତା ସହ ଲୋକଙ୍କ ପାଇଁ ଆପାର୍ଟମେଣ୍ଟରେ କେବଳ ୨ଟି ଶୌଚାଳୟ ରହିଛି। ସୋସାଇଟି ଫର କମ୍ୟୁନିଟି ଅର୍ଗାନାଇଜେଶନ ଅନୁଯାୟୀ, ବର୍ତ୍ତମାନ ହଂକଂର ଏଭଳି ଘରେ ଏକ ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ରୋଷେଇ ଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସବୁକିଛି ଏହି ୧୫ବର୍ଗଫୁଟର ଜନ୍ତାରେ କରିବାକୁ ପଡିଥାଏ। ଏଠାରେ ରହୁଥିବା ଅଧିକାଂଶ ଲୋକ ରେଷ୍ଟୁରାଣ୍ଟ କିମ୍ବା ଘରେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି।

ତେବେ, ଏହିି ଆପାର୍ଟମେଣ୍ଟଗୁଡିକ କେବଳ ହଂକଂରେ ନୁହେଁ, ଦକ୍ଷିଣ କୋରିଆ, ସିଓଲ, ଲସ ଆଞ୍ଜେଲସରେ ମଧ୍ୟ ରହିଛି। ତେବେ ଏହି ଜନ୍ତା ବା ପିଞ୍ଜରାଗୁଡିକ ବଡ ଆକାରର ମିଳି ନ ଥାଏ। ଏଗୁଡିକ ବହୁତ ଛୋଟ ଥାଏ। ଯେଉଁଥିରେ ଲୋକଙ୍କୁ ସାମାନ୍ୟ ଗଦି ପକାଇବାକୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri