Categories: ବାଣିଜ୍ୟ

ହୋଣ୍ଡାର ନୂଆ ହାଇନେସ-ସିବି ୩୫୦

ନୂଆଦିଲ୍ଲୀ: ପାର୍ବଣକୁ ଧ୍ୟାନରେ ରଖି ହୋଣ୍ଡା ଟୁହ୍ବିଲର୍ସ ପକ୍ଷରୁ ନୂଆ ହାଇନେସ- ସିବି ୩୫୦ ମଡେଲ ଭାରତ ବଜାରରେ ଶୁଭାରମ୍ଭ ହୋଇଛି। ଏହି ମଡେଲର ଏକ୍ସ ଶୋ’ରୁମ୍‌ ମୂଲ୍ୟ ୧.୮୫ ଲକ୍ଷ ଟଙ୍କା ରହିଛି। ସିବି ବ୍ରାଣ୍ଡର ପରମ୍ପରାକୁ ବଜାୟ ରଖି କମ୍ପାନୀ ଏହି ମଡେଲଟିକୁ ଆଣିଥିବା ବେଳେ ଏଥିରେ ଅନେକ ଅତ୍ୟାଧୁନିକ ଫିଚର ରହିଛି। ଗ୍ରାହକଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ମଡେଲର ଶୁଭାରମ୍ଭ କରାଯାଇଥିବା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ସଭାପତି ତଥା ସିଇଓ ଆତଶୁଶି ଓଗାତା ସୂଚନା ଦେଇଛନ୍ତି। ନୂଆ ମଡେଲଟିରେ ଗ୍ରାହକ ପରଫରମାନ୍ସ, ଟେକ୍ନୋଲୋଜି ଏବଂ ଭରସାର ମିଶ୍ରଣ ଲାଭ କରିପାରିବେ। ନୂଆ ମଡେଲ ଗ୍ରାହକଙ୍କ ମନ ଜିଣିବାରେ ସହାୟକ ହୋଇପାରିବ ବୋଲି କମ୍ପାନୀର ସେଲ୍‌ସ ଏବଂ ମାର୍କେଟିଂ ନିର୍ଦ୍ଦେଶକ ୟଦବିନ୍ଦର ସିଂ ଗୁଲେରିଆ କହିଛନ୍ତି। ମଧ୍ୟମ ବର୍ଗ ମୋଟର ସାଇକେଲ ଆଗ୍ରହୀଙ୍କୁ ଧ୍ୟାନରେ ରଖି ଏହାକୁ ପ୍ରସ୍ତୁତ କରାଯାଇଥିବା ସେ ମତ ରଖିଛନ୍ତି।

Share