ହନିଟ୍ରାପ ଭୟ

ଯଦି ଆପଣଙ୍କ ପାସ୍‌ଓ୍ବାର୍ଡ ଏବେଯାଏ ‘୧୨୩୪’ ଅଛି ଏବଂ ଭାବୁଛ ଯେ ବିଳାସମୟ ହୋଟେଲ ରୁମ୍‌ ତୁମ ପାଇଁ ସୁରକ୍ଷିତ, ତେବେ ତୁମେ ଡିଜିଟାଲ ଯୁଗ ଲାଗି ଅଯୋଗ୍ୟ ବୋଲି ବୁଝାପଡ଼ୁଛି। ମହାରାଷ୍ଟ୍ରରେ ହନିଟ୍ରାପ୍‌ରେ ଫସିଥିବା ବ୍ୟକ୍ତିଙ୍କ ସଂଖ୍ୟା ଯାହା ଜଣାପଡ଼ିଛି ତାହା ବିଶ୍ୱାସ କରିହେଉନାହିଁ। ଆଇଏଏସ୍‌, ଆଇପିଏସ୍‌, ଏପରି କି ମନ୍ତ୍ରୀଙ୍କ ସମେତ ଅତିକମ୍‌ରେ ୭୨ ଜଣ ହୋଟେଲକୁ ଯାଇ ଆକର୍ଷଣରେ ମୋହିତ ହୋଇଥିବା କୁହାଯାଉଛି। ଗୁପ୍ତ କ୍ୟାମେରା ସେମାନଙ୍କ ବ୍ୟକ୍ତିଗତ ଘଟଣାଗୁଡ଼ିକୁ ରେକର୍ଡିଂ କରିଥିବା ସେମାନେ ଜାଣିବାକୁ ପାଇଛନ୍ତି। କୁହାଯାଉଛି, ସୁନ୍ଦରୀ ଯୁବତୀ ଏବଂ ସୁସଜ୍ଜିତ ହୋଟେଲଗୁଡ଼ିକ ନିରୀକ୍ଷଣ ବଳୟରେ ଥିଲେ। କେତେକ ଅଧିକାରୀ ଘଟଣାକୁ ଚପାଇଦେବା ଲାଗି ୩ କୋଟି ଟଙ୍କା ଦେଇଥିବା ବିଶ୍ୱାସ କରାଯାଉଛି। ଠାଣେରୁ ଏବେ ଜଣେ ମହିଳା ଗିରଫ ହେବା କଥା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଓ ବିରୋଧୀ ଦଳ ନେତା ନାନା ପାଟୋଲେ ଏହି ଘଟଣାରେ ମୁହଁ ଖୋଲିଛନ୍ତି। କିନ୍ତୁ ଏହି କେଳେଙ୍କରୀରେ ଅଧିକ ଖୋଳତାଡ଼ ଦରକାର। ଏହା କେବଳ ବ୍ୟକ୍ତିଗତ ଆଚରଣର ବିଷୟ ନୁହେଁ, ବରଂ ଏହା ଶାସନର ସର୍ବୋଚ୍ଚ ସ୍ତରରେ ଥିବା ଦୁର୍ବଳତାକୁ ପ୍ରତିପାଦିତ କରୁଛି। ଅଧିକାରୀଙ୍କ ପାଖରେ ସମ୍ବେଦନଶୀଳ ତଥ୍ୟ ଥିଲେ ମଧ୍ୟ ସେମାନେ ଭାବନାକୁ ନିୟନ୍ତ୍ରଣ କରି ନ ପାରି ଯନ୍ତାରେ ପଡ଼ିଛନ୍ତି। ଏଭଳି ଘଟଣା ହେଉଛି ଜାତୀୟ ସୁରକ୍ଷା ପାଇଁ ସମସ୍ୟା। ତା’ଠାରୁ ବଡ଼ ସମସ୍ୟା ହେଉଛି, କୌଣସି ଅଧିକାରୀ ସାମ୍ନାକୁ ଆସିନାହାନ୍ତି କିମ୍ବା ମୁହଁ ଖୋଲୁନାହାନ୍ତି । ଏଭଳି ନୀରବତା ବିପଜ୍ଜନକ। ଯଦି ସରକାରୀ ଚାକିରିଆମାନେ ଏଭଳି ଭୁଲ୍‌ କାମରେ ପଦବୀ ଓ ପ୍ରୋଟୋକଲକୁ ଢାଲ କରି ସୁରକ୍ଷିତ ରହିପାରୁଛନ୍ତି, ସେଠାରେ କ’ଣ ସବୁ ଗୁପ୍ତ ରଖାଯାଉଛି, ତାହା କିଏ କହିବ?
ପଦବୀ ଖାଲିପଡ଼ିଛି
ଟ୍ରିଲିୟନ ଡଲାର ସ୍ବପ୍ନ ପଛରେ ଧାଉଁଥିବା ଏକ ଦେଶରେ ପ୍ରମୁଖ ସଂସ୍ଥାଗୁଡ଼ିକ ଅଜବ ଢଙ୍ଗରେ ଆରାମରେ ଚାଲିଥିବା ଦେଖିବାକୁ ପାଉଛୁ। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ କଥା ବିଚାର କରାଯାଉ। ଏବେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ପରିଚାଳନା ନିର୍ଦ୍ଦେଶକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ଅଣଆଧିକାରିକ ନିର୍ଦ୍ଦେଶକ ପର୍ଯ୍ୟନ୍ତ ବୋର୍ଡ ସ୍ତରରେ ୭୦ଟିରୁ ଅଧିକ ପଦବୀ ଖାଲିପଡ଼ିଛି। ଏହା ଶାସନ ବା ପରିଚାଳନାର ଅଭାବକୁ ଦର୍ଶାଉଛି। ସଂସ୍ଥା ପ୍ରତି ଥିତ୍ବା ବିପଦ ଦୂର କରିବା ଲାଗି ନିଆଯାଉଥିବା ପଦକ୍ଷେପ, ଋଣ ପ୍ରବାହ ଓ ରଣନୀତିକ ନୀତି ନିର୍ଦ୍ଧାରଣ କ୍ଷେତ୍ରକୁ ଏହା ପ୍ରଭାବିତ କରୁଛି। ଯେପରି କି, ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଏକ ମାସରୁ ଅଧିକ ସମୟ ଧରି ଜଣେ ପରିଚାଳନା ନିର୍ଦ୍ଦେଶକ କିମ୍ବା ସିଇଓ ନ ରହିଲେ ସାମଗ୍ରିକ ଭାବେ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୁଏ। କେବଳ ବ୍ୟାଙ୍କଗୁଡ଼ିକ ନୁହନ୍ତି, କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଶକ୍ତି (ଏନ୍‌ଟିପିସି,ଆଇଓସିଏଲ୍‌) ଓ ଭିତ୍ତିଭୂମି (ଏସ୍‌ଏଆଇଏଲ୍‌ , ବିଏଚ୍‌ଇଏଲ୍‌, ଆଇଆର୍‌ସିଓଏନ୍‌) ସମେତ କେତେକ ଶିଳ୍ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ସ୍ତରୀୟ ପଦବୀ ଖାଲିପଡ଼ିଛି। ପଦବୀ ସମ୍ପର୍କରେ ବିଜ୍ଞାପନ ଦିଆଯାଇଛି। ଚୟନ କମିଟି ମଧ୍ୟ ଗଠନ କରାଯାଇଛି । ତଥାପି ପଦବୀ ଖାଲି ହେବାଠାରୁ ପୂରଣ ହେବା ପର୍ଯ୍ୟନ୍ତ ଆବଶ୍ୟକ ପ୍ରକ୍ରିୟା ଶୀଘ୍ର ହେବା ବଦଳରେ ପୂରା ମନ୍ଥର ଗତିରେ ଚାଲୁଛି। ଏହି ପଦବୀଗୁଡ଼ିକୁ ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ କାରଣ ଏଗୁଡ଼ିକ ଅଧୀନରେ ବହୁ କୋଟି ଟଙ୍କାର ପ୍ରୋଜେକ୍ଟ, କାର୍ଯ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ଜାତୀୟ ସଂସାଧନ ରହିଛି। ଯେତେବେଳେ ଶୀର୍ଷ ସ୍ତରର ନେତୃତ୍ୱ ନ ଥା’ନ୍ତି କିମ୍ବା ଅବ୍ୟବସ୍ଥିତ ଥାଏ, ସେତେବେଳେ କାର୍ଯ୍ୟାନ୍ବୟନ ପ୍ରଭାବିତ ହେବା ସ୍ବାଭାବିକ।
ଯୋଗ୍ୟ ଡିଜିପି
ଶୀର୍ଷ ପୋଲିସ ପଦବୀ ପାଇଁ ଅନେକ ମାସ ଛକାପଞ୍ଝା ପରେ ଚଣ୍ଡିଗଡ଼ ଶେଷରେ ଜଣେ ସ୍ଥାୟୀ ବା ପୂର୍ଣ୍ଣକାଳୀକ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପାଇଛି। ଏଜିଏମ୍‌ୟୁଟିର ୧୯୯୭ ବ୍ୟାଚ ଆଇପିଏସ୍‌ ସାଗର ପ୍ରୀତ୍‌ ହୁଦା ଏହି ଦାୟିତ୍ୱ ନେଇଛନ୍ତି। ଫଳରେ ଚଣ୍ଡିଗଡ଼ ପୋଲିସ ସ୍ଥାୟୀ ଅଧିକାରୀ ବଦଳରେ ଅନେକଙ୍କୁ ସାମୟିକ ଭାବେ କାମରେ ଲଗାଇବା ଧାରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପଞ୍ଜାବ ପୋଲିସ ଉପରେ ଲଗାଯାଇଥିବା ଏକ ଆକ୍ରମଣ ଅଭିଯୋଗ ଓ ଏସ୍‌ଆଇଟି ଯାଞ୍ଚକୁ ନେଇ ସୃଷ୍ଟି ହୋଇଥିବା ଅଶାନ୍ତ ସ୍ଥିତିରେ ହୁଦାଙ୍କ ନିଯୁକ୍ତି ନେତୃତ୍ୱ ସ୍ବଚ୍ଛତା ଆଣିଛି। ସେ ଜରୁରୀ ଥିବା ନୂଆ ବିଷୟ ଆରମ୍ଭ କରିପାରିବେ। ତେବେ କେବଳ ବହୁଦିନ ଧରି ପଦବୀ ଖାଲି ପଡ଼ିଥିଲା ବୋଲି ତାଙ୍କୁ ନିଯୁକ୍ତ କରାଯାଇନାହିଁ, ବରଂ ତାଙ୍କ ଯୋଗ୍ୟତାକୁ ଦେଖି ଏହା କରାଯାଇଛି। ସେ ହାର୍ଭାର୍ଡ ଏଡ୍‌ଓ୍ବାଡ୍‌ ଏସ୍‌ ମାସନର ଜଣେ ଫେଲୋ, ସେ ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ସ୍କୁଲ ଅଫ୍‌ ଇକୋନୋମିକ୍ସରେ ପଢ଼ିଛନ୍ତି। ଏହା ବ୍ୟତୀତ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ହାସଲ କରିଛନ୍ତି। ହୁଦାଙ୍କ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଏବଂ ଶିକ୍ଷାଗତ ଯୋଗ୍ୟତା ଅଛି। ଏବେ ଦିଲ୍ଲୀ ପୋଲିସର ଗୋଇନ୍ଦା ବିଭାଗକୁ ସଞ୍ଚାଳନ କରୁଛନ୍ତି। ତାଙ୍କ ପାଇଁ ଅଧିକ ଚାପ ଥିବା ପଦବୀ କିଛି ନୂଆ କଥା ନୁହେଁ। ଆଶା କରାଯାଉଛି, ହୁଦାଙ୍କର ଚଣ୍ଡିଗଡ଼ ସହ ସମ୍ପର୍କ ଓ ତାଙ୍କ ବିଚକ୍ଷଣ ବୁଦ୍ଧି ପୋଲିସ ବ୍ୟବସ୍ଥାକୁ ଠିକ୍‌ ବାଟରେ ନେବ ଓ ଅଧିକ ଦାୟିତ୍ୱସମ୍ପନ୍ନ ନେତୃତ୍ୱ ଯୋଗାଇବ। କାର୍ଯ୍ୟକାରୀ ଡିଜିପିମାନେ କାମ ଚଳାଇ ନେଇପାରନ୍ତି, କିନ୍ତୁ ଏକ ବାସ୍ତବ ନେତୃତ୍ୱର ବିକାଶ ଲକ୍ଷ୍ୟ ତଥା ଦୀର୍ଘମିଆଦୀ ଦୃଷ୍ଟିଭଙ୍ଗୀ ରହିଛି। ତେବେ ହୁଦାଙ୍କ ନିଯୁକ୍ତି ପରିବର୍ତ୍ତନର ଏକ ବଡ଼ ସଙ୍କେତ ହୋଇପାରିବ, ଯଦି ସେ ପୋଲିସ ବଳକୁ ନେତୃତ୍ୱ ଦେବା ପାଇଁ ସମୟ ଓ ସ୍ବାଧୀନତା ପାଇବେ।

ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍‌

Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri