ଭାରତୀୟ ନାଗରିକଙ୍କ ସଚ୍ଚୋଟତା; ଫେରାଇଲେ ୧୦ ଲକ୍ଷ ଟଙ୍କା ସହ ସୁନା ଭର୍ତ୍ତି ବ୍ୟାଗ୍‌

ନୂଆଦିଲ୍ଲୀ, ୧୩।୯: ଜଣେ ଭାରତୀୟ ନାଗରିକଙ୍କ ସଚ୍ଚୋଟତାକୁ ନେଇ ଦୁବାଇରେ ବେଶ୍‌ ଚର୍ଚ୍ଚା। ରିତେଶ ଜେମ୍ସ ଗୁପ୍ତା ନାମକ ଏହି ଭାରତୀୟ ନାଗରିକଜଣଙ୍କ ଏକ ବ୍ୟାଗ୍‌ ପାଇଥିଲେ। ଯେଉଁଥିରେ ସାଢ଼େ ୧୦ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ସୁନା ଭର୍ତ୍ତି ହୋଇ ରହିଥିଲା। ସୁନାର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ରିତେଶ ପ୍ରଥମେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ତେବେ ସେ ଲୋଭର ବଶବର୍ତୀ ନ ହୋଇ ଜଣେ ଦାୟିତ୍ୱାବନ ନାଗରିକ ଭାବେ ଦୁବାଇ ପୋଲିସକୁ ଟଙ୍କା ଓ ସୁନା ଭର୍ତ୍ତି ବ୍ୟାଗ୍‌ଟିକୁ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ରିତେଶଙ୍କୁ ସ୍ଥାନୀୟ ଅଲ୍‌ କୁସେସ୍‌ ପୋଲିସର ନିର୍ଦ୍ଦେଶକ ବ୍ରିଗେଡିୟର ୟୁସୁଫ୍‌ ଅବଦୁଲା ସଲିମ୍‌ ଅଲୀ ଅଦିଦି ପୁରସ୍କୃତ କରିଛନ୍ତି। ପୋଲିସ ବର୍ତ୍ତମାନ ବ୍ୟାଗ୍‌ର ପ୍ରକୃତ ମାଲିକଙ୍କ ସନ୍ଧାନରେ ରହିଥିବା ଜଣାପଡ଼ିଛି।

Share